"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୨ କ ଧାଡ଼ି:
}}
 
ସତ୍ୟନାରାୟଣ ରାଜଗୁରୁ ଜଣେ ଭାରତୀୟ ସାହିତ୍ୟିକ ତଥା ଐତିହାସିକଗବେଷକ । ସେ ଓଡିଶା ରାଜ୍ୟ ସଂଗ୍ରହାଳୟର ଜଣେ କ୍ୟୁରେଟର ତଥା ଏପିଗ୍ରାଫିଷ୍ଟ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ।୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
== ବାଲ୍ୟ ଜୀବନ ଓ ଶିକ୍ଷା ==
'''ସତ୍ୟନାରାୟଣ ରାଜଗୁରୁ''' ୧୯ ଅଗଷ୍ଟ ୧୯୦୩, (କାଳୀୟ ଦଳନ ଏକାଦଶୀ)<ref>{{cite web|last=Rajguru|first=Sitakanta|title=Memories of My Father Padmashree Dr. Satya Narayan Rajguru|url=http://orissa.gov.in/e-magazine/Orissareview/2010/April/engpdf/58-64.pdf|publisher=Odisha Review|accessdate=30 April 2014|page=58}}</ref> <!-- (୯ ସେପ୍ଟେମ୍ବର ୧୯୦୩, ଭାଦ୍ରବ ମାସ, କୃଷ୍ଣ ଏକାଦଶୀ, ବୁଧବାର, ଦ୍ରଷ୍ଟବ୍ୟ: ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଓଡ଼ିଶାର ଇତିହାସ) --> ଦିନ [[ପାରଳାଖେମୁଣ୍ଡି]]ଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ ‌। ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣି ଦେବୀ ସତ୍ୟନାରାୟଣ ବ୍ରତ ପାଳନ କରି ସନ୍ତାନ ଲାଭ କରିଥିବାରୁ ପୁତ୍ରର ନାମ ସତ୍ୟନାରାୟଣ ଦେଇଥିଲେ । ଜନ୍ମଲାଭର ସପ୍ତମଦିନ ତାଙ୍କର ମାତୃବିୟୋଗ ଘଟିଥିଲା । ତାଙ୍କ ଜେଜେବାପା ହରେକୃଷ୍ଣ ରାଜଗୁରୁ ଏହି ଶିଶୁକୁ ଏକ ଘରୋଇ ପରିଚାରକ ମାଧ୍ୟମରେ ଜଣେ କମା ବ୍ରାହ୍ମଣଙ୍କ ଘରକୁ ନିତିଦିନ ପଠାଇ ତାଙ୍କ ସ୍ତ୍ରୀଙ୍କ ସ୍ତନ୍ୟପାନ କରାଇ ଏହି ମାତୃହୀନ ଶିଶୁକୁ ପାଳିବାକୁ ଲାଗିଲେ । ଏହିପରି ଭାବରେ ସେହି କମା ବ୍ରାହ୍ମଣୀ ପିଲାଟିବେଳୁ ସତ୍ୟନାରାୟଣଙ୍କ ସମସ୍ତ ଯତ୍ନ ନେଇ ପାଳିବା ଆରମ୍ଭ କରିଦେଇଥିଲା ।