"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୨ କ ଧାଡ଼ି:
 
=== ସରକାରୀ ପଦକ୍ଷେପ ===
[[File:CM Patnaik's message to register for travel history on COVID-19 portal.webm|thumb|COVOD-19 ପୋର୍ଟାଲରେ ପଞ୍ଜୀକୃତ କରିବା ପାଇଁ ଘୋଷଣା]]
କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଥମ ପଦକ୍ଷେପ ସ୍ଵରୂପ ୨୦୨୦ ମାର୍ଚ୍ଚ ୪ ପରେ ବିଦେଶରୁ ଫେରିଥିବା ୩,୨୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ "ସଙ୍ଗରୋଧ"ରେ ରଖାଗଲା । ମାର୍ଚ୍ଚ ୪ ପରେ ଯେଉଁମାନେ ବିଦେଶରୁ ଫେରି ଆସିଥିଲେ ସେମାନଙ୍କୁ ସ୍ଵତଃପ୍ରବୃତ ଭାବେ ସେମାନଙ୍କ ଭ୍ରମଣ ବିବରଣୀ ସହ ଆତ୍ମ ଘୋଷଣାପତ୍ର ସରକାରଙ୍କୁ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏ ଦିଗରେ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ଵତଃପ୍ରବୃତ ଭାବେ କ୍ଵାରାଣ୍ଟାଇନ ବା ସଙ୍ଗରୋଧରେ ୧୪ ଦିନ ପାଇଁ ରହିବା ବ୍ୟକ୍ତିଙ୍କୁ ସରକାର ୧୫,୦୦୦ ଟଙ୍କା ପାଇଁ ଘୋଷଣା କରିଥିଲେ । ସେମାନଙ୍କ ପାଇଁ ଏଥି ନିମିତ୍ତ ଏକ ସରକାରୀ ଇଣ୍ଟରନେଟ ପୋର୍ଟାଲ (covid19.odisha.gov.in) ଆରମ୍ଭ କରାଯାଇଥିଲା । ପ୍ରାଥମିକ ପ୍ରଯ୍ୟାୟରେ ଓଡିଶାର ୧,୩୦୦ରୁ ଅଧିକ ସମ୍ଭାବିତ ରୋଗୀ ପୋର୍ଟାଲରେ ପଞ୍ଜୀକୃତ ହୋଇଥିଲେ । ଓଡ଼ିଶା ସରକାର ସେମାନଙ୍କ ପାଇଁ ତଥା ସାଧାରଣ ଜନତାଙ୍କ ପାଇଁ ଏକ ନିଃଶୁଳ୍କ ଫୋନ ହେଲ୍ପଲାଇନ (୧୦୪) ମଧ୍ୟ ପ୍ରଚଳନ କରିଛନ୍ତି । କରୋନା ମହାମାରୀର ପର୍ଯ୍ୟାୟ-୩ରେ ନ ପହଞ୍ଚିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କିଛି ତ୍ଵରିତ ପଦକ୍ଷେପ ମଧ୍ୟ ନିଆଗଲା । ଅଧିକ ସଂଖ୍ୟକ ଲୋକ ଏକାଠି ହେବାର ସମ୍ଭାବନା ଥିବାରୁ ସାମାଜିକ ଦୂରତା ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତ ରେଷ୍ଟୁରାଣ୍ଟ, ବାର୍, କଫିସପ, କ୍ୟାଣ୍ଟିନ ଏବଂ ଭୋଜନ।ଳୟ ଆଦିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଲା ଏବଂ ଯେ କୌଣସି ସର୍ବସାଧାରଣ ସ୍ଥାନରେ ସାତରୁ ଅଧିକ ଲୋକଙ୍କର ଏକାଠି ହେବା ଉପରେ ପ୍ରତିବନ୍ଧକ ରହିଲା । ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେଲା । କୋଭିଡ-୧୯ ରେ ଅଦ୍ୟତନ ସୂଚନା ଏବଂ ଅନୁରୋଧ ପ୍ରଚାର କରିବା ପାଇଁ ସରକାର କ୍ରମାଗତ ଭାବରେ ଏହାର ସମସ୍ତ ସୋସିଆଲ ମିଡିଆ ପରିଚାଳନା ଉପରେ ଜୋର ଦେଉଛନ୍ତି ।ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଅଧିକରୁ ଅଧିକ ସମସ୍ତ ସମ୍ବଳ ସଂଗ୍ରହ କରିଛନ୍ତି । କରୋନା ମୁକାବିଲା ପାଇଁ ଓଡ଼ିଶା ଖଣି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦାନ କରାଯାଇଛି । ସରକାର ହେଲ୍ପଲାଇନକୁ ବହୁଳ ଭାବରେ ସକ୍ରିୟ ଏବଂ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।