"ଭାରତୀୟ କୋକିଶିଆଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Bengal Fox}} {{About|ଭାରତୀୟ ଉପମହାଦେଶର କୋକିଶିଆଳ ପ୍ରଜା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୧:୧୯, ୧୦ ମଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ


ଭାରତୀୟ କୋକିଶିଆଳ ବା ଭାରତୀୟ କୋକିଶିଆଳୀ (ଇଂରାଜୀରେ Bengal fox ବା Indian fox, ଜୀବବିଜ୍ଞାନ ନାମ Vulpes bengalensis) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ସ୍ଥାନୀୟ କୋକିଶିଆଳ ପ୍ରଜାତି । ଏହି ପ୍ରଜାତି ଉତ୍ତରରେ ହିମାଳୟ ପର୍ବତମାଳା ପାଦଦେଶସ୍ଥ ନେପାଳର ତେରାଇ ଅଞ୍ଚଳରୁ ନେଇ ଦକ୍ଷିଣ-ଭାରତ ପର୍ଯ୍ୟନ୍ତ[୨] ଓ ପଶ୍ଚିମରେ ଦକ୍ଷିଣ ଓ ପୂର୍ବ ପାକିସ୍ତାନରୁ ପୂର୍ବ-ଭାରତ ଓ ଦକ୍ଷିଣ-ପୂର୍ବ ବଙ୍ଗଳାଦେଶ ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି ।[୩][୪][୫]

ଭାରତୀୟ କୋକିଶିଆଳ
କଚ୍ଛ ଲବଣମରୁର ଏକ କୋକିଶିଆଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଗଣ: କାର୍ନିଭୋରା
ବଂଶ: କାନିଡେ
Genus: Vulpes
ଜାତି: V. bengalensis
ବାଇନୋମିଆଲ ନାମ
Vulpes bengalensis
(ଜର୍ଜ୍ ଶ, ୧୮୦୦)
ଭାରତୀୟ କୋକିଶିଆଳର ଭୌଗୋଳିକ ବ୍ୟାପ୍ତି
Synonyms

କ୍ୟାନିସ୍ କୋକ୍ରି (Canis kokree)
କ୍ୟାନିସ୍ ରୁଫେଶିନ୍ସ (Canis rufescens)
କ୍ୟାନିସ୍ ଇଣ୍ଡିକସ୍ (Canis indicus)
ଭଲପେସ୍ ଜାନ୍ଥୁରା (Vulpes xanthura)

