Topic on ଉଇକିପିଡ଼ିଆ:ଆଲୋଚନା ସଭା

ଟ୍ରେନ ଦ ଟ୍ରେନର-୨୦୨୦ କାର୍ଯ୍ୟକ୍ରମ ଶିକ୍ଷଣ

8
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧିତ

Soumendrak (ଆଲୋଚନାଅବଦାନ)

ଟ୍ରେନ ଦ ଟ୍ରେନର ୨୦୨୦ରେ ଆସାମୀ, ବଙ୍ଗାଳି, ହିନ୍ଦୀ, ତେଲୁଗୁ, ମରାଠୀ, ତୁଳୁ, ମାଲାୟାଲମ, ତାମିଲ, ସାନ୍ତାଳୀ ଏବଂ ପଞ୍ଜାବୀ ଗୋଷ୍ଠୀରୁ ଅଂଶଗ୍ରହଣକାରୀ ମାନେ ଯୋଗଦାନ କରିଥିଲେ ।

ଅନେକ କିଛି ଲୋକଙ୍କ ସହିତ କଥାବାର୍ତ୍ତାଦ୍ୱାରା ସେମାନଙ୍କର ତାଙ୍କର ମାତୃଭାଷା ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ମତେ ଓଡ଼ିଆ ପ୍ରତି ମୋର ଭଲ ପାଇବା ଆହୁରି ବଢ଼ାଇବାକୁ ପ୍ରେରଣା ଯୋଗାଇଥିଲା । ବହୁକିଛି ଅନ୍ୟମାନଙ୍କଠାରୁ ଶିଖିବାକୁ ମିଳିଲା । ନିମ୍ନରେ କିଛି ମୁଖ୍ୟ ଶିକ୍ଷଣୀୟ ପ୍ରସଙ୍ଗ ଯାହା ମୋତେ ଭଲ ଲାଗିଲା ଉଲ୍ଲେଖ କରୁଛି:

