"ତୃପ୍ତି ସିହ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ଯୋଡ଼ାଗଲା
ଟିକେNo edit summary
 
୧୯ କ ଧାଡ଼ି:
 
'''‌ତୃପ୍ତି ସିହ୍ନା''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଭିନେତ୍ରୀ, ଯିଏକି ଓଡ଼ିଆ ମଞ୍ଚ ନାଟକ, କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ତୃପ୍ତି ସିହ୍ନା ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ [[ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ|ଅନ୍ନପୂର୍ଣ୍ଣା ଥିଏଟର]]<nowiki/>ର ବିଭିନ୍ନ ନାଟକରେ ଅଭିନୟ କରୁଥିଲେ । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ସେ ବେଶ୍ ଜଣାଶୁଣା । ତୃପ୍ତି ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀରେ ମଧ୍ୟ ଜଣେ ମେଣ୍ଟରେ ଭାବରେ କାର୍ଯ୍ୟ କରୁଛନ୍ତି ।<ref>{{cite news |title=ଗୃହଲକ୍ଷ୍ମୀ-୨୦୧୭ ଆରମ୍ଭ {{!}} Sambad |url=http://sambad.in/metro/gruha-laxmi-2017-27509/ |accessdate=5 February 2020 |work=ସମ୍ବାଦ |publisher=sambad.in |date=14 November 2017}}</ref> ତୃପ୍ତି ସିହ୍ନା ଓଡ଼ିଆ ଅଭିନେତା ସୁରେଶ ବଳଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତି ଅନେକ ମଞ୍ଚରେ ସାଙ୍ଗରେ ଅଭିନୟ କରିଛନ୍ତି ।<ref>{{cite news |title=Silver screen stars take centre stage - Soiree features Odia artistes of all ages |url=https://www.telegraphindia.com/states/odisha/silver-screen-stars-take-centre-stage-soiree-features-odia-artistes-of-all-ages/cid/215708 |accessdate=5 February 2020 |work=www.telegraphindia.com |date=4 February 2014 |language=en}}</ref>
 
== ଅଭିନୟ ଜୀବନ ==
ତୃପ୍ତି ସିହ୍ନା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ପୂର୍ବରୁ ପୁରୀର ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନ୍ନପୂର୍ଣ୍ଣ ଥିଏଟରର ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ଏହାପରେ ତୃପ୍ତି ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର [[ବସୁଧା (ଓଡ଼ିଆ କଥାଚିତ୍ର)|ବସୁଧା]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୯ ମସିହାରେ ଦୁଇଟି ଓଡ଼ିଆ କଥାଚିତ୍ର [[ପବିତ୍ର ବନ୍ଧନ]] ଓ [[ମା ଗୋଜବାୟାଣୀ (ଓଡ଼ିଆ କଥାଚିତ୍ର)|ମାଆ ଗୋଜ ବାୟାଣୀ]] କଥାଚିତ୍ରରେ ଅଭିନୟ କରିଥିଲେ । ପବିତ୍ର ବନ୍ଧନ ଚଳଚ୍ଚିତ୍ରରେ ତୃପ୍ତି ଗୌରୀ ଭୂମିକାରେ ଅଭିନୟ କରିଥିଲେ ।
 
୨୦୦୩ ମସିହାର ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ନିର୍ମାଣ କରାଯାଇଥିବା କଥାଚିତ୍ର ସୁନା ସଂଖାଳୀରେ ତୃପ୍ତି ଅଭିନୟ କରିଥିଲେ । ଏହାପରେ ସେ [[ଇ ଟିଭି ଓଡ଼ିଆ]]<nowiki/>ର ଧାରାବାହିକ ଗାୟତ୍ରୀରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ସେ ନାୟିକା ଗାୟତ୍ରୀର ଗାୟତ୍ରୀ ମସଲା କମ୍ପାନୀର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରୁଥିଲେ ।
 
୨୦୦୮ ମସିହାରେ ତୃପ୍ତି ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର [[ମତେ ଆଣିଦେଲ ଲକ୍ଷେ ଫଗୁଣ]] ଚଳଚ୍ଚିତ୍ରରେ ସେ ଖଳନାୟକ [[ଚନ୍ଦନ କର]]<nowiki/>ଙ୍କର ମାଆ ଦୁର୍ଗାଦେବୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୦୯ ମସିହାରେ [[ଅନୁଭବ ମହାନ୍ତି]], [[ସୁନୀଲ କୁମାର]]<nowiki/>ଙ୍କ ଓଡ଼ିଆ କଥାଚିତ୍ର ସାତ ସୁରେ ବନ୍ଧା ଏ ଜୀବନରେ [[ମିହିର ଦାସ]]<nowiki/>ଙ୍କ ଭଉଣୀ ଅନୀତା ଭୂମିକାରେ ଅଭିନୟ କରିଥିଲେ ।
 
