Topic on ଉଇକିପିଡ଼ିଆ:ଆଲୋଚନା ସଭା

ବିଶ୍ୱ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଗଣସମ୍ପାଦନା ପ୍ରସ୍ତାବ

12
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧିତ

Soumendrak (ଆଲୋଚନାଅବଦାନ)

ପ୍ରତ୍ୟେକ ବର୍ଷ ଫେବୃଆରୀ ୨୧ ତାରିଖରେ ସାରା ବିଶ୍ୱ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିଥାଏ ।

ଗତବର୍ଷ ଫେବୃୟାରୀ ମାସରେ ମାତ୍ର ଏକ ସପ୍ତାହ ପାଇଁ (୨୦୧୯ ଫେବୃଆରୀ ୨୦ ରୁ ୨୮ ତାରିଖ ଯାଏଁ) ଏହି ଗଣସମ୍ପାଦନା, ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯ ଆୟୋଜନ କରାଯାଇଥିଲେ ମଧ୍ୟ, ଆଶାତୀତ ସମର୍ଥନ ଏବଂ ସହଯୋଗ ଦେଖିବାକୁ ମିଳିଥିଲା । ଗତବର୍ଷ ଏହି ଗଣ-ସମ୍ପାଦନାରେ ସମୁଦାୟ ୫୧ଟି ପ୍ରସଙ୍ଗରେ ସମ୍ପାଦନା କରାଯାଇଥିଲା, ଯେଉଁଥିରୁ ୨୭ଟି ନୂଆ ପ୍ରସଙ୍ଗ ଥିଲା ଏବଂ ୨୪ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା ।

ପୂର୍ବବର୍ଷର ସଫଳତାକୁ ନଜରରେ ରଖି ଏହି ବର୍ଷ ପୁଣି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦ କୁ ୧୫ରୁ ୨୩ ଫେବୃଆରୀ କିମ୍ବା ୨୧ ଫେବୃଆରୀରୁ ୧ ମାର୍ଚ୍ଚ ମଧ୍ୟରେ କରିବାକୁ ପ୍ରସ୍ତାବ ରଖୁଛି । ଆପଣମାନଙ୍କର ସମର୍ଥନ ଏବଂ ମତାମତ ଦେବାକୁ ଅନୁରୋଧ । ଧନ୍ୟବାଦ ।

Hellohappy (ଆଲୋଚନାଅବଦାନ)

ପ୍ରସ୍ତାବକୁ ସମର୍ଥନ । ଏଥର ଅନ୍ତତଃ ୧୫ ଦିନ ପାଇଁ ଆୟୋଜନ କରାଯାଉ । ଫେବୃଆରୀ ୧୫-୨୯ କରା ଯାଇପାରେ । ଯେହେତୁ ମାତୃଭାଷା ବାବଦରେ ଗଣ ସମ୍ପାଦନା ତେଣୁ ଓଡ଼ିଆ ଭାଷା(ନିୟମ,ଅଧିନିୟମ,ବ୍ୟକରଣ)/ସାହିତ୍ୟ(ପୁସ୍ତକ, ପତ୍ରିକା ଇତ୍ୟାଦି)/ଅନୁଷ୍ଠାନ(ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ)/ବ୍ୟକ୍ତିବିଶେଷ(ଲେଖକ, ଶିକ୍ଷକ) ଆଦି ବିଷୟରେ ଲେଖାଗଲେ ଭଲ ହୁଅନ୍ତା ।

Ssgapu22 (ଆଲୋଚନାଅବଦାନ)

ମୁଖ୍ୟତଃ ଓଡ଼ିଆ ଆଉ ଓଡ଼ିଶା ପ୍ରସଙ୍ଗ ଲେଖିବା । ଏ ସମ୍ପାଦନାରେ ଯିଏ ଭଲ କାମ କରିବ, ତାଙ୍କୁ ମୋ ତରଫରୁ ଗୋଟିଏ ପେଶିଆଲ ଉପହାର ମିଳିବ ।

Soumendrak (ଆଲୋଚନାଅବଦାନ)