  1. Wikibooks (ହିନ୍ଦୀ ଗୋଷ୍ଠୀ)
    1. ଏଥିରେ ନିଜର ନୋଟ ତିଆରି କରିବା ଭଳି କିଛି ପୁସ୍ତକଗୁଡ଼ିକୁ ମିଶାଇ ଏକ ବହି ଲେଖି ହେବ (ପାଠ୍ୟକ୍ରମ ସଂକ୍ରାନ୍ତ ବହି ମୁଖ୍ୟତଃ )
  2. Wikivoyage (ବଙ୍ଗାଳୀ ଗୋଷ୍ଠୀ)
    1. ପର୍ଯ୍ୟଟନ ସ୍ଥାନଗୁଡ଼ିକ ବିଷୟରେ ଏଥିରେ ଲେଖାଯାଏ (କେମିତି ଯିବ, କଣ ଦେଖିବ, କଣ ଖିଆପିଆ କରିବ ଇତ୍ୟାଦି)
  3. Wikilibrary (ଟୁଳୁ ଏବଂ କନ୍ନଡ ଗୋଷ୍ଠୀ)
    1. ଖାରାବଳୀ ଗୋଷ୍ଠୀ ଉଇକିପିଡ଼ିଆରେ ଆଧାର ଦେବା ପାଇଁ ୩୦,୦୦୦ ଟଙ୍କା ବିନିଯୋଗ କରି ବହି (କପିରାଇଟ ଯୁକ୍ତ) କିଣିଥିଲେ । ଏହି ବହିଗୁଡ଼ିକୁ ଏକ ପାଠାଗାର ଭଳି ରଖି, ଏଥିରୁ ପଢ଼ି ଛାତ୍ରୀଛାତ୍ରମାନେ ଉଇକିପିଡ଼ିଆରେ ଲେଖନ୍ତି ।
  4. Copyright coverage (Plagiarism checker) tool, https://tools.wmflabs.org/copyvios/
    1. ଏହି ଟୁଲ ଉପଯୋଗ କରି ଯଦି କୌଣସି ଉଇକିପିଡ଼ିଆ ପୃଷ୍ଠା ବାହାର ତଥ୍ୟ ସିଧାସଳଖ କପି ପେଷ୍ଟ କରୁଛି ତେବେ ଜାଣିହେବ
    2. ମୁଁ ଆରମ୍ଭ କରିଥିବା କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ ପୃଷ୍ଠାକୁ ୪୧% ସିଧାସଳଖ କପି ପେଷ୍ଟ ହୋଇଛି ବୋଲି ଦେଖାଉଛି । ଯାହାକି ଭୁଲ ଅଟେ । ତେଣୁ ବିଚାର କରି ଏହି ଟୁଲ ଉପଯୋଗ କଲେ ଲାଭଦାୟକ ହୋଇପାରେ ।
  5. Pseudoscience ପୃଷ୍ଠା ତିଆରି ଉପରେ ସମୀକ୍ଷା (ଗୁଜୁରାଟୀ ଗୋଷ୍ଠୀ)
    1. ଉଇକିପିଡ଼ିଆରେ ବିଜ୍ଞାନ ସମ୍ବନ୍ଧିତ ମିଛ ତଥ୍ୟକୁ ସତ୍ୟ ଭାବେ ଉପସ୍ଥାପନା କଲେ କିଭଳି ତାହାଲୁ ଗୋଷ୍ଠୀ ଆୟତ୍ତ କରିବେ ତାହା ଉପରେ ଏହି ଆଲୋଚନା ରହିଥିଲା
    2. ମୋର ପ୍ରଶ୍ନ ଥିଲା: ଅତ୍ୟାଧୁନିକ ବିଜ୍ଞାନ ପ୍ରସଙ୍ଗ ମୁଁ ଲେଖୁଛି , ଯାହା ଗୋଷ୍ଠୀର ପ୍ରାୟତଃ ଅନ୍ୟାନ୍ୟ ବ୍ୟକ୍ତି ଅଜାଣତ, ମୁଁ ମିଛ ସତ ଲେଖିଲେ, ଏହି କ୍ଷେତ୍ରରେ କିଭଳି ପଦକ୍ଷେପ ନେଇହବ , କିଛି ଆଶାନୁରୂପ ଉତ୍ତର ମିଳିନଥିଲା ।
  6. ବିଶ୍ବବିଦ୍ୟାଳୟଗୁଡ଼ିକ ସହିତ ସନ୍ଧି ରଖି ଛାତ୍ରୀଛାତ୍ରଙ୍କୁ ଶିକ୍ଷଣ (ତେଲୁଗୁ, ମରାଠୀ ଏବଂ କନ୍ନଡ଼ ଗୋଷ୍ଠୀ)
    1. ଏଥିରେ ଉଇକିପିଡ଼ିଆରେ ଅବଦାନ ପାଇଁ ୫୦ ମାର୍କରେ ନମ୍ବର ଛାତ୍ରୀଛାତ୍ରଙ୍କୁ ମିଳୁଛି, ତେଣୁ ସେମାନେ ଆଗ୍ରହ ଦେଖାଉଛନ୍ତି
    2. ପ୍ରତି ବିଶ୍ୱବିଦ୍ୟାଳୟରେ ଗୋଟିଏ ଗୋଟିଏ ଉଇକି କ୍ଲବ ମଧ୍ୟ ଗଢ଼ାଯାଇଛି
  7. ପୁସ୍ତକମେଳାରେ ଉଇକିପିଡ଼ିଆ ପ୍ରକଳ୍ପ ବିଷୟରେ ତେଲୁଗୁ ଉଇକିପିଡ଼ିଆ ଲୋକଙ୍କର ଆଲୋଚନା (ତେଲୁଗୁ ଗୋଷ୍ଠୀ)
    1. ପ୍ରତିବର୍ଷ ହାଇଦରାବାଦ ପୁସ୍ତକମେଳାରେ ତେଲୁଗୁ ଉଇକିପିଡ଼ିଆ ଏକ ଷ୍ଟଲ ସ୍ଥାପନ କରି ଲୋକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛି
    2. ଆଗ୍ରହୀ ବ୍ୟକ୍ତିଙ୍କୁ ଶିବିର ଆୟୋଜନ କରି ଶିକ୍ଷା ଦିଆଯାଇଥାଏ
  8. କୌଣସି ବିଷୟରେ ଜାଣିବାକୁ ହେଲେ କର୍ମଶାଳା ଆୟୋଜନ ପ୍ରକ୍ରିୟା
    1. କର୍ମଶାଳା କିଭଳି ଆୟୋଜନ କରିବ, ଶେଷ ମୁହୂର୍ତ୍ତରେ ଅଘଟଣ କିଭଳି ଟାଳି ହେବ ତାହାର ଆଲୋଚନା ହୋଇଥିଲା
  9. ଉତ୍ତନ ଗ୍ରାମର କେଉଟମାନଙ୍କର ସିଧା ସଳଖ କଥାବାର୍ତ୍ତା କରି ସେମାନଙ୍କର ସମସ୍ୟା ଜାଣିବା ଏବଂ ଫୋଟୋ ଡକୁମେଣ୍ଟସନ
    1. ଏଥିରେ ସାମ୍ବାଦିକତାରେ କିଭଳି ଜଣେ ଦି ଜଣଙ୍କ ମତ ଉପରେ ଅଧିକ ଧ୍ୟାନ ନଦେଇ କିଭଳି ଏକ ସର୍ବାଙ୍ଗୀନ ତଥ୍ୟ ସଂଗ୍ରହ କରିହେବ ତାହା ଶିଖିବାକୁ ମିଳିଥିଲା
  10. କୌଣସି ଗଣ-ସମ୍ପାଦନ ପାଇଁ ମେଟା ପୃଷ୍ଠା ଗଠନ ପ୍ରକ୍ରିୟା ଏବଂ ଦରକାରୀ ଉତ୍କୃଷ୍ଟ ଅଭ୍ୟାସଗୁଡ଼ିକ:  https://outreachdashboard.wmflabs.org/training
  11. ସିଆଇଏସ କର୍ମଚାରୀଗଣଙ୍କଠାରୁ କୌଣସି ଉଇକିପ୍ରକଳ୍ପ ବିଷୟରେ କେହି (ଜଣେ ଏକୁଟିଆ କିମ୍ବା ସାମୁହିକ ବ୍ୟକ୍ତିଗଣ) ଶିଖିବାକୁ ଚାହୁଁଥିଲେ ଏହି ଲିଙ୍କରେ ଆବେଦନ କରିପାରିବେ: https://www.wikidata.org/wiki/Wikidata:WikiProject_India/Skill_sharing


