"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୮ କ ଧାଡ଼ି:
ମାର୍ଚ୍ଚ ୨୬ ରେ ଓଡିଶା ସରକାର ୧୫ ଦିନ ମଧ୍ୟରେ ଭୁବନେଶ୍ୱରରେ ଦୁଇଟି ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ଡାକ୍ତରଖାନା ସ୍ଥାପନ ପାଇଁ ଦୁଇଟି ବେସରକାରୀ ମେଡିକାଲ କଲେଜ ଯଥା ସମ୍ ହସପିଟାଲ ଏବଂ କିମସ୍ ହସପିଟାଲ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।<ref name="News18">{{cite web |title=Worries Grow in Odisha After 3rd Coronavirus Case; State Plans 1,000-bed Hospital |url=https://www.news18.com/news/india/worries-grow-in-odisha-after-3rd-coronavirus-case-state-plans-1000-bed-hospital-2552869.html |website=News18 |accessdate=7 April 2020}}</ref> ଅତିକମ ସମୟ ମଧ୍ୟରେ ୫୦୦ ଶଯ୍ୟା ଓ ୧୨୫ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ-୧୯ ହସପିଟାଲ ପ୍ରସ୍ତୁତ ହୋଇପାରିଲା ।<ref name="thenewindianexpress">{{cite web |title=Two dedicated COVID-19 hospitals ready to treat patients in Odisha |url=https://www.newindianexpress.com/states/odisha/2020/apr/02/two-dedicated-covid-19-hospitals-ready-to-treat-patients-in-odisha-2124747.html |website=The New Indian Express |accessdate=7 April 2020}}</ref> ଏଥିସହ ଆଉ ତିନିଟି ହସପିଟାଲରେ କୋଭିଡ-୧୯ ରୋଗର ପରୀକ୍ଷଣ ନିମନ୍ତେ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସରକାର ତତ୍ପରତା ପ୍ରକାଶ କଲେ ।<ref name="deccanherald">{{cite web |title=Odisha govt urges ICMR to allow 3 more hospitals to conduct COVID-19 tests |url=https://www.deccanherald.com/national/east-and-northeast/odisha-govt-urges-icmr-to-allow-3-more-hospitals-to-conduct-covid-19-tests-821109.html |website=Deccan Herald |accessdate=7 April 2020 |language=en |date=3 April 2020}}</ref> ସମସ୍ତ ଜିଲ୍ଲା ଡାକ୍ତରଖାନା ତଥା ମେଡିକାଲ କଲେଜ ହସ୍ପିଟାଲରେ ପୃଥକଵାସ ପାଇଁ ଅସ୍ଥାୟୀ ସୁବିଧାର ଆୟୋଜନ କରାଯାଇଛି । ପ୍ରାୟ ୫୪୦ ପୃଥକଵାସ ଶଯ୍ୟା ପ୍ରସ୍ତୁତ କରାଯାଇଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଗ୍ରାମାଞ୍ଚଳରେ କ୍ଵ।ରାଣ୍ଟ।ଇନ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କନଫେରେନସି ମାଧ୍ୟମରେ ଉଦଘାଟିତ ହୋଇ ସମ ହସପିଟାଲରେ ଏପ୍ରିଲ ୬ ତାରିଖରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ତୃତୀୟ କୋଭିଡ଼ ୧୯ ହସପିଟାଲ । ସମ ଓ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ର ମିଳିତ ସହଯୋଗ ରେ ପ୍ରସ୍ତୁତ କରାଯାଇଛି ୫୨୦ ଶଯ୍ୟା ବିଶିଷ୍ଟ ଏହି ହସପିଟାଲ । ୫୨୦ ଶଯ୍ୟା ମଧ୍ୟରୁ ୧୨୦ ହେଉଛି ICU ଶଯ୍ୟା <ref name="outlookindia">{{cite web |title=Odisha gets its third COVID-19 hospital in Bhubaneswar |url=https://www.outlookindia.com/newsscroll/odisha-gets-its-third-covid19-hospital-in-bhubaneswar/1793001 |website=www.outlookindia.com/ |accessdate=7 April 2020}}</ref>। ତେବେ ଏହାକୁ ମିଶାଇ ରାଜ୍ୟର ୭ଟି ହସପିଟାଲରେ କୋଭିଡ଼ ୧୯ ଚିକିତ୍ସା ସୁବିଧା ଉପଲଵ୍ଧ ଅଛି । ଏତଦ୍ ବ୍ୟତୀତ ଜରୁରୀ ପରିସ୍ଥିତିରେ ସମସ୍ତ ରୋଗୀଙ୍କୁ ତ୍ଵରିତ ଚିକିତ୍ସା ଯୋଗାଇଦେବା ଲାଗି ଓଡିଶା ସରକାରଙ୍କ ଦ୍ଵାରା ବିଭିନ୍ନ ମେଡିକାଲ କଲେଜର ପ୍ରାୟ ୫୦୦ ଡାକ୍ତରୀ ଛାତ୍ରଙ୍କୁ କୋରୋନାର ଚିକିତ୍ସା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ ରଖା ଯାଇଛି ।<ref name="INDIATODAY">{{cite web |last1=DelhiApril 4 |first1=Press Trust of India New |last2=April 4 |first2=Press Trust of India New |last3=Ist |first3=Press Trust of India New |title=500 medical students get training to treat coronavirus patients in Odisha |url=https://www.indiatoday.in/education-today/news/story/500-medical-students-get-training-to-treat-coronavirus-patients-in-odisha-1663218-2020-04-04 |website=India Today |accessdate=7 April 2020 |language=en}}</ref>
 
<center><gallery>
File:Special Hospital for Corona patients 1.jpg|କୋଭିଡ଼ ସ୍ପେଶିଆଲ ହସପିଟାଲରେ
File:Special Hospital for Corona patients 2.jpg|କୋଭିଡ଼ ସ୍ପେଶିଆଲ ହସପିଟାଲରେ
File:Special Hospital for Corona patients.jpg|କୋଭିଡ଼ ସ୍ପେଶିଆଲ ହସପିଟାଲରେ
</gallery></center>
 
=== ଜନ ସଚେତନତା ===