ଆକୃତି ଓ ରୂପ

 
ଭାରତୀୟ କୋକିଶିଆଳ ଖପୁରୀ ହାଡ଼

ଭାରତୀୟ କୋକିଶିଆଳ ଆକାରରେ ଏକ କ୍ଷୁଦ୍ର ଜନ୍ତୁ । ଏହାର ମୁହଁଟି ଗୋଜିଆ ହୋଇ ଆଗକୁ ବାହାରିଥାଏ; ଏହାର କାନ ଦୁଇଟି ଲମ୍ଵା ଓ ଗୋଜିଆ; ଏହାର ଲାଞ୍ଜଟି ଘନ ଲୋମଶ ଏବଂ ଲାଞ୍ଜର ଦୈର୍ଘ୍ୟ ମୁଣ୍ଡରୁ ନିତମ୍ଵ ପର୍ଯ୍ୟନ୍ତ ଶରୀରର ଦୈର୍ଘ୍ୟର ଶତକଡ଼ା ୫୦-୬୦ ପ୍ରତିଶତ । ଏହାର ଶରୀରର ଛାଲ ଭିନ୍ନ ଭିନ୍ନ ରଙ୍ଗର ହୋଇପାରେ, କିନ୍ତୁ ଅଧିକାଂଶ କୋକିଶିଆଳଙ୍କ ଶରୀରର ରଙ୍ଗ ପାଉଁଶିଆ ବା ଅବସନ୍ନ ରଙ୍ଗର ହୋଇଥାଏ । ଏହାର ଗୋଡ଼ଗୁଡ଼ିକ ମାଟିଆ ବା ନାଲିମିଶା ମାଟିଆ ରଙ୍ଗର ହୋଇଥାଏ । ଗାଠନିକ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଉଥିବା ନାଲି କୋକିଶିଆଳ ଅପେକ୍ଷା ଭାରତୀୟ କୋକିଶିଆଳ ଉନ୍ନତତର ।[୬] ଭାରତୀୟ କୋକିଶିଆଳର ଲାଞ୍ଜଟି ଅତି ଝଙ୍କାଳିଆ ଭାବେ ଲୋମଶ ଏବଂ ଏହାର ଶେଷ ଭାଗଟି କଳା ରଙ୍ଗର । ନାଲି କୋକିଶିଆଳ ଓ ଭାରତୀୟ କୋକିଶିଆଳଙ୍କ ଲାଞ୍ଜ ମଧ୍ୟରେ ଏହା ଏକ ମୁଖ୍ୟ ତଫାତ । ଭାରତୀୟ କୋକିଶିଆଳର କାନ ପଛପଟ ଗାଢ଼ ମାଟିଆ ରଙ୍ଗର ଏବଂ ଏହା ଉପରେ କଳା ରଙ୍ଗର ପଟିଦାଗ ରହିଥାଏ । ଏହାର ନାସାଗ୍ର ଲୋମହୀନ ଏବଂ ଓଠଟି କଳା । ମୁହଁର ଗୋଜିଆ ଅଂଶ ଓ ଆଖି ପାଖ ଅଂଶରେ କଳା ରଙ୍ଗର ଅଳ୍ପ ଲୋମ ରହିଥାଏ । କାନର ରଙ୍ଗ ମୁଣ୍ଡର ପଶ୍ଚାତ ଭାଗର ରଙ୍ଗ ପରି କିମ୍ଵା ତାହାଠାରୁ ଅଳ୍ପ ଗାଢ଼ ହୋଇପାରେ । ନାଲି କୋକିଶିଆଳ ପରି ଭାରତୀୟ କୋକିଶିଆଳଙ୍କ କାନ ପଛରେ କଳା ଦାଗ ନଥାଏ । ଯଦିଓ ସ୍ଥାନ ଓ ସମୟାନୁସାରେ ଏମାନଙ୍କ ଛାଲର ରଙ୍ଗରେ ବିଭିନ୍ନତା ଦେଖାଯାଏ, ତଥାପି ଏମାନଙ୍କ ରଙ୍ଗ ପାଉଁଶିଆ ବା ଫିକା ମାଟିଆ ରଙ୍ଗର ହୋଇଥାଏ । ମୁଣ୍ଡକୁ ମିଶାଇ ଭାରତୀୟ କୋକିଶିଆଳର ଶରୀରର ଦୈର୍ଘ୍ୟ ୪୬ ସେଣ୍ଟିମିଟର (୧୮ ଇଞ୍ଚ) ଏବଂ ଏହାର ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୨୫ ସେଣ୍ଟିମିଟର (୧୦ ଇଞ୍ଚ) । ଏମାନଙ୍କ ଓଜନ ହାରାହାରି ୨.୩-୪.୧ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।[୩]

ଭାରତୀୟ ଉପମହାଦେଶରେ କପାଳର ଆକାରର ଭିନ୍ନତା ଯୋଗୁଁ ଭଲପେସ୍ ପ୍ରଜାତି, କ୍ୟାନିସ୍ଚୁଅନ୍ ପ୍ରଜାତିଠାରୁ ସହଜରେ ବାରି ହୋଇପଡ଼ନ୍ତି । କୋକିଶିଆଳମାନଙ୍କ ଗୋଜିଆ ମୁଖାଗ୍ର ହାଡ଼ ଅବତଳ ହୋଇଥିବା ବେଳେ ଅନ୍ୟ କ୍ୟାନିଡ୍ ଶ୍ଵାନ ପ୍ରଜାତିର ଜୀବଙ୍କ କ୍ଷେତ୍ରରେ ଏହି ହାଡ଼ଟି ଉତ୍ତଳ । କୋକିଶିଆଳମାନଙ୍କ ଶ୍ଵାନଦାନ୍ତ ଅପେକ୍ଷାକୃତ ଲମ୍ଵା ।[୭]

