"ଲିଓ ଟଲଷ୍ଟୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ ଯୋଡିବା
ଟିକେ added reference
୧ କ ଧାଡ଼ି:
 
'''ଲିଓ ଟଲଷ୍ଟୟ''' (୯ ସେପ୍ଟେମ୍ବର ୧୮୨୮-୨୦ ନଭେମ୍ବର ୧୯୧୦) ଉନ୍ନବିଂଶ ଶତାବ୍ଦୀର ସର୍ବାଧିକ ସମ୍ମାନିତ ଲେଖକ ମାନଙ୍କ ମଧ୍ୟରେ ଅନ୍ୟତମ ।<ref name="encyclopediabritannicca">{{cite web |title=Leo Tolstoy {{!}} Russian writer |url=https://www.britannica.com/biography/Leo-Tolstoy |website=Encyclopedia Britannica |accessdate=6 January 2020 |language=en}}</ref> ଋଷର ଏକ ସଂପନ୍ନ ପରିବାରରେ ତାଙ୍କ ଜନ୍ମ । ଋଷରେ ସେ ସୈନ୍ୟବାହିନୀରେ ଯୋଗ ଦେଇ ସେ କ୍ରିମିୟା ଯୁଦ୍ଧରେ(୧୮୫୫) ଭାଗ ନେଇଥିଲେ, ତେବେ ତତ ପରବର୍ଷ ସେ ସେନାବାହିନୀ ତ୍ୟାଗକରି ଫେରିଆସିଲେ । ସେନାବାହିନୀରେ ଯୋଗ ଦେବା ପୂର୍ବରୁ ହିଁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଋଚି ବୃଦ୍ଧି ପାଇଥିଲା । ତାଙ୍କ ରଚନା ମଧ୍ୟରେ '''ଯୁଦ୍ଧ ଏବଂ ଶାନ୍ତି''' (୧୮୬୫-୬୯) ତଥା '''ଆନ୍ନା କରେନୀନା''' (୧୮୭୫-୧୮୭୭) ସାହିତ୍ୟ ଜଗତରେ କ୍ଳାସିକାଲ ରଚନା ଭାବେ ସ୍ଵୀକୃତ ହୋଇସାରିଛି ।
 
ପ୍ରଚୁର ଧନ ଦୌଲତ ଏବଂ ସାହିତ୍ୟିକ ପ୍ରତିଭା ଟଲଷ୍ଟୟଙ୍କୁ ଶାନ୍ତି ଦେଇ ପାରି ନ ଥିଲା । ଅନ୍ତତଃ ୧୮୯୦ ମସିହା ବେଲକୁ ସେ ନିଜର ସମସ୍ତ ଧନ ସମ୍ପତ୍ତି ତ୍ୟାଗ କରିଦେଲେ । ନିଜର ପରିବାରକୁ ଛାଡି ସେ ଈଶ୍ଵର ତଥା ଗରୀବଙ୍କ ସେବା କରିବା ଉଦ୍ଦେଶ୍ୟରେ ବାହାରିପଡିଲେ । ତେବେ ତାଙ୍କ ସ୍ଵାସ୍ଥ୍ୟ ଏଥିପାଇଁ ଅନୁକୁଳ ହେଲା ନାହିଁ । ପରିଶେଷରେ ସେ ୨୦ ନଭେମ୍ବର ୧୯୧୦ ଦିନ ଅଷ୍ତାପବା ନାମକ ଏକ ଛୋଟ ରେଳ ଷ୍ଟେସନରେ ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ ଏକ ଗରୀବ, ନିରାଶ୍ରୟ, ରୋଗୀଣା ବୃଦ୍ଧ ଭାବେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ।