"Rameshwari Nehru" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Rameshwari Nehru"
(କିଛି ବଦଳିନାହିଁ)

୧୯:୪୭, ୨୧ ଡିସେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ରାମେଶ୍ୱରୀ ନେହରୁ (ଆଗରୁ ରାମେଶ୍ୱରୀ ରାଏନା; ୧୮୮୬–୧୯୬୬) ଜଣେ ଭାରତୀୟ ସମାଜସେବୀ । ସେ ଗରିବ ଲୋକ ଓ ମହିଳାଙ୍କ କଲ୍ୟାଣ କାମ କାରୁଥିଲେ । ୧୯୦୨ ମସିହାରେ, ସେ ବ୍ରିଜଲାଲ ନେହରୁଙ୍କୁ ବିବାହ କରିଥିଲେ । ବ୍ରିଜଲାଲ, ମୋତିଲାଲ ନେହେରୁଙ୍କ ପୁତୁରା ଓ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବଡ଼ବାପା ପୁଅ ଭାଇ ଥିଲେ । ରାମେଶ୍ୱରୀଙ୍କ ପୁତ୍ର ବ୍ରଜ କୁମାର ନେହରୁ ଜଣେ ଭାରତୀୟ ବେସାମରିକ କର୍ମଚାରୀ ଥିଲେ ଓ ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି ।

୧୯୮୭ ମସିହାରେ ରାମେଶ୍ୱରୀ ନେହରୁଙ୍କ ଷ୍ଟାମ୍ପ

୧୯୦୯ ରୁ ୧୯୨୪ ମସିହା ଯାଏଁ ସେ ହିନ୍ଦୀ ଭାଷାର ଏକ ମାସିକ ପତ୍ରିକା ସ୍ତ୍ରୀ ଦର୍ପଣର ସମ୍ପାଦକ ଥିଲେ । ସେ ଅଲ୍ ଇଣ୍ଡିଆ ୱିମେନ୍ସ କନଫରେନ୍ସର ପ୍ରତିଷ୍ଠାତା ଥିଲେ[୧] ଓ ୧୯୪୨ ମସିହାରେ ଏହାର ସଭାପତି ଥିଲେ [୨]

ନିଜ ସମାଜସେବା କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା ଓ ୧୯୬୧ ମସି‌ହାରେ ସେ ଲେନିନ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିଲେ।

ଆଧାର

  1. Sonia Gandhi, ed. (2004). Two Alone, Two Together: Letters Between Indira Gandhi and Jawaharlal Nehru 1922–1964. p. xxii. ISBN 9780143032458.
  2. Sharma, d n (1969). Afro-asian Group In The U.n.