 
ରାଜକୋଟର ଏକ କୋକିଶିଆଳ
 
କଚ୍ଛ ଲବଣମରୁରେ ୨-୩ ସପ୍ତାହ ବୟସର କୋକିଶିଆଳ ଶାବକ; ଲାଞ୍ଜର କଳା ଅଗ୍ରଭାଗ ଏଠାରେ ସ୍ପଷ୍ଟ ରୂପେ ଦେଖିହେବ

ଭୌଗୋଳିକ ବିତରଣ ଓ ପରିବାସ

 
କଚ୍ଛ ଲବଣମରୁର ଏହି ମାଈ କୋକିଶିଆଳ ନିଜ ଗାତ ପାଖରେ ବସି ରହିଛି
 
ଏକ ଅଣ୍ଡିରା ଭାରତୀୟ କୋକିଶିଆଳ

ଭାରତୀୟ କୋକିଶିଆଳ ଆର୍ଦ୍ର ଅରଣ୍ୟ ଓ ଅତ୍ୟନ୍ତ ଶୁଷ୍କ ସ୍ଥାନମାନଙ୍କ ବ୍ୟତୀତ ଭାରତୀୟ ଉପମହାଦେଶରେ ପ୍ରାୟ ସବୁ ସ୍ଥାନରେ ବ୍ୟାପ୍ତ । ଉତ୍ତରରେ ହିମାଳୟ ପର୍ବତମାଳା ଓ ଉତ୍ତର-ପଶ୍ଚିମରେ ସିନ୍ଧୁ ନଦୀ ଏମାନଙ୍କ ଭୌଗୋଳିକ ବ୍ୟାପ୍ତିକ୍ଷେତ୍ରର ସୀମା । ମୁକ୍ତ ତୃଣଭୂମି, ବୁଦାଳିଆ ବା କଣ୍ଟାଗଛ ଜଙ୍ଗଲ ଏହି ଜୀବର ମୁଖ୍ୟ ପରିବାସ । ଏମାନେ ଅତି ଢାଲୁଆ ଭୂମି ଓ ଉଚ୍ଚ ଘାସ ଥିବା ତୃଣଭୂମି ଅଞ୍ଚଳଠାରୁ ଦୂରରେ ରୁହନ୍ତି ।[୩] ଏହି ଜୀବ ସବୁ ପ୍ରକାରର ପରିବାସରେ ଖାପଖୁଆଇ ରହିପାରେ କିନ୍ତୁ ଅଳ୍ପ ଶୁଷ୍କ, କ୍ଷୁଦ୍ର ଘାସଯୁକ୍ତ ତୃଣଭୂମିରେ ରହିବା ଅଧିକ ପସନ୍ଦ କରିଥାଏ ।[୮]

ପରିସ୍ଥିତିକ ବ୍ୟବହାର

 
ଭାରତୀୟ କୋକିଶିଆଳର ଛାଲ

ଭାରତୀୟ କୋକିଶିଆଳମାନେ ପ୍ରାୟ ଭୋର (ପାହାନ୍ତା) କିମ୍ଵା ଗୋଧୂଳି ସମୟରେ ବିଚରଣ କରିଥାନ୍ତି ଓ ସକ୍ରିୟ ରୁହନ୍ତି । ଦିନବେଳା ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା ପାଇବା ପାଇଁ ଏମାନେ କୌଣସି ବୁଦା ତଳେ ଅଥବା ନିଜେ ଖୋଳିଥିବା ଗାତ ଭିତରେ ଲୁଚି ରହିଥାନ୍ତି । କୋକିଶିଆଳ ଖୋଳିଥିବା ଗାତ ବଡ଼ ଓ ତାହା ମଧ୍ୟରେ ଅନେକ ଗୁଡ଼ିଏ ପ୍ରକୋଷ୍ଠ ଓ ବିପଦ ପଡ଼ିଲେ ଖସିଯିବା ପାଇଁ ଗଳାବାଟ ପ୍ରଭୃତି ମଧ୍ୟ ରହିଥାଏ । । ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟରେ ଏକ ସାମାନ୍ୟ ଉଚ୍ଚ ସ୍ଥାନରେ ବସି ଏମାନେ ଖରା ପୋଇଁବା ମଧ୍ୟ ଦେଖିବାକୁ ମିଳିଥାଏ ।[୯] ଚିଡ଼ିଆଖାନାରେ ରଖାଯାଇଥିବା କୋକିଶିଆଳମାନଙ୍କ ଜୀବନକାଳ ୬-୮ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।[୩]