୧୫ରୁ ୧ ମାର୍ଚ୍ଚ କରିବାକୁ ଅନୁରୋଧ । ୧ ମାର୍ଚ୍ଚ ରବିବାର ପଡ଼ୁଥିବାରୁ ଆଗ୍ରହୀ ଉଇକିଆଳିଙ୍କୁ ଲେଖିବାକୁ କିଛି ଫାଙ୍କା ସମୟ ମିଳିପାରେ ।

ପୂର୍ବଥର ଭଳି ପ୍ରସଙ୍ଗ ତାଲିକାଟିଏ ପ୍ରସ୍ତୁତ ହୋଇପାରିଲେ , ସମସ୍ତଙ୍କୁ ଲାଭଦାୟକ ରହିବ ବୋଲି ଆଶା । ଆଧାର ଅଭାବରୁ ଲେଖିବାରେ କଷ୍ଟ ଯୋଗୁଁ ଗତବର୍ଷର ଅନେକ ପ୍ରସଙ୍ଗ ଏବେବି ନାଲି ଅଛି ।

Ssgapu22 (ଆଲୋଚନାଅବଦାନ)

ସହମତ । ତାଲିକାକୁ ରିଭ୍ୟୁ ଦାୟିତ୍ୱ @ପ୍ରୀତି ଭାଇ ଆପଣ ନେଉନାହାନ୍ତି ।

Psubhashish (ଆଲୋଚନାଅବଦାନ)

ପନ୍ଦର ଦିନ ଠିକ ଲାଗୁଛି ହେଲେ "ଓଡ଼ିଆ ଆଉ ଓଡ଼ିଶା" ସମ୍ବନ୍ଧୀୟ ସବୁ ମାତୃଭାଷା ବାବଦରେ ନୁହେଁ । ବରଂ ବିଭିନ୍ନ ଭାଷା ସମ୍ବନ୍ଧୀୟ ହେଲେ ଭଲ । ତା' ଛଡ଼ା ଓଡ଼ିଆ ପାଠକେ ହୁଏତ ଓଡ଼ିଆ ଓ ଓଡ଼ିଶା ଭିନ୍ନ ଅନ୍ୟ ପ୍ରସଙ୍ଗରେ ବେଶୀ ଆଉ କେଉଁଠୁ ପଢ଼ିବାକୁ ପାଉନଥିବେ । ବିଶେଷ କରି ଅନ୍ୟ ଭାଷା ବାବଦରେ ଖୁବ କମ ଲେଖା ଓଡ଼ିଆରେ ପ୍ରକାଶ ପାଉଛି । ତେଣୁ ଆମେ ସେସବୁ ଉପରେ ଅଧିକ ଲେଖିପାରିଲେ ଭଲ ହେବ ବୋଲି ଭାବୁଛି ।

Ssgapu22 (ଆଲୋଚନାଅବଦାନ)

ହଁ ଏମିତି ବି ହେଲେ ଭଲ ହେବ । ଆଗରୁ ତାଲିକାଟିଏ କରିନେଲେ ଭଲ ହେବ, ଫଳରେ ସେଇଥିରୁ ସିଧା ଲେଖିବାଟା ସୁବିଧା ହେବ ।

Hellohappy (ଆଲୋଚନାଅବଦାନ)

