"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୨୧ କ ଧାଡ଼ି:
| awards = [[ପଦ୍ମଶ୍ରୀ]], [[ଶାରଳା ପୁରସ୍କାର]], </br>[[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]]
}}
'''ସତ୍ୟନାରାୟଣ ରାଜଗୁରୁ''' ୧୯ ଅଗଷ୍ଟ ୧୯୦୩, (କାଳୀୟ ଦଳନ ଏକାଦଶୀ)<ref>{{cite web|last=Rajguru|first=Sitakanta|title=Memories of My Father Padmashree Dr. Satya Narayan Rajguru|url=http://orissa.gov.in/e-magazine/Orissareview/2010/April/engpdf/58-64.pdf|publisher=Odisha Review|accessdate=30 April 2014|page=58}}</ref> <!-- (୯ ସେପ୍ଟେମ୍ବର ୧୯୦୩, ଭାଦ୍ରବ ମାସ, କୃଷ୍ଣ ଏକାଦଶୀ, ବୁଧବାର, ଦ୍ରଷ୍ଟବ୍ୟ: ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଓଡ଼ିଶାର ଇତିହାସ) --> ଦିନ [[ପାରଳାଖେମୁଣ୍ଡି]]ଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ ‌। ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣି ଦେବୀ ସତ୍ୟନାରାୟଣ ବ୍ରତ ପାଳନ କରି ସନ୍ତାନ ଲାଭ କରିଥିବାରୁ ପୁତ୍ରର ନାମ ସତ୍ୟନାରାୟଣ ଦେଇଥିଲେ ଜନ୍ମଲାଭର ସପ୍ତମଦିନ ତାଙ୍କର ମାତୃବିୟୋଗ ଘଟିଥିଲା ।
ଗୃହପଣ୍ଡିତଙ୍କଠାରୁ ସଂସ୍କୃତ ଓ କର୍ମକାଣ୍ଡ ଶିକ୍ଷା କରିବା ପରେ ସ୍ଥାନୀୟ ଉଚ୍ଚବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
ଆନ୍ଧ୍ର ବିଶ୍ଵ ବିଦ୍ୟାଲୟରୁ ଶିକ୍ଷା ସମାପ୍ତ କରି ସେ ୧୯୨୯ ମସିହାରେ ପାରଳାସ୍ଥିତ "ପଦ୍ମନାଭ ରଂଗାଳୟ"ରେ ମ୍ୟାନେଜର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପଦ୍ମନାଭ ରଂଗାଳୟ ଥିଲା ତତ୍କାଳୀନ ଓଡ଼ିଶାର ପ୍ରଥମ ଥିଏଟର । ଏହି ସମୟରେ ସେ [[ଉତ୍କଳ ସମ୍ମିଳନୀ]] ର କାର୍ଯ୍ୟକଳାପ ସହ ସଂପୃକ୍ତ ଥିଲେ । ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବାରେ ସେ ପାରଳା ମହାରାଜାଙ୍କ ସହାୟତା କରିଥିଲେ । କଥିତ ଅଛି ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ନିମନ୍ତେ ସେ ଏକ ଥେସିସ ବା ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରସ୍ତୁତ କରିସାରିଥିଲେ ।
୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ମସିହାରୁ୧୯୫୦ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘[[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ୱ ସମ୍ଭାଳିଥିଲେ <ref name="Orissareview">{{cite journal |last1=Rajguru |first1=Sitakanta |title=Memories of My Father |journal=Orissa Review |volume=2010 |issue=April 2010 |page=58 |pages=58 |url=http://magazines.odisha.gov.in/Orissareview/2010/April/engpdf/58-64.pdf |accessdate=29 February 2020}}</ref>। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।<ref>{{cite web|title=EMINENT PERSONS|url=http://gajapati.nic.in/sonsofsoil/eminent%5Cemiperson.htm|accessdate=30 April 2014}}</ref>
ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।
 
 
==ପ୍ରକାଶିତ ପୁସ୍ତକ==