"ପ୍ରିୟବ୍ରତ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୪୦ କ ଧାଡ଼ି:
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ପ୍ରିୟବ୍ରତ ଦାସ ୧୯୩୨ ଜୁଲାଇ ୧ ତାରିଖରେ [[ଓଡ଼ିଶା]]ରେ ଜନ୍ମିତ । ସେ ୧୯୪୮ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ କରିଥିଲେ । ଏହା ପରେ ସେ [[ଉତ୍କଳ ବିଶ୍ଵବିଦ୍ୟାଳୟ]]ରୁ ୧୯୫୦ ମସିହାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ରଖି ଉତ୍ତୀର୍ଣ ହୋଇଥିଲେ । ବିହାର ଇଞ୍ଜିନିୟରିଂ କଲେଜ, ପାଟନାରୁ ୧୯୫୪ ମସିହାରେ ସିଭିଲ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ଏବଂ ପରେ ଇଂଲାଣ୍ଡରେ (Brighton College of Technology) ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ତାଙ୍କ ପିତା ଜଣେ ବେଦବିତ୍ ଜ୍ଞାନୀ ତଥା ଉଚ୍ଚଚିନ୍ତାଧାରାର ବ୍ୟକ୍ତି ଥିବାରୁ ପିଲାଟି ଦିନରୁ ସେ ବାପାଙ୍କ ପ୍ରେରଣାରେ ବେଦ ସମ୍ବନ୍ଧୀୟ ବିଭିନ୍ନ ବହି ଅଧ୍ୟୟନ କରିବା ଆରମ୍ଭ କରିଥିଲେ । ମାତ୍ର ୨୬ ବର୍ଷ ବୟସରେ ତାଙ୍କ ଲିଖିତ ଏକ ପୁସ୍ତକ '''ବେଦ ମନୁଷ୍ୟକୃତ କି''' ଏକ କାଳଜୟୀ ତଥା ଚର୍ଚ୍ଚିତ ପୁସ୍ତକ । ବିଭିନ୍ନ ସମୟରେ ବିଭିନ୍ନ ଖବର କାଗଜରେ ବେଦ ସମ୍ପର୍କିତ ପ୍ରାୟ ପାଞ୍ଚଶହରୁ ଅଧିକ ଲେଖା ପ୍ରକାଶ ପାଇସାରିଛି । ତାଙ୍କର ଲିଖିତ ଅନେକ ପୁସ୍ତକ ମଧ୍ୟରୁ ବେଦ ବିଦ୍ୟା ଆଧାରିତ କେତୋଟି ଲୋକପ୍ରିୟ ପୁସ୍ତକ ହେଉଛି ଋଗବେଦ ସୌରଭ, ଅଥର୍ବ ବେଦ ସୌରଭ, ସାମବେଦ ସୌରଭ ତଥା ଜଜୁର୍ବେଦ ସୌରଭ । ବେଦକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାପାଇଁ ସେ ସରଳ ଭାଷାରେ ଅନେକ ଭାଷ୍ୟ ରଚନା କରିଯାଇଛନ୍ତି । ଏହାଛଡା ସେ ଡଃ ଏମ୍. ବିଶ୍ଵେସରାୟ ଓ ଡଃ ଏ. ଏନ୍. ଖୋସଲା ଭଳି ବ୍ୟକ୍ତିତ୍ଵଙ୍କ ଜୀବନୀ ରଚନା କରିଛନ୍ତି । ଚାକିରି ଜୀବନରୁ ଅବସର ନେବା ପରେ ସେ ଭୁବନେଶ୍ଵରରେ '''ଆର୍ଯ୍ୟ ସମାଜ''' ତଥା ବୈଦିକ ଅନୁସନ୍ଧାନ ପ୍ରତିଷ୍ଠାନ ପ୍ରତିଷ୍ଠା କରିଛନ୍ତି । ଭୁବନେଶ୍ଵରସ୍ଥ ଆର୍ଯ୍ୟ ସମାଜର ସଭାପତି ଭାବେ ସେ ମଧ୍ୟ କାର୍ଯ୍ୟ କରିଛନ୍ତି । ଓଡିଶାରେଓଡ଼ିଶାରେ ନବ ମାତୃକା ପୂଜାର ପ୍ରୋତ୍ସାହକ ଭାବେ ସେ ପରିଚିତ । ନବରାତ୍ରୀ ସମୟରେ ନଅ ଗୋଟି ଦେବୀଙ୍କର ମୃଣ୍ମୟ ପିତୁଳାକୁ ପୂଜା କରିବା ଅପେକ୍ଷା ବେଦ ସମ୍ମତ ପଦ୍ଧତିରେ ନଅ ଜଣ ଗୁଣୀ ବୟୋବୃଦ୍ଧା ମହିଳାଙ୍କୁ ସମ୍ମାନିତ କରିବା ପ୍ରଥା ସେ ଆରମ୍ଭ କରିଥିଲେ । ଏହି କ୍ରମରେ ୫୦ରୁ ଅଧିକ ବୟୋବୃଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ବେଦସ୍ଥ ଜ୍ଞାନ ବିତରଣ କରିବା ସହ ବେଦ ସମ୍ମତ ପଦ୍ଧତିକୁ ଅଧିକ ଲୋକ ପ୍ରିୟ କରାଇବା ସହ ଏହି ପ୍ରଥାକୁ ଓଡ଼ିଶାର ପୁର ପଲ୍ଲୀରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ।<ref name="odishanews">{{cite web |title=Mother worship - OrissaPOST |url=https://www.orissapost.com/mother-worship/ |website=Odisha News, Odisha Latest news, Odisha Daily - OrissaPOST |accessdate=20 February 2020 |date=28 September 2017}}</ref>
 
