"ଧଳା ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
୫ କ ଧାଡ଼ି:
'''ଧଳା ହାତୀ''' (ଇଂରାଜୀରେ '''white elephant''' ବା '''albino elephant''') ଏକ ବିରଳ ହାତୀର ବର୍ଗ କିନ୍ତୁ ଏମାନେ ଏକ ସ୍ୱତନ୍ତ୍ର ହାତୀ ପ୍ରଜାତି ନୁହନ୍ତି । ଚିତ୍ର ଓ ମୂର୍ତ୍ତିରେ ଏମାନଙ୍କୁ ସମ୍ପୂର୍ଣ୍ଣ ଧଳା ରଙ୍ଗର ବୋଲି ଦର୍ଶାଯାଇଥାଏ କିନ୍ତୁ ପ୍ରକୃତରେ ଏମାନଙ୍କ ଶରୀର ଶୁଖିଲା ଥିବାବେଳେ ଲାଲିମିଶା ମାଟିଆ ଓ ଓଦା ଥିବାବେଳେ ଫିକା ଗୋଲାପୀ ରଙ୍ଗର ।<ref>[https://www.theatlantic.com/infocus/2012/06/burma-in-transition/100316/#img03 Men ride albino elephants], Reuters via The Atlantic, 1 March 2012.</ref> ଏମାନଙ୍କ ଆଖିପତା ଓ ନଖ ଧଳା ରଙ୍ଗର । ପାରମ୍ପରିକ ଧଳା ହାତୀକୁ ଜୀବବିଜ୍ଞାନର ରଙ୍ଗହୀନତା ପ୍ରକୃତିବିଶିଷ୍ଟ ହାତୀ ବୋଲି ଧରିନେବା ଭୁଲ ଧାରଣା । ଥାଇ ସଂସ୍କୃତିରେ ଧଳା ହାତୀ ପାଇଁ ବ୍ୟବହୃତ ''ଚାଂଗ୍ ସମ୍‍ଖାନ୍‍'' ଶବ୍ଦର ପ୍ରକୃତ ଅର୍ଥ ହେଲା ''ଶୁଭଙ୍କର ହାତୀ'' । ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।<ref>{{cite web|title=Royal Elephant Stable|url=http://www.thailandelephant.org/en/royalstable.html|publisher=Thai Elephant Conservation Center|accessdate=7 September 2014}}</ref>
 
ଧଳା ହାତୀମାନେ ସମ୍ପୂର୍ଣ୍ଣ ଶ୍ୱେତ ବର୍ଣ୍ଣର ନୁହଁନ୍ତି । ଜେନେରାଲ୍ ଥାନ୍ ଶ୍ୱେ ନିଜକୁ ବ୍ରହ୍ମଦେଶୀୟ ଶାସକମାନଙ୍କ ଉତ୍ତରାଧିକାରୀ କୁହନ୍ତି ଓ ତାଙ୍କଠାରେ ଥିବା ଧଳା ହାତୀମାନଙ୍କ ମଧ୍ୟରୁ ଗୋଟିଏ ପାଉଁଶିଆ ଓ ଅନ୍ୟ ତିନୋଟି ଫିକା ଗୋଲାପୀ ରଙ୍ଗର । ଥାଇଲାଣ୍ଡର ରାଜାଙ୍କ ପାଖରେ ମଧ୍ୟ ଅନେକ ଧଳା ହାତୀ ଥିଲେ ଯାହା ମଧ୍ୟରୁ ୧୧ଟି ଧଳା ହାତୀ ଜୀବିତ ଅଛନ୍ତି ।<ref>{{cite web|url=http://www.tnews.co.th/contents/208790|title=งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)|website=www.tnews.co.th}}</ref> [[ଯୁକ୍ତରାଷ୍ଟ୍ର ଆମେରିକା]]<nowiki/>ର ପୂର୍ବତନ ଉପରାଷ୍ଟ୍ରପତି କାମ୍ୱୋଡିଆରକାମ୍ବୋଡିଆର ରାଜା ନୋରୋଦୋମ ସିହାନୌକଙ୍କୁ ଏକ ଧଳା ହାତୀ ଉପହାର ଦେଇଥିଲେ ।
 
