"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
ଟିକେNo edit summary
୨୪ କ ଧାଡ଼ି:
ଗୃହପଣ୍ଡିତଙ୍କଠାରୁ ସଂସ୍କୃତ ଓ କର୍ମକାଣ୍ଡ ଶିକ୍ଷା କରିବା ପରେ ସ୍ଥାନୀୟ ଉଚ୍ଚବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
ଆନ୍ଧ୍ର ବିଶ୍ଵ ବିଦ୍ୟାଲୟରୁ ଶିକ୍ଷା ସମାପ୍ତ କରି ସେ ୧୯୨୯ ମସିହାରେ ପାରଳାସ୍ଥିତ "ପଦ୍ମନାଭ ରଂଗାଳୟ"ରେ ମ୍ୟାନେଜର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପଦ୍ମନାଭ ରଂଗାଳୟ ଥିଲା ତତ୍କାଳୀନ ଓଡ଼ିଶାର ପ୍ରଥମ ଥିଏଟର । ଏହି ସମୟରେ ସେ [[ଉତ୍କଳ ସମ୍ମିଳନୀ]] ର କାର୍ଯ୍ୟକଳାପ ସହ ସଂପୃକ୍ତ ଥିଲେ । ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବାରେ ସେ ପାରଳା ମହାରାଜାଙ୍କ ସହାୟତା କରିଥିଲେ । କଥିତ ଅଛି ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ନିମନ୍ତେ ସେ ଏକ ଥେସିସ ବା ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରସ୍ତୁତ କରିସାରିଥିଲେ ।
୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘[[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ୱ ସମ୍ଭାଳିଥିଲେ <ref name="Orissareview">{{cite journal |last1=Rajguru |first1=Sitakanta |title=Memories of My Father |journal=Orissa Review |volume=2010 |issue=April 2010 |page=58 |pages=58 |url=http://magazines.odisha.gov.in/Orissareview/2010/April/engpdf/58-64.pdf |accessdate=29 February 2020}}</ref>। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।<ref>{{cite web|title=EMINENT PERSONS|url=http://gajapati.nic.in/sonsofsoil/eminent%5Cemiperson.htm|accessdate=30 April 2014}}</ref>
ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।