ଜଣେ ସମାଜ ସଂସ୍କାରକ ଭାବେ ସେ ବିଧବା ବିବାହ ପୁନଃ ପ୍ରଚଳନ କରାଇବା ସହ ମହିଳାମାନେ ପୁରୋହିତ କାର୍ଯ୍ୟକରିବା ଏବଂ ମୁଖାଗ୍ନୀ ଦେବା ଭଳି କାର୍ଯ୍ୟର ସପକ୍ଷବାଦୀ ଭାବେ ସେ ସୁପରିଚିତ । ତାଙ୍କ ସହଧର୍ମିଣୀ [[ଶନ୍ନୋଦେବୀ]] ଓଡିଶାରଓଡ଼ିଶାର ପ୍ରଥମ ମହିଳା ପୁରୋହିତ ଭାବେ ଜଣାଶୁଣା । ସେ ମଧ୍ୟ ଜଣେ ମହିଳା ସମାଜ ସଂସ୍କାରକ ଭାବେ ପ୍ରିୟବ୍ରତ ଦାସଙ୍କୁ ସହଯୋଗ କରିଆସୁଛନ୍ତି ।
 
ସେ ବିଭିନ୍ନ ସମୟରେ ଆମେରିକା, ଜର୍ମାନୀ, ଫ୍ରାନ୍ସ, ଋଷିଆ। କେନିଆ ତଥା ହଲାଣ୍ଡ ଭଳି ଅନେକ ସ୍ଥାନ ଯାତ୍ରା କରି ବୈଦିକ କର୍ମ କାଣ୍ଡ ତଥା ବେଦ, ବେଦାନ୍ତ ସମ୍ପର୍କିତ ଭାଷଣ ପ୍ରଦାନ କରିଅଛନ୍ତି ।
୬୩ କ ଧାଡ଼ି:
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] (ବେଦ ମନୁଷ୍ୟକୃତ କି?) ୧୯୫୮<ref name="odishasahityaakademi">{{cite web |title=Odisha Sahitya Akademi |url=http://odishasahityaakademi.org/sahitya-award.php |website=odishasahityaakademi.org |accessdate=20 February 2020}}</ref>
 
ଓଡିଶାଓଡ଼ିଶା ତଥା ଓଡିଶାଓଡ଼ିଶା ବାହାରର ଅନେକ ଅନୁଷ୍ଠାନ ଦ୍ଵାରାଅନୁଷ୍ଠାନଦ୍ଵାରା ସେ ସମ୍ମାନିତ ହୋଇଛନ୍ତି ।<ref name="newindianexpress">{{cite web |title=Vedic scholars awarded |url=https://www.newindianexpress.com/states/odisha/2019/mar/13/vedic-scholars-awarded-1950521.html |website=The New Indian Express |accessdate=20 February 2020}}</ref>
 
* Theosophical society, Brighton (UK) 1966