ଆହାର

 
ଭାରତୀୟ କୋକିଶିଆଳ

ବିଭିନ୍ନ ପ୍ରକାରର ମୂଷା, ସରୀସୃପ, କଙ୍କଡ଼ା, ଊଈ, କୀଟପତଙ୍ଗ, ଛୋଟ ପକ୍ଷୀ ଓ ଫଳ ଇତ୍ୟାଦି ଭାରତୀୟ କୋକିଶିଆଳର ମୁଖ୍ୟ ଆହାର ।[୧୦] ଶାବକମାନଙ୍କ ବର୍ଯ୍ୟବସ୍ତୁର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏମାନେ ଅଧିକାଂଶ ସମୟରେ ମୂଷାମାନଙ୍କୁ ମାରି ଖାଇଥାନ୍ତି ।[୧୧] ପ୍ରକୃତରେ ଏମାନେ ଅତି ସୁବିଧାବାଦୀ ଶିକାରୀ ।[୯]


କୋକିଶିଆଳ ଡାକ

କୋକିଶିଆଳମାନେ ବିଭିନ୍ନ ପ୍ରକାରର ଡାକ ଦ୍ଵାରା ଯୋଗାଯୋଗ ଓ ବାର୍ତ୍ତା ବିନିମୟ କରିଥାନ୍ତି । ଦବା ଗଳାରେ ଗର୍ଜନ କରିବା, ଦବାଗଳାରେ କିମ୍ଵା ଉଚ୍ଚ ସ୍ଵରରେ ରୋଦନ କରିବା ଏବଂ ଭୁକିବା ଇତ୍ୟାଦି । ଅନ୍ୟ କିଛି ଶ୍ଵାନ ଜାତୀୟ ଜୀବଙ୍କ ପରି କୋକିଶିଆଳ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମଳତ୍ୟାଗ କରନ୍ତି ନାହିଁ ।[୯] ଦଳବଦ୍ଧ ଭାବେ ରାତିରେ କୋକିଶିଆଳ ବୋବାଇବା ମଧ୍ୟ ଶୁଣିବାକୁ ମିଳିଥାଏ ।

