"ଉତ୍ତରେଶ୍ଵର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେ added reference
୬ କ ଧାଡ଼ି:
ମନ୍ଦିରର ସ୍ଥାପତ୍ୟ କଳା ଯଥା ଏହାର ଆୟତାକାର ସପାଟ ଛାତବାଲା ଜଗମୋହନ ତଥା ମୂର୍ତ୍ତୀ ଗଠନରୁ ଜଣାଯାଏ ଯେ ମନ୍ଦିରଟି ସପ୍ତମ ଶତାବ୍ଦୀରେ ନିର୍ମିତ ।<ref name="rgyan">{{cite web |url=https://rgyan.com/en/temples/uttaresvara-siva-temple |website=rgyan.com |accessdate=29 December 2019}}</ref> ତେବେ ପରବର୍ତ୍ତୀ ସମୟରେ ମନ୍ଦିରଟି ଭାଙ୍ଗିଯିବାପରେ ଅର୍ଥାତ ଉନ୍ନବିଂଶ ଶତାବ୍ଦୀରେ ଏହାର କିଛି ଅଂଶ ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ । ମନ୍ଦିର ମଧ୍ୟସ୍ଥ ବିମାନର ଗଢଣ ଏକ ରେଖା ଦେଉଳ ସଦୃଶ ଏବଂ ଜଗମୋହନ ହେଉଛି ଏକ ଆୟତାକାର ମଣ୍ଡପ ସଦୃଶ ।<ref name="BharatTemples">{{cite web |title=Uttaresvara Siva Temple, Bhubaneswar, Odisha |url=https://www.bharattemples.com/uttaresvara-siva-temple-bhubaneswar-odisha/ |website=Bharat Temples |accessdate=29 December 2019 |date=20 December 2018}}</ref>
 
ପ୍ରଭୂ କାର୍ତ୍ତୀକେୟଙ୍କର ଏକ ପ୍ରତୋମୂର୍ତ୍ତୀ ଦଣ୍ଡାୟମାନ ମୁଦ୍ରାରେ ଶୋଭାପାଉଅଛି । ବାମ ହାତରେ ସେ ଶୂଳ ଧାରନ କରିଥାନ୍ତି ଏବଂ ତାଙ୍କ ଦକ୍ଷିଣ ହସ୍ତ ନିଜ ଜଙ୍ଘ ଉପରେ ବିଶ୍ରାମରତ ଅବସ୍ଥାରେ ଶୋଭିତ । ଉତ୍ତର ଭାଗରେ ଦେବୀ ଦୁର୍ଗା ମହୀଷ ମର୍ଦ୍ଦିନୀ ରୂପରେ ଦଣ୍ଡାୟମାନ । ଜଟମୁକ୍ତାଧାରୀ କାର୍ତ୍ତୀକେୟ
 
== କୀମ୍ବଦନ୍ତି ==
ସ୍ଥାନୀୟ କୀମ୍ବଦନ୍ତୀ ଅନୁସାରେ ବିନ୍ଦୁସାଗରର ତଥା ଲିଙ୍ଗରାଜ ମନ୍ଦିରର ଉତ୍ତରରେ ରହିଥିବାରୁ ଏହି ପୀଠର ନାମ ଉତ୍ତରେଶ୍ଵର । ମନ୍ଦିର ପରିସର ମଧ୍ୟରେ ଗୋଦାବରୀ କୁଣ୍ଡ ଅବସ୍ଥିତ । ଏହା ଏକ ପ୍ରାକୃତିକ ଝରଣା ଯାହାକି ବହିଯାଇ ବିନ୍ଦୁସାଗର ମଧ୍ୟରେ ବିଲୀନ ହୋଇଯାଏ ।
 
ଅନ୍ୟ ଏକ କୀମ୍ବଦନ୍ତୀ ଅନୁସାରେ କୀର୍ତ୍ତୀ ଓ ବାସ ନାମକ ରାକ୍ଷସକୁ ଯୁଦ୍ଧରେ ହରାଇବା ପରେ ଦେବୀ ପାର୍ବତୀଙ୍କୁ ଭୀଷଣ ଶୋଷ ହେଲା । ପାର୍ବତୀଙ୍କ କହିବାରେ ପ୍ରଭୂ ଶିବ ଏହିଠାରେ ନିଜର ତ୍ରୀଶୂଳ ଘାତରେ ଏକ ଝରଣା ପ୍ରବାହିତ ହେବାକୁ ଲାଗିଲା । ବସନ୍ତର ଅଭିଷେକ ନିମନ୍ତେ ପ୍ରଭୂ ଶିବ ସମସ୍ତ ନଦୀମାନଙ୍କୁ ଆମନ୍ତ୍ରଣ କଲେ । ହେଲେ ସମସ୍ତ ନଦୀ ଆସିଲେ ସିନା; ଦେବୀ ଗୋଦାବରୀ ଆସିପାରିଲେ ନାହିଁ । ଏଣୁ ପ୍ରଭୂ ଶିବ କ୍ରୋଧରେ ଦେବୀ ଗୋଦାବରୀଙ୍କୁ ଏହି ଅଭିଶାପ ଦେଲେ କି ଏହାର ପାଣି ସର୍ବଦା ଅଶୂଦ୍ଧ ରହିବ , କେବଳ ପବିତ୍ର କୁମ୍ଭମେଳା ଅବସରରେ ହିଁ ଗୋଦାବରୀର ପାଣି ଶୁଦ୍ଧ ହେବ ।<ref name="ApniSanskriti"></ref>
== ଆଧାର ==
{{Reflist}}