"କେନ୍ଦ୍ରାପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
+ ଲିଙ୍କ
୬୪ କ ଧାଡ଼ି:
 
== ଇତିହାସ ==
 
 
 
Line ୭୧ ⟶ ୭୨:
 
ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା – କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀୟ,ଆଳି ରାଜବଂଶରେ ଦେବବଂଶୀୟ ଓ କନିକା ରାଜବଂଶରେ ଭଞ୍ଜ ବଂଶୀୟ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜୟ ସ୍ୱାଧୀନଚେତା ରାଜା ବଳଭଦ୍ରଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜଷଣ୍ଢ ସର୍ବପ୍ରଥମେ ମିଳିତ ଭାବେ ହରିଶପୁର ରାଜା ନୀଳକଣ୍ଠ ମଙ୍ଗରାଜଙ୍କ ସହ ହାତ ମିଳେଇ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଆଳି ରାଜା ନୀଳକଣ୍ଠ ଦେବଙ୍କଦ୍ୱାରା ବର୍ତମାନର ପ୍ରସିଦ୍ଧ ଆଳି ଶ୍ରୀ ଶ୍ରୀ ବରାହଜିଉଙ୍କ ମନ୍ଦିର ନିର୍ମିତ ହୋଇଥିବା ସମୟରେ କନିକା ରାଜା ବଳଭଦ୍ରଭଞ୍ଜ ରିଘାଗଡର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ କେରଡାଗଡର ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏହି କେରଡାଗଡରେ ଜନ୍ମ ନେଇଥିଲେ ଦୁଇ ମହାନ ସନ୍ଥ ନାମାଚାର୍ଯା ବାୟାବାବା ଓ ଶୂନ୍ୟବାଦୀ ପୁରୁଷ କ୍ଷେତ୍ରବାସୀ ବାବା, କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର ସାମନ୍ତ କୁଜଙ୍ଗର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ।
 
ଉନ୍ନବିଂଶ ଶତାବ୍ଦୀର ଓଡ଼ିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଓଡ଼ିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡ଼ିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷ୍ଯୁଦାର୍ତ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗେଇ ଥିଲେ, ତାହା ସବୁଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉଲ୍ଲେଖ ଅଛି ଯାଜପୁର ପାଇଁ ରାଧାଶ୍ୟାମ ନରେନ୍ଦ୍ର ୭୫ ହଜାର ମହଣ ଧାନ ବୀନା ମୂଲ୍ୟରେ, ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧରେ ଦାନ କରିଥିଲେ । ଏଥିପାଇଁ ଦିଲ୍ଲୀ ଦରବାର ଓ କଟକରେ ଉପସ୍ଥିତ ସମସ୍ତ ରାଜାମାନଙ୍କ ସମ୍ମୁଖରେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ସମ୍ମାନିତ କରଯାଇଥିଲା । ଏହି ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସା ଥିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତରାୟ । ସେ ୧୭୮୫ ମସିହାରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ବା ସଦାଶିବ ଜାଣ। (ନରେନ୍ଦ୍ରଙ୍କ ପିତା) ଓ ଭଗ୍ନୀ ବିମଳା ଦେବୀଙ୍କୁ ବିବାହ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜ୍ୟଷ୍ଠା ଭଗ୍ନୀ ସୁଲକ୍ଷଣାଙ୍କୁ କୁଜଙ୍ଗ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜ ଷଣ୍ଢ ବିବାହ କରିଥିଲେ । ଏହି ଚନ୍ଦ୍ରଧ୍ୱଜ ଷଣ୍ଢଙ୍କର ନାତି ଜଗନ୍ନାଥ ବୀରବରଙ୍କ ପୋଷ୍ୟ ପୁତ୍ର ଥିଲେ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜମିଦାରୀ ମଧ୍ୟରେ ରହିଥିଲେ ଲଳିତଗିରି, ଉଦୟଗିରି ଓ ରତ୍ନଗିରି । ଏହି ଅଞ୍ଚଳ ଗୁଡିକ ତତ୍କାଳୀନ ‘ଅଳତୀ ପ୍ରଗଣା’ ଭୁକ୍ତ ହୋଇଥିଲା । ରାଧାଶ୍ୟାମ ନରେନ୍ଦ୍ରଙ୍କ ତାଙ୍କ ଜମିଦାରୀ ଅଞ୍ଚଳ ମଧ୍ୟରୁ ଓଳାସୁଣୀ ପାହାଡକୁ ସାଧୁ ଅରଖିତଙ୍କୁ ଦାନକରି ତାଙ୍କ ନାମରେ ଉଇଲ କରିନେଇଥିଲେ । ନରେନ୍ଦ୍ର କନିକା ରାଜା ବିନାୟକଭଞ୍ଜଙ୍କ ମୁରବୀ ଭାବରେ ଅଧିଷ୍ଠିତ ହୋଇ କନିକା ରାଜା ବଂଶକୁ ସୁରକ୍ଷା ପ୍ରଦାନ କରିଥିଲେ ।
 
