"ବଣକାପ୍ତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
 
୨୩ କ ଧାଡ଼ି:
}}
 
'''ବଣକାପ୍ତା''' ବା '''ବନ୍ୟ କପୋତ''' ବା '''ଚିତ୍ରକାପ୍ତା''' (ଇଂରାଜୀରେ '''spotted dove''', ଜୀବବିଜ୍ଞାନ ନାମ ''Spilopelia chinensis'') ଏକ ପାରା ଜାତୀୟ ଚଢ଼େଇ । ଏମାନେ ଭାରତୀୟ ଉପମହାଦ୍ୱୀପ ଓ ଦକ୍ଷିଣ-ପୂର୍ବ [[ଏସିଆ]]ର ମୂଳ ନିବାସୀ ପକ୍ଷୀ । ଏହି ପକ୍ଷୀକୁ ବିଶ୍ୱର ଅନ୍ୟ ସ୍ଥାନମାନଙ୍କୁ ନିଆଯାଇ ସେଠାରେ ମଧ୍ୟ ଅବସ୍ଥାପିତ କରାଯାଇପାରିଛି ।
 
ପୂର୍ବେ ଏହି ପକ୍ଷୀକୁ ''ଷ୍ଟ୍ରେପ୍ଟୋପିଲିଆ (Streptopelia)'' ପ୍ରଜାତିରେ ସ୍ଥାନିତ କରାଯାଇଥିଲା ଯେଉଁଥିରେ ଆଉ ତିନି ପ୍ରକାରର କପୋତ ଚଢ଼େଇ ମଧ୍ୟ ରହିଥିଲେ । କିନ୍ତୁ ପରେ ବଣକାପ୍ତା ଅନ୍ୟ ପ୍ରଜାତିଙ୍କଠାରୁ ଅଲଗା ବୋଲି ଗବେଷଣାରୁ ଜଣା ପଡ଼ିଲା । ଏହି କପୋତର ଲାଞ୍ଜଟି ଲମ୍ବା, ଦେହ ମାଟିଆ ରଙ୍ଗର ଏବଂ ଏହାର ବେକର ପଛ ଓ ପାର୍ଶ୍ୱ ପଟକୁ କଳାରେ ଧଳା ଟୋପଦାଗ ଥିବା ବେକପଟି ରହିଛି । ଲାଞ୍ଜର ଅଗଟି ଧଳା ଓ ଡେଣା ଉପରେ ଫିକା ମାଟିଆ ରଙ୍ଗର ଦାଗ ରହିଥାଏ ।
"https://or.wikipedia.org/wiki/ବଣକାପ୍ତା"ରୁ ଅଣାଯାଇଅଛି