"ରତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୫ କ ଧାଡ଼ି:
==ଶବ୍ଦ ବ୍ୟୁତ୍ପତ୍ତି==
ସଂସ୍କୃତ ଭାଷାରେ ରତି ଶବ୍ଦର ଅର୍ଥ ସୁଖ ଅନୁଭବ । ଏହା ଶାରୀରିକ ଓ ମାନସିକ ଉଭୟ ସୁଖକୁ ନିର୍ଦ୍ଦଶ କରେ । ଆନନ୍ଦ ପାଇବା ଅର୍ଥ ଥିଲେ ମଧ୍ୟ ସାଧାରଣତଃ ଏହ ଯୌନ ସୁଖକୁ ବୁଝାଏ । <ref>{{Harv|Monier-Williams|2008|p=867}}</ref>
 
==ଜନ୍ମ ଓ ବିବାହ==
[[File:Rati on composite horse.jpg|thumb|left|ସଂଯୁକ୍ତ ଘୋଡ଼ା ଉପରେ ରତି]]
କାଳୀକା ପୁରାଣରେ ରତିଙ୍କର ଜନ୍ମ ବୃତାନ୍ତର ବର୍ଣ୍ଣନା ଅଛି । ସୃଷ୍ଟିକର୍ତ୍ତା ବ୍ରହ୍ମା ଦଶ ପ୍ରଜାପତି ସୃଷ୍ଟି କରିବା ପରେ ନିଜ ମନରୁ ପ୍ରେମ ଦେବତା କାମ/ କାମଦେବଙ୍କୁ ସୃଷ୍ଟି କରିଥିଲେ । କାମଦେବଙ୍କୁ ପୁଷ୍ପ ଧନୁ ସାହାଯ୍ୟରେ ପୃଥିବୀରେ ପ୍ରେମର ବାର୍ତ୍ତା ପ୍ରସାର କରିବାକୁ ଆଦେଶ ଦିଆଗଲା ଓ ଦକ୍ଷ ପ୍ରଜାପତିଙ୍କୁ କାମଦେବଙ୍କ ନିମନ୍ତେ ଏକ କନ୍ୟା ଉପ‌ହାର ଦେବାକୁ କୁହାଗଲା । କାମ ପୁଷ୍ପଧନୁ ପରୀକ୍ଷା କରିବାକୁ ପ୍ରଥମେ ବ୍ରହ୍ମା ଓ ପ୍ରଜାପତିଙ୍କ ଉପରକୁ ନିକ୍ଷେପ କରିବା ଫଳରେ ସେମାନେ ବ୍ରହ୍ମାଙ୍କ କନ୍ୟା ସନ୍ଧ୍ୟା ପ୍ରତି ଆକର୍ଷିତ ହୋଇଥିଲେ । ସେହି ପଥରେ ଯାଉଥିବା [[ଶିବ]] ଏହା ଦେଖି ହସିଦେଲେ । ବ୍ରହ୍ମା ଓ ପ୍ରଜାପତିମାନେ ଲଜ୍ଜାରେ ଝାଳନାଳ ହୋଇଗଲେ । ଦକ୍ଷର ଝାଳରୁ ଏକ ସୁନ୍ଦରୀ କନ୍ୟା ଜାତ ହେଲେ ଓ କାମଦେବଙ୍କୁ ସେହି କନ୍ୟାକୁ ପତ୍ନୀ ଭାବରେ ଦିଆଗଲା । କ୍ରୋଧାନ୍ୱିତ ବ୍ରହ୍ମା ଭବିଷ୍ୟତରେ ଶିବଙ୍କଦ୍ୱାରା ପାଉଁସରେ ପରିଣତ ହେବାକୁ କାମଦେବଙ୍କୁ ଅଭିଶାପ ଦେଲେ । କାମଦେବ ବ୍ରହ୍ମାଙ୍କୁ ପ୍ରାର୍ଥନା କରି ଅଭିଶାପରୁ ରକ୍ଷା କରିବାକୁ କ‌ହିବାରୁ ତାଙ୍କର ପୁନର୍ଜନ୍ମ ହେବାର ଆଶ୍ୱାସନା ଦେଇଥିଲା । <ref name = "Mani">''Rati'': Mani pp. 644–5</ref> ବ୍ରହ୍ମ ବୈବର୍ତ୍ତ ପୁରାଣ ଅନୁସାରେ ସନ୍ଧ୍ୟା ନିଜ ପିତାଙ୍କ କାମୁକ ଆଚରଣରେ କ୍ଷୁବ୍‌ଧ ହୋଇ ଆତ୍ମହତ୍ୟା କଲେ । ପରେ ବିଷ୍ଣୁ ତାଙ୍କୁ ପୁନର୍ଜନ୍ମ ଦେଇ ରତି ନାମ ରଖିଥିଲେ ।<ref name = "K253ff">Kramrisch pp. 253–4</ref> ଅନ୍ୟ କେତେକ ପୁରାଣ ଅନୁସାରେ ରତିଙ୍କର ପିତା ଶିବ ହୋଇଥିବା ଲିଖିତ ଅଛି ।<ref name="suresh">{{cite book|last=Chandra|first= Suresh |title=Encyclopaedia of Hindu gods and goddesses|edition=2|year=2001|publisher=Sarup & Sons|isbn=81-7625-039-2|page=273}}</ref>
 
ହରିବଂଶ ପୁରାଣରେ ରତିଙ୍କର ହର୍ଷ ଓ ଯଶ ନାମକ ଦୁଇ ସନ୍ତାନ ଥିବା ଲେଖାଅଛି । କିନ୍ତୁ ବିଷ୍ଣୁ ପୁରାଣରେ ତାଙ୍କର ନନ୍ଦି ନାମକ ଏକ ପୁତ୍ର ଥିବା ଲେଖାଅଛି । <ref name = "H165">Hopkins p. 165</ref> ଉଭୟ [[ରାମାୟଣ]] ଓ [[ମହାଭାରତ]]ରେ କାମଦେବଙ୍କର ରତି ପତ୍ନୀ ଥିବା ଲେଖାଅଛି ।<ref>Hopkins p. 199</ref>
 
{{clear}}
 
== ଆଧାର ==
"https://or.wikipedia.org/wiki/ରତି"ରୁ ଅଣାଯାଇଅଛି