ପ୍ରଜନନ

ଭାରତୀୟ କୋକିଶିଆଳ ପ୍ରଜାତିରେ ଏକ ଯୁଗଳ ପ୍ରାୟତଃ ନିଜର ସମ୍ପୂର୍ଣ୍ଣ ଜୀବନକାଳ ପାଇଁ ପରସ୍ପର ପ୍ରତି ଅନୁରକ୍ତ ରହିଥାନ୍ତି । କିଛି କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଘଟିବା ମଧ୍ୟ ଦେଖାଯାଇଛି । ଶରତ ଓ ହେମନ୍ତ ଋତୁ (ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର-ନଭେମ୍ଵର ମାସ) ଏମାନଙ୍କ ମିଳନର ପ୍ରକୃଷ୍ଟ ସମୟ । ମାଈ କୋକିଶିଆଳର ଗର୍ଭଧାରଣ ସମୟ ପ୍ରାୟ ୫୦ରୁ ୬୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ମାଈ କୋକିଶିଆଳ ଏକା ଥରକେ ୨-୪ଟି ଶାବକଙ୍କୁ ନିଜ ଗାତରେ ଜନ୍ମ ଦେଇଥାଏ । ଶାବକଙ୍କ ଲାଳନପାଳନର ଦାୟିତ୍ତ୍ଵ ଉଭୟ ମାଈ ଓ ଅଣ୍ଡିରା କୋକିଶିଆଳ ମିଳିତ ଭାବେ ନିର୍ବାହ କରିଥାନ୍ତି । ୩ରୁ ୪ ମାସରେ ଶାବକମାନେ ମା’ କ୍ଷୀର ଖାଇବା ଛାଡ଼ନ୍ତି । ଜନ୍ମର ପ୍ରାରମ୍ଭିକ ମାସମାନଙ୍କରେ କୋକିଶିଆଳ ଶାବକଙ୍କ ମୃତ୍ୟୁହାର ଅଧିକ ଥିବା ଜଣାପଡ଼ିଛି ।[୧୨] ମା’ ବ୍ୟତୀତ ଅନ୍ୟ ମାଈ କୋକିଶିଆଳମାନେ ଶାବକମାନଙ୍କ ଯତ୍ନ ନେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।[୯] ଦିନ ବେଳେ ଶାବକମାନେ ବୁଦାମୂଳରେ ଆଶ୍ରୟ ନେବା ଦେଖାଯାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ଶାବକମାନେ ଗାତ ଭିତରେ ଲୁଚି ରୁହନ୍ତି ।

କୋକିଶିଆଳଙ୍କ ପ୍ରତି ରହିଥିବା ବିପଦ

ପରିବାସ କ୍ଷୟ ଭାରତୀୟ କୋକିଶିଆଳଙ୍କ ଅସ୍ଥିତ୍ଵ ପାଇଁ ଏକ ମହାନ ସଙ୍କଟ ସୃଷ୍ଟି କରିଛି । ଉଦାହରଣ ସ୍ଵରୂପ, ଦକ୍ଷିଣ ଭାରତର କର୍ଣ୍ଣାଟକଆନ୍ଧ୍ର ପ୍ରଦେଶ ରାଜ୍ୟମାନଙ୍କରେ ସମ୍ପୂର୍ଣ୍ଣ କୋକିଶିଆଳ ପରିବାସର କେବଳ ୨% ସଂରକ୍ଷିତ ଅଞ୍ଚଳର ଅନ୍ତର୍ଗତ ।[୧୩] ଛାଲ ଓ ମାଂସ ପାଇଁ କୋକିଶିଆଳମାନଙ୍କୁ ଶିକାର କରାଯାଇଥାଏ । କୃଷିକାର୍ଯ୍ୟ, ଶିଳ୍ପୋଦ୍ୟୋଗ, ଜୈବିକ ଇନ୍ଧନ ପ୍ରସ୍ତୁତି ପାଇଁ ଏମାନଙ୍କ ତୃଣଭୂମି ପରିବାସର ଅଧିକାଂଶ ଭାଗ କ୍ଷୟପ୍ରାପ୍ତ ହୋଇଥାଏ ଓ ଏମାନଙ୍କ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି । ଏହାର ଶରୀରର କିଛି ଅଂଶ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୁଏ ଓ କିଛି ସ୍ଥାନରେ ଲୋକେ କୋକିଶିଆଳ ମାଂସ ମଧ୍ୟ ଖାଇଥାନ୍ତି । ଦକ୍ଷିଣ ଭାରତର ନାରିକୁରୁୱା ଜନଜାତି କୋକିଶିଆଳଙ୍କ ଶିକାର କରିବାର ଉଲ୍ଲେଖ ମିଳେ ।[୯] ସଂକ୍ରାନ୍ତି ଉତ୍ସବ ପାଳନର ପରମ୍ପରା ପାଇଁ କର୍ଣ୍ଣାଟକରେ କିଛି ସ୍ଥାନରେ କୋକିଶିଆଳଙ୍କୁ ଫାସ ପକାଇ ଧରାଯିବା ବିଷୟର ମଧ୍ୟ ଉଲ୍ଲେଖ ମିଳେ ।[୩] ଭାରତୀୟ କୋକିଶିଆଳଙ୍କ ପାଇଁ କ୍ୟାନାଇନ୍ ଡିଷ୍ଟେମ୍ପର୍ ଭୂତାଣୁ ସଂକ୍ରମଣ ଓ ଜଳାତଙ୍କ ରୋଗ ଆଉ ଏକ ବିପଦ । ଏହି ରୋଗ ସଂକ୍ରମଣ ମୁଖ୍ୟତଃ କୋକିଶିଆଳ ବାସ କରୁଥିବା ଅଞ୍ଚଳର ସ୍ଥାନୀୟ ବୁଲା କୁକୁରଙ୍କ ଯୋଗୁଁ ବ୍ୟାପିଥାଏ ।[୧୪]

