"ଗିରୀଶ ଚନ୍ଦ୍ର ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଜାମୁ ଓ କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ
Content deleted Content added
Created by translating the page "G. C. Murmu"
(କିଛି ବଦଳିନାହିଁ)

୧୭:୩୫, ୨୯ ମଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଗିରୀଶ ଚନ୍ଦ୍ର ମୁର୍ମୁ (ଜନ୍ମ : ୨୧ ନଭେମ୍ବର ୧୯୫୯) ଜମ୍ମୁ ଓ କାଶ୍ମୀର ରାଜ୍ୟର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ନର ଅଟନ୍ତି । ସେ ଜଣେ ୧୯୮୫ ମସିହାର ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ନରେନ୍ଦ୍ର ମୋଦୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ମୁର୍ମୁ ତାଙ୍କ ପ୍ରମୁଖ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଗିରୀଶ ଚନ୍ଦ୍ର ମୁର୍ମୁ
ରାଷ୍ଟ୍ରପତିରାମ ନାଥ କୋବିନ୍ଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଗିରୀଶ ଚନ୍ଦ୍ର ମୁର୍ମୁ

(1959-11-21) ୨୧ ନଭେମ୍ବର ୧୯୫୯ (ବୟସ ୬୪)
ମୟୂରଭଞ୍ଜ, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ଜୀବନ ସାଥୀସ୍ମିତା ଶୁକ୍ଳା ମୁର୍ମୁ
ସନ୍ତାନ
ଶିକ୍ଷାନୁଷ୍ଠାନ
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ମୁର୍ମୁ, ୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବେତନଟି ଗ୍ରାମର ଏକ ସାନ୍ତାଳ ଜନଜାତି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ବର୍ମିଂହାମ ବିଶ୍ୱବିଦ୍ୟାଳୟରୁ, ସେ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତାଙ୍କ ୮ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ଅଟନ୍ତି ।

ନରେନ୍ଦ୍ର ମୋଦୀଙ୍କ ସହିତ କାର୍ଯ୍ୟ

୨୦୦୧ ମସିହାରେ, ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ସପଥ ଗ୍ରହଣ କରିଥିଲେ । ସେହି ସମୟରେ ସେ ଗୁଜୁରାଟର ରିଲିଫ କମିସନର ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଖଣି ସଚିବ ଓ ଗୁଜୁରାଟ ନୌବାଣିଜ୍ୟ ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଗୁଜୁରାଟ ଗୃହ ସଚିବ ଦାୟିତ୍ୱ

ମୁର୍ମୁଙ୍କୁ ୨୦୦୪ ମସିହାରେ ଗୁଜୁରାଟର ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଥିଲେ । ସେତେବେଳେ ଗୃହ ବିଭାଗର ମନ୍ତ୍ରୀ ଥିଲେ ଅମିତ ଶାହା । ତାଙ୍କୁ ୨୦୦୨ ମସିହା ଗୁଜୁରାଟ ଦଙ୍ଗାର ତଦନ୍ତ ଦାୟିତ୍ୱ ମିଳିଥିଲା । ଜେଲରେ ଥିବା ଅମିତ ଶାହାଙ୍କ ବେଲ ପାଇଁ ସେ କାର୍ଯ୍ୟ କରିଥିଲେ । ୨୦୦୮ରେ ମୁର୍ମୁ ମୁଖ୍ୟ ମନ୍ତ୍ରୀ ସଚିବାଳୟକୁ ସ୍ଥାନାନ୍ତରିତ ହୋଇଥିଲେ ଓ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ ।

ବିବାଦ

୧୯୭୧ର ପ୍ରଶାସନିକ ଅଧିକାରୀ ଆର ବି ଶ୍ରୀକୁମାର, ମୁର୍ମୁଙ୍କୁ ୨୦୦୪ ମସିହାରେ ନାନାବତି କମିଶନଙ୍କ ସାକ୍ଷୀମାନଙ୍କୁ ନିଜ ମନ୍ତବ୍ୟ ବଦଳାଇବା ପାଇଁ ପ୍ରରୋଚିତ କରିଥିଲେ ବୋଲି ଅଭିଯୋଗ ଆଣିଥିଲେ । ଏହା ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଆସିଥିବା ସବୁ ଅଭିଯୋଗକୁ ନାକଚ କରିବାରେ ସହାୟକ ହୋଇଥିଲା ବୋଲି ଶ୍ରୀକୁମାର ଅଭିଯୋଗ କରିଥିଲେ । ୨୦୧୩ରେ 'ଇସରତ ଜାହାନ' ଏନକାଉଣ୍ଟର ମାମଲାରେ, ସିବିଆଇ ତଦନ୍ତକୁ ପ୍ରଭାବିତ କରିବାର ଅଭିଯୋଗ ମଧ୍ୟ ତାଙ୍କ ଉପରେ ଲଗାଯାଏ ।

ଜାମ୍ମୁ କାଶ୍ମୀର ଉପ-ଜିଲ୍ଲାପାଳ ଦାୟିତ୍ୱ

ଜାମ୍ମୁ କାଶ୍ମୀର, କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ସ୍ଥିରିକୃତ ହେବାପରେ, ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ମୁର୍ମୁ ଜାମ୍ମୁ କାଶ୍ମୀରର ପ୍ରଥମ ଉପ-ଜିଲ୍ଲାପାଳ ଭାବରେ ଶପଥ ଗ୍ରହଣ କରିଥିଲେ । .

ଆଧାର

  1. Das, Anand ST (1 November 2019). "'A Tribal Boy Got a Big Opportunity': GC Murmu's Mother Elated over His Appointment as J&K's L-G". News18. Retrieved 19 February 2020.