"ରହମାନ ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୧୯ କ ଧାଡ଼ି:
}}
 
'''ଅବଦୂର ରହମାନ ରାହୀ''' ( ଜନ୍ମ : ୬ ମଇ ୧୯୨୫, ଶ୍ରୀନଗର ) ଜଣେ କାଶ୍ମିରୀ କବି, ଅନୁବାଦକ ଓ ସାହିତ୍ୟ ସମାଲୋଚକ ଅଟନ୍ତି । ୧୯୬୧ରେ ସେ କବିତା ସଂକଳନ " ନୱରୋଜ-ଇ-ସବା" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିଲେ । ସେ ୨୦୦୦ ମସିହାରେ [[ପଦ୍ମ ଶ୍ରୀପଦ୍ମଶ୍ରୀ]] ସମ୍ମାନରେ ସମ୍ମାନୀତ ହୋଇଥିଲେ । ୨୦୦୪ ବର୍ଷ ପାଇଁ ସେ ନିଜ ପୁସ୍ତକ "ସିୟା ରୁଦ ଜାୟେରେଁ ମଞ୍ଜ" ପାଇଁ [[ଜ୍ଞାନପୀଠ ପୁରସ୍କାର]] ଲାଭ କରିଥିଲେ ।
 
ରହମାନ ରାହୀ ୧୯୪୮ରେ ଜଣେ ସରକାରୀ କିରାଣୀ ଭାବରେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । କ୍ରମେ ସେ ପ୍ରଗତିଶୀଳ ଲେଖକ ସଂଘରେ ଯୋଗଦେଇଥିଲେ ଓ ଏହାର ସଚିବ ହୋଇଥିଲେ । ପ୍ରଗତିଶୀଳ ଲେଖକ ସଂଘର ସାହିତ୍ୟ ପତ୍ରିକା "କ୍ୱାଙ୍ଗ ପୋଷ" ମଧ୍ୟ ସେ ସମ୍ପାଦନା କରିଥିଲେ । ପରବର୍ତ୍ତୀ ସମୟରେ ସେ ଉର୍ଦ୍ଦୁ ଖବରକାଗଜ "ଖିଦମତ"ର ସହ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ସେ ଜାମ୍ମୁ ଓ କାଶ୍ମୀର ବିଶ୍ୱ ବିଦ୍ୟାଳୟରୁ ପାର୍ସୀ ( ୧୯୫୨ ) ଓ ଇଂରାଜୀ ( ୧୯୬୨ ) ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଏହି ବିଶବିଦ୍ୟାଳୟରେ ସେ ପାର୍ସୀ ଭାଷା ଶିକ୍ଷା ମଧ୍ୟ ଦେଉଥିଲେ । ଉର୍ଦ୍ଦୁ ଖବରକାଗଜ "ଆଜକାଲ"ରେ ମଧ୍ୟ ସେ ୧୯୫୩ରୁ ୧୯୫୫ ପର୍ଯ୍ୟନ୍ତ ସମ୍ପାଦକ ଥିଲେ । ସେ ଛାତ୍ରାବସ୍ଥାରେ କମୁନିଷ୍ଟ ପାର୍ଟି ସହିତ ଜଡିତ ଥିଲେ । "ବାବା ଫରିଦ"ଙ୍କ ରଚନା ସେ ପଞ୍ଜାବୀ ଭାଷାରୁ କାଶ୍ମିରୀ ଭାଷାକୁ ଅନୁବାଦ କରିଥିଲେ ।.ଆଲବର୍ଟ କାମସ, [[ଜାଁ ପଲ, ସତ୍ରେ]] ଓ ଦିନା ନାଥ ନାଦୀମଙ୍କ ପ୍ରଭାବ ତାଙ୍କ ଉପରେ ପଡିଥିଲା ଓ ତାହା ତାଙ୍କ ରଚନା ମାଧ୍ୟମରେ ପ୍ରକାଶ ପାଇଥିଲା ।