"ଧଳା ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୫ କ ଧାଡ଼ି:
'''ଧଳା ହାତୀ''' (ଇଂରାଜୀରେ '''white elephant''' ବା '''albino elephant''') ଏକ ବିରଳ ହାତୀର ବର୍ଗ କିନ୍ତୁ ଏମାନେ ଏକ ସ୍ୱତନ୍ତ୍ର ହାତୀ ପ୍ରଜାତି ନୁହନ୍ତି । ଚିତ୍ର ଓ ମୂର୍ତ୍ତିରେ ଏମାନଙ୍କୁସମ୍ପୂର୍ଣ୍ଣ ଧଳା ରଙ୍ଗର ବୋଲି ଦର୍ଶାଯାଇଥାଏ କିନ୍ତୁ ପ୍ରକୃତରେ ଏମାନଙ୍କ ଶରୀର ଶୁଖିଲା ଥିବାବେଳେ ଲାଲିମିଶା ମାଟିଆ ଓ ଓଦା ଥିବାବେଳେ ଫିକା ଗୋଲାପୀ ରଙ୍ଗର ।<ref>[https://www.theatlantic.com/infocus/2012/06/burma-in-transition/100316/#img03 Men ride albino elephants], Reuters via The Atlantic, 1 March 2012.</ref> ଏମାନଙ୍କ ଆଖିପତା ଓ ନଖ ଧଳା ରଙ୍ଗର । ପାରମ୍ପରିକ ଧଳା ହାତୀକୁ ଜୀବବିଜ୍ଞାନର ରଙ୍ଗହୀନତା ପ୍ରକୃତିବିଶିଷ୍ଟ ହାତୀ ବୋଲି ଧରିନେବା ଭୁଲ ଧାରଣା । ଥାଇ ସଂସ୍କୃତିରେ ଧଳା ହାତୀ ପାଇଁ ବ୍ୟବହୃତ ''ଚାଂଗ୍ ସମ୍‍ଖାନ୍‍'' ଶବ୍ଦର ପ୍ରକୃତ ଅର୍ଥ ହେଲା ''ଶୁଭଙ୍କର ହାତୀ'' । ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।<ref>{{cite web|title=Royal Elephant Stable|url=http://www.thailandelephant.org/en/royalstable.html|publisher=Thai Elephant Conservation Center|accessdate=7 September 2014}}</ref>
 
ଧଳା ହାତୀମାନେ ସମ୍ପୂର୍ଣ୍ଣ ଶ୍ଵେତଶ୍ୱେତ ବର୍ଣ୍ଣର ନୁହଁନ୍ତି । ଜେନେରାଲ୍ ଥାନ୍ ଶ୍ଵେଶ୍ୱେ ନିଜକୁ ବ୍ରହ୍ମଦେଶୀୟ ଶାସକମାନଙ୍କ ଉତ୍ତରାଧିକାରୀ କୁହନ୍ତି ଓ ତାଙ୍କଠାରେ ଥିବା ଧଳା ହାତୀମାନଙ୍କ ମଧ୍ୟରୁ ଗୋଟିଏ ପାଉଁଶିଆ ଓ ଅନ୍ୟ ତିନୋଟି ଫିକା ଗୋଲାପୀ ରଙ୍ଗର । ଥାଇଲାଣ୍ଡର ରାଜାଙ୍କ ପାଖରେ ମଧ୍ୟ ଅନେକ ଧଳା ହାତୀ ଥିଲେ ଯାହା ମଧ୍ୟରୁ ୧୧ଟି ଧଳା ହାତୀ ଜୀବିତ ଅଛନ୍ତି ।<ref>{{cite web|url=http://www.tnews.co.th/contents/208790|title=งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)|website=www.tnews.co.th}}</ref> [[ଯୁକ୍ତରାଷ୍ଟ୍ର ଆମେରିକା]]<nowiki/>ର ପୂର୍ବତନ ଉପରାଷ୍ଟ୍ରପତି କାମ୍ଵୋଡିଆରକାମ୍ୱୋଡିଆର ରାଜା ନୋରୋଦୋମ ସିହାନୌକଙ୍କୁ ଏକ ଧଳା ହାତୀ ଉପହାର ଦେଇଥିଲେ ।
 
