"ଯାଜପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ରାଜନିତି ବନାନ ଭୁଲଥିଲା।
୬୭ କ ଧାଡ଼ି:
 
== ଇତିହାସ ==
[[ଓଡ଼ିଶା]]ରେ ଯାଜପୁର ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ । ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମନେରାଜାମାନେ ରାଜୁତି କରୂଥିଲେ ।
ଦଶମ ଶତାବ୍ଦୀରେ ଭୌମରାଜତ୍ୱପରେ କେଶରୀ ବଂଶର ରାଜା ଯଯାତୀ କେଶରୀ ଏଠରେ ରାଜଧାନୀ ସ୍ଥାପନକରି କିଛି ବର୍ଷ ରାଜତ୍ୱ କଲେ ସେହି କେଶରୀ ବଂଶର ରାଜା ଯଯାତୀ କେଶରୀ ଯାଜପୁରରେ ଅନେକ ଦେବଦେବୀ ମନ୍ଦିର ନିର୍ମାଣ କରିଥିଲେ । ସେହି ସମୟରେ ଅନେକ କିର୍ତ୍ତୀ ଏଠରେ ଅଦ୍ୟାବଧି ଦେଖିବାକୁ ମିଳିଥାଏ। ରାଜା ଯଯାତି କେଶରୀଙ୍କ ରାଜତ୍ୱ ସମୟରେ ଯାଜପୁର ସହର ନିକଟରେ ଥିବା ପବିତ୍ର ବୈତରଣୀ ନଦୀ କୂଳରେ ସେ ଦଶାଶ୍ୱମେଧ ଯଞ୍ଜ କରାଇଥିଲେ। । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ [[କଟକ]]କୁ ଉଠିଗଲା [[ଓଡ଼ିଶା]]ର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ ୟଜ୍ଞ କରିବାରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ । ତେଣୁ ସେହି ଦିନଠାରୁ ସେହି ଯଞ୍ଜସ୍ଥାନ ଦଶାଶ୍ୱମେଧ ଘାଟ ନାମରେ ପରିଚିତ ଯଯାତୀ କେଶରୀ ରାଜତ୍ୱ ସମୟରେ ଯାଜପୁରକୁ ଯଯାତିନଗର ବୋଲି ଆଖ୍ୟା ଦିଆଯାଇଥିଲା ।
 
"https://or.wikipedia.org/wiki/ଯାଜପୁର"ରୁ ଅଣାଯାଇଅଛି