ଉନ୍ନବିଂଶ ଶତାବ୍ଦୀରେ, ଯେଉଁ ସମୟରେ ଓଡ଼ିଆ ଭାଷା ବଙ୍ଗବାସୀଙ୍କ ଦ୍ୱାରାକବଳିତ,ସେହି ସମୟରେ ଓଡ଼ିଆ ଭାଷାକୁ ପାଥେୟ କରି ବଡକୋଠା ମଧ୍ୟସ୍ଥ ରଙ୍ଗ ମହଲରେ ଓଡ଼ିଆ ସଂଗୀତର ଆସର ତୋଳୁଥିଲେ – ସଙ୍ଗୀତଗୁରୁ [[ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ]] । ଏଠାରେ ସମ୍ମିଳିତ ହେଉଥିଲେ ଭାରତର ଶ୍ରେଷ୍ଠ ସଙ୍ଗୀତଜ୍ଞ, ବଡ ଗୋଲମ ଅଲ୍ଲୀ, ରୋସ୍ନାରା ବେଗମ, ହାଫିଜ ଅଲ୍ଲୀ ଖାଁ, ରାୟଚାନ୍ଦ ବରାଳ ଇତ୍ୟାଦି । ଏହି ଆସର ସହିତ ପରବର୍ତୀ ସମୟରେ ସମ୍ପୃକ୍ତ ହୋଇଥିଲେ ପଦ୍ମଶ୍ରୀ [[ନିମାଇଁ ଚରଣ ହରିଚନ୍ଦନ|ବାଣୀକଣ୍ଠ ନିମାଇ ହରିଚନ୍ଦନ]][[ବାଳକୃଷ୍ଣ ଦାସ|ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ]] । ୧୮୯୯ ମସିହାରେ ସର୍ବ ପ୍ରଥମେ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ରେକର୍ଡିଂ କରିଥିଲେ ଓଡ଼ିଆ ସଙ୍ଗୀତ ‘ସଜନିରେ …. ସଜନିସଜନି। ‘ବାଣୀକଣ୍ଠବାଣୀକଣ୍ଠ ଥିଲେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ପୁତୁରା ଓ ବୃନ୍ଦାବନ ହରିଚନ୍ଦନଙ୍କ ପୁତ୍ର ଓ ପୁରୀ ବାଳକଟୀ ଗ୍ରାମର ବାଳକୃଷ୍ଣ ଦାସ ଥିଲେ ଗୋକୁଳ ଶ୍ରୀଚନ୍ଦଙ୍କର ଶିଷ୍ୟ ।ବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରପାଡ଼ାର ବରେଣ୍ୟ ନେତା ଯଦୁମଣି ମଙ୍ଗରାଜ ,ନାରାୟଣ ବୀରବର ସାମନ୍ତ,ପୀତାମ୍ବର ଜଗଦେବ ,ଆଶାଦୁଲ୍ଲା,ଅମର ଚାଟାର୍ଜୀ,ଆଳିର ଗାନ୍ଧୀ ସହଦେବ ପ୍ରଧାନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନଙ୍କ ଆହ୍ୱାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ ।
 
ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡ଼ା ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅନେକ ଆଗରେ ରହିଅଛି । ୧୮୪୪ ମସିହାରେ ସର୍ବ ପ୍ରଥମେ ଓଡ଼ିଶାର (କଟକ ସହର ନୁହେଁ) ହରିପୂର,ରେମୁଣା,କେନ୍ଦ୍ରାପଡ଼ାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।୧୮୬୩ ମସିହାରେ ଏହି ବିଦ୍ୟାଳୟ ମଧ୍ୟ ଇଂରାଜୀ ଓ ୧୮୮୩ ମସିହାରେ ତତ୍କାଳୀନ ଏସଡିଓ କୀର୍ତିଗୋବିନ୍ଦ ଗୁପ୍ତଙ୍କଦ୍ୱାରା ଉଚ ବିଦ୍ୟାଳୟରେ ପରିଚିତ ହୋଇଥିଲା ।ବିଶିଷ୍ଟ ଶିକ୍ଷାବିତ ଜାମାଲଉଦ୍ଦୀନ ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଥିଲେ।ଏହାପରେ ୧୮୯୩ ମସିହାରେ କେନ୍ଦ୍ରାପଡା ସହରରେ ନାରୀଶିକ୍ଷାର ପ୍ରସାର ପାଇଁ ଫ୍ରେଜର ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
Line ୯୦ ⟶ ୯୨:
 
=== ଜନସଂଖ୍ୟା ===
୨୦୧୧ ଜନଗଣନା<ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref> ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୩୯,୮୯୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୫୬,୩୫୧ ଓ ସହରାଞ୍ଚଳରେ ୮୩,୫୪୦ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref>
ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୫୬,୩୫୧ ଓ ସହରାଞ୍ଚଳରେ ୮୩,୫୪୦ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> ।
* ପୁରୁଷ: ୭,୧୭,୬୯୫
* ମହିଳା: ୭,୨୨,୧୯୬