ଆଧାର

  1. Jhala, Y.V. (2016). "Vulpes bengalensis": e.T23049A81069636. {{cite journal}}: Cite journal requires |journal= (help)
  2. Vanak, A.T. (2005). "Distribution and status of the Indian fox Vulpes bengalensis in southern India" (PDF). Canid News. 8 (1).
  3. ୩.୦ ୩.୧ ୩.୨ ୩.୩ ୩.୪ Gompper, ME; A.T. Vanak (2006). "Vulpes bengalensis" (PDF). Mammalian Species. 795: 1–5. doi:10.1644/795.1. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  4. Wozencraft, W.C. (2005). "Order Carnivora". In Wilson, D.E.; Reeder, D.M (eds.). Mammal Species of the World: A Taxonomic and Geographic Reference (3rd ed.). Johns Hopkins University Press. pp. 532–628. ISBN 978-0-8018-8221-0. OCLC 62265494. {{cite book}}: Invalid |ref=harv (help)
  5. Mivart, St George (1890). "Dogs, jackals, wolves and foxes: A monograph of the Canidae". R H Porter, London: 126–131. {{cite journal}}: Cite journal requires |journal= (help)
  6. Menon, Vivek (2009). Mammals of India. Princeton Field Guides. Princeton University Press. ISBN 978-0-691-14067-4.
  7. Pocock RI (1937). "The foxes of British India". J. Bombay Nat. Hist. Soc. 39 (1): 36–57.
  8. Vanak, A.T.; Gompper, M. E. (2010). "Multiscale resource selection and spatial ecology of the Indian fox in a human-dominated dry grassland ecosystem". Journal of Zoology. 281 (2): 140–148. doi:10.1111/j.1469-7998.2010.00690.x. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  9. ୯.୦ ୯.୧ ୯.୨ ୯.୩ ୯.୪ Johnsingh, A.J.T. (1978). "Some aspects of the ecology and behaviour of the Indian fox Vulpes bengalensis Shaw". J. Bombay Nat. Hist. Soc. 75: 397–405.
  10. Vanak AT, Gompper ME (2009). "Dietary niche separation between sympatric free-ranging dogs and Indian foxes in central India". J. Mammal. 90 (5): 1058–1065. doi:10.1644/09-mamm-a-107.1. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  11. Manakadan, R; A R Rahmani (2000). "Population and ecology of the Indian fox Vulpes bengalensis at Rollapadu wildlife sanctuary, Andhra Pradesh, India". J. Bombay Nat. Hist. Soc. 97 (1): 3–14. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  12. Vanak, A.T.; Gompper, M.E. (2007). "Effectiveness of non-invasive techniques for surveying activity and habitat use of the Bengal fox Vulpes bengalensis in southern India". Wildlife Biology. 13: 219–224. doi:10.2981/0909-6396(2007)13[219:eontfs]2.0.co;2. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  13. Vanak, A.T.; Irfan-Ullah, M.; Peterson, T. (2008). "Gap analysis of Indian fox conservation using ecological niche modeling". Journal of the Bombay Natural History Society. 105 (1): 49–54. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  14. Belsare, A. V., A. T. Vanak, and M. E. Gompper (2014). "Epidemiology of viral pathogens of free‐ranging dogs and Indian foxes in a human‐dominated landscape in central India." Transboundary and emerging diseases 61.s1 : 78-86. PDF

ବାହ୍ୟ ଲିଂକ୍