"ଷ୍ଟୀଭ ଇରୱିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ତଥ୍ୟ ଯୋଡିବା
୨୨ କ ଧାଡ଼ି:
}}
ଷ୍ଟିଫେନ ରବର୍ଟ ଇରୱିନ (୨୨ ଫେବୃଆରୀ ୧୯୬୨-୪ ସେପ୍ଟେମ୍ବର ୨୦୦୬), ଜଣେ ଅଷ୍ଟ୍ରେଲୀୟ ଚିଡିଆଘର ସଂଚାଳକ ତଥା ଟେଲିଭିଜନରେ କାର୍ଯ୍ୟକରୁଥିବା ବ୍ୟକ୍ତିତ୍ଵ ଭାବେ ଜଣାଶୁଣା । ଏହାଛଡା ସେ ଷ୍ଟୀଭ ଇରୱିନ ବା '''ଦ କ୍ରୋକଡାଇଲ ହଣ୍ଟର''' ନାମରେ ମଧ୍ୟ ପରିଚିତ । ଅନ୍ତରାଷ୍ଟ୍ରୀୟ ସ୍ତରରେ ବନ୍ୟଜୀବଙ୍କ ଉପରେ ନିର୍ମିତ ଏକ ଟେଲି ବୃତ୍ତଚିତ୍ର "ଦ କ୍ରୋକଡାଇଲ ହଣ୍ଟର" ରେ (୧୯୯୬-୨୦୦୭) ତାଙ୍କରି ଆକର୍ଷଣୀୟ କାରନାମା ଯୋଗୁଁ ସେ ପ୍ରସିଦ୍ଧି ହାସଲ କରିଥିଲେ । ଏହି ଟେଲି ବୃତ୍ତଚିତ୍ରରେ ସେ ନିଜ ପତ୍ନୀ ଟେରୀଙ୍କ ସହ କାର୍ଯ୍ୟ କରିଥିଲେ । ସେ ଏବଂ ତାଙ୍କ ପତ୍ନୀ ଟେରୀଙ୍କ ଜୋଡି ସେତେବେଳେ ଅନେକ ଲୋକ ପ୍ରିୟ ବିଦେଶୀ ଟେଲି ଶୃଙ୍ଖଳା ଯଥା; କ୍ରୋକ ଫାଇଲସ (୧୯୯୯-୨୦୦୧), ଦ କ୍ରୋକୋଡାଇଲ ହଣ୍ତର ଡାଏରିଜ (୨୦୦୨-୨୦୦୬), ଓ ନିୟୁ ବ୍ରୀଡ ବେଟସ(2005) ରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । ବ୍ରିସବେନର ରାଜଧାନୀ କୁଇନସଲ୍ୟାଣ୍ଡର ଉତ୍ତରରେ ପ୍ରାୟ ୨୬୦୦୦୦ ଫୁଟ ଉଚ୍ଚରେ ବୀରବାହରେ ଅବସ୍ଥିତ ଚିଡିଆଘରର ସଂଚାଳକ ଭାବେ କାର୍ଯ୍ୟ କରିଛନ୍ତି ।
 
ମାତ୍ର ୪୪ ବର୍ଷ ବୟସରେ ସମୁଦ୍ର ପାଣି ଭିତରେ ଏକ ବୃତ୍ତ ଚିତ୍ରର ନିର୍ମଣ କରିବା ସମୟରେ ଷ୍ଟିଗ୍ରେ ବାର୍ବ ନାମକ ଏକ ବୃହଦକାୟ ମାଛର ଆକ୍ରମଣରେ ସେ ହୃତପିଣ୍ଡ ଆଘାତ ଜନିତ ମୃତ୍ୟୁବରଣ କରିଥିଲେ ।
== ବ୍ୟକ୍ତିଗତ ଜୀବନ ==
ଇରୱିନଙ୍କ ପିତା ଥିଲେ ଜଣେ ବନ୍ୟ ହିଂସ୍ର ଜନ୍ତୁ ବିଶେଷଜ୍ଞ ଥିଲେ । ମା ଲିନ ଇରୱିନ ବନ୍ୟଜୀବ ଜନ୍ତୁଙ୍କ ପୁନର୍ବାସ କ୍ଷେତ୍ରରେ କାର୍ଯ୍ୟରତ ଥିଲେ । ମାତା ପିତା ଯେଉଁ ଚିଡିଆଘର ଖୋଲିଥିଲେ, ସେଥିରେ ଅନେକ ମଗରମଛ ତଥା ସାପ ରଖିଥିଲେ । ତେଣୁ ପିଲାଟିବେଳୁ ସେ ଏଭଳି ହିଂସ୍ର ଜୀବଜନ୍ତୁଙ୍କ ସହ ଖେଳିବା ସୂଯୋଗ ପାଇଥିଲେ ଏବଂ ଏହି ସୂଯୋଗରେ ସେ ମଧ୍ୟ ସେମାନଙ୍କ ସହ ଖେଳୁଥିଲେ । ଇତ୍ୟବସରରେ ତାଙ୍କରି ପିତା ତାଙ୍କୁ ମଗରମଛକୁ ଧରିବାର ଅଦ୍ଭୁତ କଳା କୌଶଳ ଶିକ୍ଷା ଦେଇଥିଲେ ।
 
1992 में उनकी शादी अमेरिका की रहने वाली टेरी रेन्स से हुई. दोनों की मुलाकात 1991 में हुई, जब टेरी ऑस्ट्रेलिया घूमने आई थीं। दोनों की उस समय मुलाकात हुई और दोस्ती प्यार में बदल गई। दोनों ने 1992 में शादी कर ली. दोनों ही पशु प्रेमी थे।