Hellohappy (ଆଲୋଚନାଅବଦାନ)

ଯାହା ହେଉ । ଏତେ କଥା ଦେଖି ଶିଖି ଆସିଛ । ଯାତ୍ରା ସଫଳ ହେଇଛି ତୁମର, ତୁମ ମାଧ୍ୟମରେ ଆମ ସମଗ୍ର ଗୋଷ୍ଠୀର । ଅଭିନନ୍ଦନ ।

Psubhashish (ଆଲୋଚନାଅବଦାନ)

ଭଲ ଭଲ କଥା କିଛି ଜାଣିବାକୁ ମିଳିଲା । ମୋତେ ସେ Earwig's Copyvio Detector ଆଉ Outreachdashboard Training Libraries ଦିଓଟି ଭାରି ବଢ଼ିଆ ଲାଗିଲା ଜାଣିକି । ତେବେ କ୍ୱାଣ୍ଟମ କମ୍ପ୍ୟୁଟିଂ ପୃଷ୍ଠାଟିରେ ୯.୧% କପିକରା ବୋଲି ଦେଖଉଛି ଆଉ ସେତେ କମ ବୋଧେ କପିରେ ଗଣାହେବନି । ତେବେ ଆଉ କିଛି ପୃଷ୍ଠା ଦେଖୁଦେଖୁ ସେ ଟୁଲରେ କିଛି ଭୁଲ ଧରା ପଡ଼ିଲା । ମୁଁ ତେଣୁ ଗିଠବରେ ତାଙ୍କୁ ଅନୁରୋଧ କରିଛି ସୁଧାରିବା ପାଇଁ ।

Soumendrak (ଆଲୋଚନାଅବଦାନ)

ସିଆଇଏସ କର୍ମଚାରୀଗଣଙ୍କଠାରୁ କୌଣସି ଉଇକିପ୍ରକଳ୍ପ ବିଷୟରେ କେହି (ଜଣେ ଏକୁଟିଆ କିମ୍ବା ସାମୁହିକ ବ୍ୟକ୍ତିଗଣ) ଶିଖିବାକୁ ଚାହୁଁଥିଲେ ଏହି ଲିଙ୍କରେ ଆବେଦନ କରିପାରିବେ: https://www.wikidata.org/wiki/Wikidata:WikiProject_India/Skill_sharing

Pmsarangi (ଆଲୋଚନାଅବଦାନ)

ସୌମେନ୍ଦ୍ର, ଧନ୍ୟବାଦ! ଏତେ କଥା ଜାଣିବାକୁ ମିଳିଲା । ଏମିତି ନିଜେ ଶିଖି ଅନ୍ୟମାନଙ୍କୁ ବି ଶିଖିବାର ସୁଯୋଗ ଦେଉଥାଅ । Pmsarangi (ମୋ ଆଲୋଚନା) ୧୦:୧୦, ୪ ମାର୍ଚ୍ଚ ୨୦୨୦ (IST)

Radhadwibedi (ଆଲୋଚନାଅବଦାନ)

ଧନ୍ୟବାଦ ସୌମେନ୍ଦ୍ର ।

Jnanaranjan sahu (ଆଲୋଚନାଅବଦାନ)

ଧନ୍ୟବାଦ! ସମସ୍ତଙ୍କୁ ନିଜ ଶିଖିଥିବା କଥା ଜଣାଇଥିବାରୁ । କଣ କଣ ସବୁ ଆମ ଉଇକି ପାଇଁ କରିହେବ ଅଲୋଚନା କଲେ ଭଲ ହେବ ।

Chinmayee Mishra (ଆଲୋଚନାଅବଦାନ)

ବହୁତ ବହୁତ ଧନ୍ୟବାଦ ନିଜର ଅନୁଭୂତି ବାକି ଉଇକିଆଳିଙ୍କ ସହ ବାଣ୍ଟିଥିବାରୁ ।