"ଅନୁସୂୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
ଭାଗବତ ପୁରାଣରେ ([[:en:Bhagavata Purana|Bhagavata Purana]]) ସ୍କନ୍ଦ ୩ରେ ଅତ୍ରି ଓ ଅନୂସୂୟାଙ୍କ କାହାଣୀ ଲେଖାଅଛି । ସ୍ୱୟମ୍ଭୁ ମନୁଙ୍କ କନ୍ୟା ଦେବ‌ହୁତିଙ୍କୁ କର୍ଦ୍ଦମ ମୁନୀ ବିବାହ କରିଥିଲେ । ତାଙ୍କର ଦଶଟି ପିଲାଙ୍କ ମଧ୍ୟରୁ ୯ଟି ଝିଅ ଓ ଏକମାତ୍ର ପୁଅ କପିଳ ମହାଋଷି ଯିଏ ବ୍ରହ୍ମାଙ୍କର ଅବତାର ଥିଲେ । ସେହି ନଅ ଝିଅଙ୍କ ମଧ୍ୟରୁ ଅନୁସୂୟା ଅନ୍ୟତମ । ପ୍ରତ୍ୟେକ କନ୍ୟା ଜଣେ ଜଣେ ଋଷିଙ୍କୁ ବିବାହ କରିଥଲେ ଓ ଅନୁସୂୟା ଅତ୍ରି ମହର୍ଷିଙ୍କୁ ବିବାହ କରିଥିଲେ ।<ref name="Sinha1950">{{cite book|author=Purnendu Narayana Sinha|title=A Study of the Bhagavata Purana: Or, Esoteric Hinduism|url=https://books.google.com/books?id=OveYh2v-1roC&pg=PT96|year=1950|publisher=Library of Alexandria|isbn=978-1-4655-2506-2|pages=96–}}</ref>
 
===ଅନୁସୂୟାଙ୍କର ତ୍ରିମୁର୍ତ୍ତି ପରୀକ୍ଷା===
[[File:Anasuya feeding the Hindu Trinity, The Krishna-Sudama Temple of Porbandar, India.JPG|right|thumb|250px|ତ୍ରିମୁର୍ତ୍ତିଙ୍କୁ ଅନୁସୂୟା ଖାଦ୍ୟ ଖୁଆଉଛନ୍ତି ]]
 
ନାରଦ ଋଷିଙ୍କଠାରୁ ତାଙ୍କ ଶ୍ଳୋକ ଓ ଗୀତ ମାଧ୍ୟମରେ ଅନୁସୂୟାଙ୍କର ପ୍ରଶଂସା ଶୁଣି ଲକ୍ଷ୍ମୀ, ସରସ୍ୱତୀ ଓ ପାର୍ବତୀ ମିଶି ସତୀ ଅନୁସୂୟାଙ୍କର ସତୀତ୍ୱ ଶିକ୍ଷା କରିବାକୁ ଇଚ୍ଛା କଲେ । ସେମାନେ ତାଙ୍କର ସ୍ୱାମୀମାନଙ୍କୁ ମାନବ ବେଶରେ ଯାଇ ଅନୁସୂୟାଙ୍କୁ ପରୀକ୍ଷା କରିବାକୁ ଅନୁରୋଧ କଲେ । ଅନୁସୂୟାଙ୍କ ପାଖକୁ ତ୍ରିମୁର୍ତ୍ତି ଯାଇ ପତ୍ନୀଙ୍କ ନିମନ୍ତେ ଭିକ୍ଷା ମାଗିଲେ । ମାତାଙ୍କର ବାତ୍ସଲ୍ୟ ମମତାର ଚକ୍ଷୁଦ୍ୱୟ ତାଙ୍କ ଉପରେ ପଡ଼ିବା କ୍ଷଣି ତ୍ରିମୁର୍ତ୍ତି ଛୋଟ ପିଲାରେ ପରିବର୍ତ୍ତିତ ହୋଇଗଲେ । ଏ ପାଖରେ ପ୍ରଭୁ ପତ୍ନୀମାନେ ସ୍ୱାମୀଙ୍କ ଫେରିବା ପଥକୁ ଅନେଇ ବସିଥିଲେ ଓ ସେମାନେ ନ ଆସିବାରୁ ଅନୁସୂୟାଙ୍କର କୁଟୀରକୁ ଯାଇ ତାଙ୍କର ପରିବର୍ତ୍ତିତ ଚେହେରା ଦେଖିଲେ । ଅନୁସୂୟାଙ୍କୁ ନିଜ ନିଜର ପତିମାନଙ୍କୁ ସ୍ୱରୂପରେ ପରିବର୍ତ୍ତନ କରିବାକୁ ଅନୁରୋଧ କଲେ । ଅନ୍ୟ ଏକ ଲେଖା ଅନୁସାରେ ତିନି ଠାକୁର ଏକ ଦେହ ଓ ତିନି ମୁଣ୍ଡରେ ପରିବର୍ତ୍ତିତ ହୋଇଯାଇଥିଲେ ।
 
== ଆଧାର ==
"https://or.wikipedia.org/wiki/ଅନୁସୂୟା"ରୁ ଅଣାଯାଇଅଛି