୨୦୧୧ ମସିହାରେ [[ବାବୁଶାନ୍|ବାବୁଶାନ୍ ମହାନ୍ତି]] ଓ [[ସବ୍ୟସାଚୀ ମିଶ୍ର]] ଅଭିନୀତ ଓଡ଼ିଆ କଥାଚିତ୍ର [[ଦୋସ୍ତି]]<nowiki/>ରେ ଖଳନାୟକ [[ପ୍ରୀତିରାଜ ଶତପଥୀ]]<nowiki/>ଙ୍କ ମାଆ ତଥା ଅଭିନେତା [[ଦେବୁ ବୋଷ]]<nowiki/>ଙ୍କ ପତ୍ନୀ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ଅନୁଭବ ମହାନ୍ତିଙ୍କର ଦୁଇଟି ଓଡ଼ିଆ କଥାଚିତ୍ର [[ସମଥିଙ୍ଗ୍ ସମଥିଙ୍ଗ୍]] ଓ [[ମାଟ୍ରିକ୍ ଫେଲ୍]] କଥାଚିତ୍ରରେ ନାୟକଙ୍କର ଜେଜମା ଭୂମିକାରେ ଅଭିନୟ କରିଥିଲେ ।
 
ଏହାପରେ ସେ ୨୦୧୩ ମସିହାରେ [[ଡାହା ବାଳୁଙ୍ଗା]] ଚଳଚ୍ଚିତ୍ରରେ ଅଭିନେତା [[ବିଜୟ ମହାନ୍ତି]]<nowiki/>ଙ୍କର ମାଆ ଭୂମିକାରେ ଅଭିନୟ କରିଥିଲେ । ୨୦୧୪ ମସିହାର ଓଡ଼ିଆ କଥାଚିତ୍ର [[ହରି ବୋଲ ନୁହେଁ ଟଙ୍କା ବୋଲ]] ଏବଂ [[ଗଞ୍ଜା ଲଢ଼େଇ]] କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ [[ରଘୁପତି ରାଘବ ରାଜାରାମ]], [[ତୁ ଯେ ସେଇ]], [[ନିମ୍‌କି]], [[ଜୋର୍ କା ଝଟ୍‌କା]], [[ଭାଇଜାନ୍]], [[ମୁଁ ଆଶିକ୍ ମୁଁ ଆୱାରା]], [[ଲଭ୍ ପାଇଁ କୁଛ୍ ଭି କରେଗା]], [[ସୁପର ମିଛୁଆ]] ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
 
ଇ ଟିଭି ଓଡ଼ିଆର ଅନ୍ୟତମ ଧାରାବାହିକ [[ଆହୁତି (ଓଡ଼ିଆ ଧାରାବାହିକ)|ଆହୁତି]]<nowiki/>ରେ ତୃପ୍ତି ସିହ୍ନା ଏକ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ଏବେ [[ଜୀ ସାର୍ଥକ]]<nowiki/>ର ଓଡ଼ିଆ ଧାରାବାହିକ ଜ୍ୱାଇଁ ନମ୍ବର ୱାନ୍‌ରେ ନାୟିକା ଦେବୀକାର ଆଇ ଭୂମିକାରେ ଅଭିନୟ କରୁଛନ୍ତି ।<ref name=":0" />
 
==ଅଭିନୀତ କଥାଚିତ୍ର==
Line ୧୦୦ ⟶ ୧୧୩:
| ଆହୁତି || ଇ ଟିଭି ଓଡ଼ିଆ ||
|-
| ଜ୍ୱାଇଁ ନଂ ୱାନ୍ || ଜୀ ସାର୍ଥକ<ref name=":0">{{cite news |title=ଆଜିଠାରୁ ଜୀ ସାର୍ଥକର 'ଜ୍ୱାଇଁ ନଂ ୱାନ୍‍' {{!}} Samaja Live |url=https://www.samajalive.in/ent-news/37487.html |accessdate=5 February 2020 |work=ସମାଜ |publisher=Samaja Live |date=24 September 2018}}</ref> ||
|}