"ବିପଦତାରିଣୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ Regular Character Changes
୭ କ ଧାଡ଼ି:
[[File:Hibiscus Brilliant.jpg|thumb|left|200px|କିମ୍ବଦନ୍ତୀ ଅନୁସାରେ ବିପଦତାରିଣୀ ଦେବୀ‌ଙ୍କର ପ୍ରିୟ ମନ୍ଦାର ପୁଷ୍ପ]]
 
ହିନ୍ଦୁ ମହିଳାମାନେ ଏହି ବ୍ରତ ରଖିଥାଆନ୍ତି ଓ ଏହାର ପୂଜା ପୂର୍ବରୁ ବା ପରେ ତାଙ୍କର କିମ୍ବଦନ୍ତୀ ଅନୁସାରେ ତାଙ୍କ ବିଷୟରେ ଏକ କାହାଣୀ ପଢ଼ାଯାଏ । ବର୍ତ୍ତମାନର ପଶ୍ଚିମ‌ବଙ୍ଗର ବାଙ୍କୁରାରେ ଥିବା ବିଷ୍ଣୁପୁର ରାଜ୍ୟରେ ୭ମ ରୁ୭ମରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ବାଗଡ଼ି ଜାତି ବା ବର୍ଗ କ୍ଷତ୍ରୀୟ ମଲ୍ଲ ରାଜାଙ୍କ ରାଜୁତି ସମୟର ଏହି କାହାଣୀ ପଢ଼ାଯାଏ । ସେତେବେଳେ ଜଣେ ରାଣୀଙ୍କର ଗୋମାଂସ ଭକ୍ଷଣ କରୁଥିବା ଜଣେ ମୋଚି ବାନ୍ଧବୀ ଥିଲେ । ଦିନେ ଏକଥା ଶୁଣି ଭୟଭୀତ ରାଣୀ କୌତୁହଳୀ ହୋଇ ସେହି ମାଂସ ଦେଖେଇବାକୁ ବାନ୍ଧବୀଙ୍କୁ କ‌ହିଲେ । ପ୍ରଥମେ ସେହି ଝିଅ ରାଜାଙ୍କର କ୍ରୋଧର ଶିକାର ହେବା ସମ୍ଭାବନାରେ ଭୟଭୀତ ହୋଇ ମନାକରିଥିଲେ ଓ ପରେ ରାଣୀଙ୍କର ଅନୁରୋଧରେ ସେ ସମ୍ମତି ପ୍ରଦାନ କରିଥିଲେ । ରାଣୀଙ୍କର ବିଶ୍ୱାସହାନୀ ହୋଇଥିଲା ଓ ରାଜା କ୍ରୋଧରେ ସେହି ଝିଅଙ୍କୁ ମାରିବାକୁ ଗଲେ । ରାଣୀ କିନ୍ତୁ ସେହି ମାଂସକୁ ନିଜ ବସନ ମଧ୍ୟରେ ଲୁଚେଇ ଦେଲେ ଓ ଦୁର୍ଗା ଦେବୀଙ୍କୁ ସାହାଯ୍ୟ କରିବାକୁ ପ୍ରର୍ଥନା କରିବାକୁ ଲାଗିଲେ । ତାଙ୍କ ବସନ ମଧ୍ୟରେ କିଛି ଲୁଚାଇଥବା ସନ୍ଦେହରେ ରାଜା ଲୁଗାକୁ ଚିରିଦେବାରୁ ତା ମଧ୍ୟରେ ଏକ ମନ୍ଦାର ପୁଷ୍ପ ଥିବା ଦେଖିଥିଲେ । ଆଜି ମଧ୍ୟ ଏହି ପୂଜା ମହିଳାମାନଙ୍କର ସଂସ୍କାର ହୋଇରହିଛି ଓ ପରିବାର ବିପଦରେ ପଡ଼ିଲେ ଦେବୀଙ୍କର ହସ୍ତକ୍ଷେପ ନିମନ୍ତେ ତାଙ୍କୁ ପୂଜା କରାଯାଉଛି ।<ref name=pl/>
 
ଦୁର୍ଗାଙ୍କର ଅନ୍ୟାନ୍ୟ ଅବତାର ଭଳି କୌଣସି ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ପଡ଼ିବା ସମୟରେ ବା ପରିବାରର ଅସୁସ୍ଥ ଲୋକ ଆରୋଗ୍ୟ ହେବା ନିମନ୍ତ ବିପଦତାରିଣୀଙ୍କୁ 'ଆରୋଗ୍ୟ ଦେବୀ' ଭାବରେ ପୂଜା କରାଯାଏ । <ref>{{cite book|last=Roy|first=Sarat Chandra |title=Man in India, Volume 73|year=1993|publisher=A.K. Bose|page=334}}</ref> ସେହି ସ୍ଥାନମାନଙ୍କର ମନ୍ଦିରମାନଙ୍କର ଧାର୍ମିକ କ୍ୟାଲେଣ୍ଡରରେ ବିପଦତାରିଣୀ ପୂଜା ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚିତ ହୋଇଥାଏ । <ref>{{cite book|last=Chaudhuri|first=Buddhadeb |title=The Bakreshwar Temple: a study on continuity and change|year=1981|publisher=Inter-India Publications|page=42}}</ref><ref>{{cite web|url=http://bardhaman.nic.in/tourism/sarbamangala/sarba.html|title=Sarbamangala Mandir|publisher=[[Bardhaman district]] website}}</ref>