"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
infobox fixed
ଟିକେNo edit summary
୨୨ କ ଧାଡ଼ି:
 ଡିକେନ୍ସ 1836 ମସିହାରେ “ ଦି ପିକୱିକ ପେପର୍ସ “( [http://The%20Pickwick%20Papers The Pickwick Papers] ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସେ ତାଙ୍କର ଲେଖାରେ ସାମାଜିକ ଚରିତ୍ର ଗୁଡିକର ନିଖୁଣ ଚିତ୍ରଣ , ଲେଖାରେ ନାଟକୀୟତା ତଥା ସମାଜର ସାଂପ୍ରତିକ ଘଟଣା ବଳିର ଜୀବନ୍ତ ଭଙ୍ଗିରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତରରେ ପରିଚିତ ହେଇ ଗଲେ । ସେହି ସମୟରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକାରେ ଧାରାବାହିକ ହିସାବରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରାରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମଦ୍ୱାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖାର କାହାଣୀକୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( [http://David%20Coppersfield David Coppersfield] )ରେ "ମିସ ମିକାୱର"ଙ୍କ ଚରିତ୍ର ଦୁର୍ବଳତାକୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟରେ ସକାରାତ୍ମକ ଚରିତ୍ରରେ ପରିବର୍ତନ କରିଥିଲେ । ସେ ସେହି ସମୟରେ ଇଂଲଣ୍ଡ ରାସ୍ତାରେ ବୁଲୁଥିବା ବା କାରଖାନାରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହାଦ୍ୱାରା ସେମାନେ ଏକ ନୂତନ ଶ୍ରେଣୀର ପାଠକ ହେଇ ଅଣପରମ୍ପରିକ ଶିକ୍ଷା ମଧ୍ୟ ପାଉଥିଲେ । .<ref>{{harvnb|Hauser|1999|p=116}}.</ref>
 
ତାଙ୍କ ସମୟରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହାରେ ତାଙ୍କର ଉପନ୍ୟାସ “[http://A%20Christmas%20Carol A Christmas Carol],” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “''[http://Oliver%20Twist Oliver Twist] ''“ଓ “ ''[http://Great%20Expectations Great Expectations]''” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁକୁ ଭିକ୍କ୍ଟୋରିଆ ଯୁଗର ଉପୋନ୍ୟାସ ସାହିତ୍ୟର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସଙ୍କ ଉପନ୍ୟାସ “[http://A%20Tale%20of%20Two%20Cities, A Tale of Two Cities,]”ରେ ସେ ଯୁଗର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ୱୀକୃତି ଦେଇଥିଲା । ଡିକେନ୍ସଙ୍କ ଲେଖା ସମୂହକୁ ବିଶ୍ୱର ପ୍ରଖ୍ୟାତନାମା ଲେଖକ [[ଲିଓ ଟଲଷ୍ଟୟ ]], ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟରେ ମନସ୍ତାତ୍ୱିକ ଗଭୀରତାର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖାର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟର ପରିଚୟ ଦେଇଥିଲା । 
<ref>[http://www.oxforddictionaries.com/definition/english/Dickensian "Oxford Dictionaries&nbsp;– Dickensian"]. </ref>