ଆନନ୍ଦର କଥା, ବହୁ ଉଇକିଆଳିଙ୍କ ସ୍ୱର ଶୁଣାଗଲାଣି । ଗଣ ସମ୍ପାଦନାଟା ଜୋରଦାର ହେବ ଲାଗିଲାଣି । ୧୫/୦୨/୨୦୨୦-୦୧/୦୩/୨୦୨୦ ଗଣସମ୍ପାଦନା ଚାଲିବ ତାହାଲେ । ଯଦି ଓଡ଼ିଆ ଓ ଅନ୍ୟ ଭାଷା କଥା ଲେଖିବା, ତାହେଲେ ଭାଷା ସହିତ ଜଡ଼ିତ ଜାତୀୟ ସ୍ତରର ଗୋଟିଏ ନିର୍ଦ୍ଧିଷ୍ଟ ବିଷୟବସ୍ତୁକୁ ନେଇ ଲେଖାଯାଉ । ସେଥିରେ ଓଡ଼ିଆ ଓ ଅଣ-ଓଡ଼ିଆ ଉଭୟ ଆସିବେ । ଉଦାହରଣ ସ୍ୱରୂପ ଏଯାବତ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିବା ସମସ୍ତ ସାହିତ୍ୟିକ ବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର/ଜ୍ଞାନପୀଠ/ସରସ୍ୱତୀ ସମ୍ମାନ/ମୂର୍ତ୍ତୀଦେବୀ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କ ପ୍ରସଙ୍ଗ ଲେଖିପାରିବା । ସମସ୍ତେ ମତ ଦିଅନ୍ତୁ ଏ ବାବଦରେ ।

କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନପ୍ରାପ୍ତ ଲୋକଙ୍କ ବିଷୟରେ ବି ଲେଖିପାରିବା ।

@Ssgapu22 ଗପୁ ତାହାଲେ ଗଣ ସମ୍ପାଦନା ପୃଷ୍ଠାଟିଏ ତିଆରି କର ।

Psubhashish (ଆଲୋଚନାଅବଦାନ)

ଆଇଡ଼ିଆଟା ମନ୍ଦ ନୁହେଁ କିନ୍ତୁ କେବଳ ଅଧିକ କଥିତ ଭାରତୀୟ ଭାଷା ସାହିତ୍ୟ ପାଇଁ ପ୍ରଯୁଯ୍ୟ । ଅଣ-ଭାରତୀୟ ଅଧିକ କଥିତ ଭାଷା କିମ୍ବା ଅଣ-ଭାଷା-ସାହିତ୍ୟ ବିଷୟରେ ଥିବା ଲେଖା ଧରନ୍ତୁ ଯଦି ଜଣେ ଉତ୍ତର ସାମି ଭାଷା ବିଷୟରେ ଲେଖିବ କିମ୍ବା ପହଲବୀ ଲିପି ବାବଦରେ ଲେଖିବ କିମ୍ବା ନିକୋବରୀ ଭାଷାସମୂହ କଥା ଲେଖିବ ତାହେଲେ ତାଲିକାରେ ଉପର ଲିଖିତ ଶ୍ରେଣୀ ବଦଳରେ ବରଂ "ମାତୃଭାଷା ଓ ମାତୃଭାଷା ସମ୍ବନ୍ଧିତ ପ୍ରସଙ୍ଗସବୁ" ଭଳି ବଡ଼ ଶ୍ରେଣୀଟେ ରଖିବାକୁ ପଡ଼ିବ । ଯେକୌଣସି ଭାଷାର ସାହିତ୍ୟ ବାହାରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ଆମ ଓଡ଼ିଆ ଉଇକିପିଡ଼ିଆରେ ଲେଖାଯାଇନି ସେସବୁ ଲେଖିବା ପାଇଁ ମଧ୍ୟ ଆଗ୍ରହ ଜନ୍ମିବ ।

Ssgapu22 (ଆଲୋଚନାଅବଦାନ)

୧୫ରୁ ୧ ଯାଏଁ ହେବ ବୋଲି ପୃଷ୍ଠା ସହ ଛାଞ୍ଚ ତିଆରି ହେଇଗଲା ଏବଂ ଉଇକିଡାଟା ସହ ଲିଙ୍କ୍ ମଧ୍ୟ ହେଇଗଲା । Fountation Tool ତିଆରି କରିଛି, ଯଦି Approve ହେଲା, ତେବେ କରିବା ନ ହେଲେ ଦେଖିବା ଯେମିତି ଗତବର୍ଷ କରିଥିଲେ, ସେମିତି ହିଁ କରିବା ।

Radhadwibedi (ଆଲୋଚନାଅବଦାନ)

ମୁଁ ଗପୁଙ୍କ ମତ ସ‌ହିତ ଏକମତ ।


Soumendrak (ଆଲୋଚନାଅବଦାନ)