==ପାରସ୍ୟରେ ଧଳା ହାତୀ==
୧୧ କ ଧାଡ଼ି:
ସାସାନୀ ସାମ୍ରାଜ୍ୟର ରାଜା ଖୁସ୍ରୁ (ଦ୍ୱିତୀୟ) ନିଜ ସେନାବାହିନୀରେ ଧଳା ହାତୀ ରଖିଥିଲେ । ଅଲ୍-ତବରୀଙ୍କ ବର୍ଣ୍ଣନା ଅନୁସାରେ ଆରବ ମୁସଲିମ ଓ ସାସାନୀ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏକ ଧଳା ହାତୀ ମୁସଲିମ ସେନାଧ୍ୟକ୍ଷ ଅବୁ ଉବୈଦ ଅଲ୍-ତକାଫିଙ୍କୁ ହତ୍ୟା କରିଥିଲା ।
 
==କିମ୍ୱଦନ୍ତୀରେକିମ୍ବଦନ୍ତୀରେ ଧଳାହାତୀ==
[[File:Indradeva.jpg|thumb|[[ଇନ୍ଦ୍ର]] ଓ ତାଙ୍କ ପତ୍ନୀ ସଚୀ ପାଞ୍ଚଶୁଣ୍ଢବିଶିଷ୍ଟ ଓ ଧଳା ରଙ୍ଗର ଐରାବତ ହାତୀରେ ବସିଥିବା ଚିତ୍ର । ଏହି ଚିତ୍ରଟି ଏକ ଜୈନ ପୁସ୍ତକରୁ ଗୃହୀତ]]
 
[[ହିନ୍ଦୁ ଧର୍ମ|ହିନ୍ଦୁ]] ପୌରାଣିକ କଥାନୁସାରେ [[ଇନ୍ଦ୍ର]]ଙ୍କ ବାହନ ଐରାବତ ଧଳା ରଙ୍ଗର ଓ ଏହା ଉଡ଼ିପାରେ । ଇନ୍ଦ୍ର ଐରାବତୀକୁ ହାତୀମାନଙ୍କ ରାଜା ବୋଲି ଘୋଷିତ କରିଥିଲେ ।
 
ରାଜା [[ବିମ୍ବିସାର|ବିମ୍ୱିସାରଙ୍କରବିମ୍ବିସାରଙ୍କର]] ମଧ୍ୟ ଏକ ଧଳା ହାତୀ ଥିଲା । ଏହି ଯୌବନୋନ୍ମତ୍ତ ହାତୀକୁ ସେ ଜଙ୍ଗଲରୁ ଧରିଥିବାର କୁହାଯାଇଛି । ଏହି ଅଣ୍ଡିରା ହାତୀକୁ ସେ ''ସେଚନକ'' ନାମ ଦେଇଥିଲେ କାରଣବିନା କୌଣସି ତାଲିମରେ ହାତୀଟି ଗଛମୂଳରେ ପାଣି ଦେଉଥିଲା । ତାଙ୍କ ହାତୀର ମୂଲ୍ୟ ମଗଧ ରାଜ୍ୟର ଅଧା ଭାଗରୁ ଅଧିକତର ଥିଲା ବୋଲି କୁହାଯାଏ । ସେ ଏହି ହାତୀକୁ ନିଜ ପୁତ୍ର ବିହଲ୍ଲକୁମାରଙ୍କୁ ଦେଇଥିଲେ ଯାହା ଫଳରେ ବିମ୍ୱିସାରଙ୍କବିମ୍ବିସାରଙ୍କ ଅନ୍ୟ ପୁତ୍ର ଅଜାତଶତ୍ରୁ ଈର୍ଷ୍ୟାନ୍ୱିତ ହୋଇ ଉଠିଥିଲେ । ଅଜାତଶତ୍ରୁ ଏହି ହାତୀକୁ ଚୋରି କରିନେବା ପାଇଁ ଅନେକ ଚେଷ୍ଟା କରିଥିଲେ ଓ ଏହା ଫଳରେ ମହାଶିଳକଣ୍ଟକ ଓ ରଥମୂଷଳ ଯୁଦ୍ଧ ଘଟିଥିଲା ।
 
==ଥାଇଲ୍ୟାଣ୍ଡରେ ଧଳାହାତୀ==
"https://or.wikipedia.org/wiki/ଧଳା_ହାତୀ"ରୁ ଅଣାଯାଇଅଛି