"ବନ୍ଦେ ଉତ୍କଳ ଜନନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଟିକେNo edit summary
୩ କ ଧାଡ଼ି:
'''ବନ୍ଦେ ଉତ୍କଳଜନନୀ''' କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]]ଙ୍କ ରଚିତ ଏକ [[ଓଡ଼ିଆ]] ଜାତିଭକ୍ତି କବିତା ।<ref name="George1992">{{cite book|author=K. M. George|title=Modern Indian Literature, an Anthology: Surveys and poems|url=https://books.google.com/books?id=m1R2Pa3f7r0C&pg=PA305|year=1992|publisher=Sahitya Akademi|isbn=978-81-7201-324-0|pages=305–}}</ref> ଏହି ଗୀତକୁ ୧୯୧୨ ମସିହାରେ [[ବାଲେଶ୍ୱର|ବାଲେଶ୍ୱରଠାରେ]] ଅନୁଷ୍ଠିତ [[ଉତ୍କଳ ସମ୍ମିଳନୀ]] ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା ।
 
[[ଓଡ଼ିଶା ଦିବସ|୧ ଏପ୍ରିଲ ୧୯୩୬]]ରେ ସ୍ୱତନ୍ତ୍ର [[ଓଡ଼ିଶା]] ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା ।<ref>http://orissa.gov.in/e-magazine/orissaannualreference/ORA-2005/pdf/bande_utkal_janani.pdf</ref>ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ସ୍ୱୀକୃତି ନିମନ୍ତେ ଦାବି ରହିଛି, କିନ୍ତୁ ଏ ନେଇ କୌଣସି ସରକାରୀ ମାନ୍ୟତା ମିଳିନାହିଁ ।<ref>{{cite ରାଜ୍ୟweb ସଙ୍ଗୀତ|title=MLAs ଭାବରେseek ସରକାରୀState ସ୍ୱୀକୃତିsong ନିମନ୍ତେstatus ଦାବିto ରହିଛି‘Utkal Janani’ |url=https://www.dailypioneer.com/2020/state-editions/mlas-seek-state-song-status-to----utkal-janani---.html |website=www.dailypioneer.com |publisher=dailypioneer.com |accessdate=30 May 2020}}</ref> ୧୯୯୪ ମସିହାରେ ବାଚସ୍ପତି [[ଯୁଧିଷ୍ଠିର ଦାସ]] ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ [[ଓଡ଼ିଶା ବିଧାନ ସଭା|ବିଧାନସଭାରେ]] ନିଷ୍ପତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନସଭାରେ ଏହି ପରମ୍ପରା ଚାଲି ଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ, ବିଧାନସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି [[ଶରତ କୁମାର କର]] ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତି ନିଆଯାଇଥିଲା । ୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ । ୨) ରାଜ୍ୟ ସଙ୍ଗୀତର ଅବଧି ୭୦ ରୁ ୯୦ ସେକେଣ୍ଡ ରହିବ । ୩) ଆକାଶବାଣୀରେ [[ବାଳକୃଷ୍ଣ ଦାସ|ବାଳକୃଷ୍ଣ ଦାଶଙ୍କର]] ପରିବେଶିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ । ୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ । ୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ । ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି [[ମହେଶ୍ୱର ମହାନ୍ତି]]ଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନା ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା ।<ref>{{cite web |author1=ଦିଲୀପ ଦାଶଶର୍ମା |title=ରାଜ୍ୟ ସଙ୍ଗୀତ ମାନ୍ୟତା |url=https://www.dharitri.com/e-Paper/Bhubaneswar/050314/p6.htm |website=www.dharitri.com |publisher=ଧରିତ୍ରୀ |accessdate=30 May 2020 |archiveurl=http://web.archive.org/save/https://www.dharitri.com/e-Paper/Bhubaneswar/050314/p6.htm |archivedate=30 May 2020}}</ref> ୨୦୧୯ ନଭେମ୍ବର ୧୧ ତାରିଖରେ [[ଉଚ୍ଚ ନ୍ୟାୟାଳୟ|ଉଚ୍ଚ ନ୍ୟାୟାଳୟର]] ଜଷ୍ଟିସ ସିଆର ଦାଶଙ୍କ ଅଧିନରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି, ରାଜ୍ୟ ମୁଖ୍ୟ ଶାସନ ସଚିବକୁ ୬ ମାସ ମଧ୍ୟରେ ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।<ref>{{cite web |title='ରାଜ୍ୟ ସଙ୍ଗୀତ' ନୁହେଁ ବନ୍ଦେ ଉତ୍କଳ ଜନନୀ |url=https://odishareporter.in/odisha/vande-utkal-janani-in-now-controversy-533972 |website=odishareporter.in |publisher=odishareporter.in |accessdate=30 May 2020 |archiveurl=http://web.archive.org/save/https://odishareporter.in/odisha/vande-utkal-janani-in-now-controversy-533972 |archivedate=30 May 2020}}</ref>
 
== କବିତାର ପଦାବଳୀ ==