"ଶନ୍ନୋଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୭ କ ଧାଡ଼ି:
ପିଲାବେଳୁ ତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରିବାରେ ବହୁତ ଆଗ୍ରହ ରହିଥିଲେ ମଧ୍ୟ ସେତେବେଳେ ମହିଳାମାନେ ଗାୟତ୍ରୀ ମନ୍ତ୍ର ପାଠ କରିବା ଉପରେ କଟକଣା ରହିଥିଲା । ଶନ୍ନୋ ଦେବୀଙ୍କୁ ତାଙ୍କର ଅଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଗାୟତ୍ରୀ ମନ୍ତ୍ର ପାଠରୁ ନିବୃତ୍ତ ରହିବାକୁ ତାଗିଦ କରିଥିଲେ । ଏହି ଘଟଣା ଶନ୍ନୋ ଦେବୀଙ୍କ ମନରେ ଗଭୀର ଆଘାତ ଦେଇଥିଲା । ଯେଉଁଥିପାଇଁ ସେ ଶପଥ ନେଇଥିଲେ ଯେ ପୁରୁଷଙ୍କ ଅଧିକାର ସହିତ ମହିଳାମାନଙ୍କୁ ସମକକ୍ଷ କରିବାକୁ ହେବ । 
 
[[ବ୍ରାହ୍ମଣ]] ପରିବାରରେ ଜନ୍ମ ହୋଇଥିବାରୁ ସେ ପୁରୁଷଙ୍କ ଭଳି ବିବାହ, ବ୍ରତଘର ଓ ପୂଜା ଆଦି ବିଭିନ୍ନ ପ୍ରକାରର କର୍ମକାଣ୍ଡ କରିବାକୁ ଇଚ୍ଛା ପ୍ରକାଶ କଲେ । କିନ୍ତୁ ଏସବୁ କରିବାକୁ ସାମାଜିକ ପ୍ରତିବାଦ ତାଙ୍କୁ ବାଧା ଦେଇଥିଲା । ୧୫ ବର୍ଷ ବୟସରେ ଇଞ୍ଜିନିୟର [[ପ୍ରିୟବ୍ରତ ଦାସ]] ଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଶନ୍ନୋ ଦେବୀଙ୍କ ଶ୍ୱଶୂର ଥିଲେ ଉଚ୍ଚଚିନ୍ତାଧାରାର ବ୍ୟକ୍ତି । ବୋହୂର ଇଚ୍ଛା ଜାଣିପାରି ତାଙ୍କୁ ପଇତା ପିନ୍ଧିବାକୁ ଅନୁମତି ପ୍ରଦାନ କରିଥିଲେ । ଶନ୍ନୋ ଦେବୀ ପ୍ରଥମେ ଘରେ ହେଉଥିବା ପୂଜାପାଠ ଆଦି କାମରେ ଯୋଗ ଦେଇଥିଲେ ପରେ ବିବାହ ଏବଂ ବ୍ରତଘର ଭଳି ବିଭିନ୍ନ ପ୍ରକାରର ପୂଜାରେ ଅଭିଜ୍ଞତା ହାସଲ କଲେ । ପ୍ରଥମେ ଦେବବ୍ରତ ଶାସ୍ତ୍ରୀ ନାମକ ଜଣେ ସଂସ୍କାରବାଦୀ ବ୍ୟକ୍ତି ନିଜର ଦୁଇ ଝିଅଙ୍କ ବିବାହରେ ପୁରୋହିତ କାର୍ଯ୍ୟ ନିର୍ବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ତାପରେ ସେ ଗୋଟିଏ ପରେ ଗୋଟିଏ ପୁରୋହିତ କାର୍ଯ୍ୟ ସମ୍ପନ୍ନ କରି ପ୍ରତିଷ୍ଠା ଲାଭ କଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆର୍ଯ୍ୟ ସମାଜ ସହିତ ଯୋଡି ହୋଇ ପୁରୋହିତ କାର୍ଯ୍ୟ ପାଇଁ ଅଧିକ ଆଗ୍ରହୀ ହୋଇଥିଲେ । ଶନ୍ନୋ ଦେବୀ ଦେଶ ତଥା ବିଦେଶରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ୱ ବିବାହ ସଂପନ୍ନ କରିସାରିଛନ୍ତି । ସାମୂହିକ ବେଦପାଠ ନିମନ୍ତେ ପ୍ରଥମେ ତାଙ୍କୁ ଭବାନୀପାଟଣାର ମହାରାଜ ପ୍ରତାପକେଶରୀ ଦେବ ସୁଯୋଗ ପ୍ରଦାନ କରିଥିଲେ । ୧୯୯୮ ମସିହାରେ ଆମେରିକାରେ ଅନୁଷ୍ଠିତ ଧର୍ମ ସମ୍ମିଳନୀରେ ବେଦ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ମହିଳାମାନଙ୍କୁ ଏ ଦିଗରେ ପ୍ରୋତ୍ସାହନ ଦେବା ପାଇଁ ସେ ତିନିଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଏପରି ଏକ ବୈପ୍ଲବିକ କାର୍ଯ୍ୟ ପାଇଁ ତାଙ୍କୁ ସାମାଜିକ ସ୍ୱୀକୃତି ମିଳିଛି । 
 
== '''ପୁସ୍ତକ:'''<ref>The Sunday indian 2012 August 5</ref> ==