==ପାରସ୍ୟରେ ଧଳା ହାତୀ==
[[File:Rustam lassoes the Khaqan of chin from the back of his elephant (6124528639).jpg|thumb|ପାରସ୍ୟର ଶାହନାମାର ଏକ ଚିତ୍ରରେ "ରୁସ୍ତମ ଚୀନର ଖାଚାନଙ୍କୁ ତାଙ୍କ ଧଳା ହାତୀରୁ ଘୋଷାଡ଼ି ନେବା" ପ୍ରଦର୍ଶିତ]]
ସାସାନୀ ସାମ୍ରାଜ୍ୟର ରାଜା ଖୁସ୍ରୁ (ଦ୍ଵିତୀୟଦ୍ୱିତୀୟ) ନିଜ ସେନାବାହିନୀରେ ଧଳା ହାତୀ ରଖିଥିଲେ । ଅଲ୍-ତବରୀଙ୍କ ବର୍ଣ୍ଣନା ଅନୁସାରେ ଆରବ ମୁସଲିମ ଓ ସାସାନୀ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏକ ଧଳା ହାତୀ ମୁସଲିମ ସେନାଧ୍ୟକ୍ଷ ଅବୁ ଉବୈଦ ଅଲ୍-ତକାଫିଙ୍କୁ ହତ୍ୟା କରିଥିଲା ।
 
==କିମ୍ଵଦନ୍ତୀରେକିମ୍ୱଦନ୍ତୀରେ ଧଳାହାତୀ==
[[File:Indradeva.jpg|thumb|[[ଇନ୍ଦ୍ର]] ଓ ତାଙ୍କ ପତ୍ନୀ ସଚୀ ପାଞ୍ଚଶୁଣ୍ଢବିଶିଷ୍ଟ ଓ ଧଳା ରଙ୍ଗର ଐରାବତ ହାତୀରେ ବସିଥିବା ଚିତ୍ର । ଏହି ଚିତ୍ରଟି ଏକ ଜୈନ ପୁସ୍ତକରୁ ଗୃହୀତ]]
 
[[ହିନ୍ଦୁ ଧର୍ମ|ହିନ୍ଦୁ]] ପୌରାଣିକ କଥାନୁସାରେ [[ଇନ୍ଦ୍ର]]ଙ୍କ ବାହନ ଐରାବତ ଧଳା ରଙ୍ଗର ଓ ଏହା ଉଡ଼ିପାରେ । ଇନ୍ଦ୍ର ଐରାବତୀକୁ ହାତୀମାନଙ୍କ ରାଜା ବୋଲି ଘୋଷିତ କରିଥିଲେ ।
 
ରାଜା [[ବିମ୍ବିସାର|ବିମ୍ଵିସାରଙ୍କରବିମ୍ୱିସାରଙ୍କର]] ମଧ୍ୟ ଏକ ଧଳା ହାତୀ ଥିଲା । ଏହି ଯୌବନୋନ୍ମତ୍ତ ହାତୀକୁ ସେ ଜଙ୍ଗଲରୁ ଧରିଥିବାର କୁହାଯାଇଛି । ଏହି ଅଣ୍ଡିରା ହାତୀକୁ ସେ ''ସେଚନକ'' ନାମ ଦେଇଥିଲେ କାରଣବିନା କୌଣସି ତାଲିମରେ ହାତୀଟି ଗଛମୂଳରେ ପାଣି ଦେଉଥିଲା । ତାଙ୍କ ହାତୀର ମୂଲ୍ୟ ମଗଧ ରାଜ୍ୟର ଅଧା ଭାଗରୁ ଅଧିକତର ଥିଲା ବୋଲି କୁହାଯାଏ । ସେ ଏହି ହାତୀକୁ ନିଜ ପୁତ୍ର ବିହଲ୍ଲକୁମାରଙ୍କୁ ଦେଇଥିଲେ ଯାହା ଫଳରେ ବିମ୍ଵିସାରଙ୍କବିମ୍ୱିସାରଙ୍କ ଅନ୍ୟ ପୁତ୍ର ଅଜାତଶତ୍ରୁ ଈର୍ଷ୍ୟାନ୍ଵିତଈର୍ଷ୍ୟାନ୍ୱିତ ହୋଇ ଉଠିଥିଲେ । ଅଜାତଶତ୍ରୁ ଏହି ହାତୀକୁ ଚୋରି କରିନେବା ପାଇଁ ଅନେକ ଚେଷ୍ଟା କରିଥିଲେ ଓ ଏହା ଫଳରେ ମହାଶିଳକଣ୍ଟକ ଓ ରଥମୂଷଳ ଯୁଦ୍ଧ ଘଟିଥିଲା ।
 
==ଥାଇଲ୍ୟାଣ୍ଡରେ ଧଳାହାତୀ==
[[Image:Flag of Siam (1855).svg|thumb|୧୮୫୫ରୁ ୧୯୧୬ ପର୍ଯ୍ୟନ୍ତ ସିଆମ ନାମରେ ପରିଚିତ ଥାଇଲ୍ୟାଣ୍ଡର ପତାକାରେ ଧଳାହାତୀ]]
ବ୍ରାହ୍ମଣ ବିଶ୍ଵାସବିଶ୍ୱାସ ଅନୁସାରେ, ଯଦି ସମ୍ରାଟଙ୍କ ପାଖରେ ଏକ ବା ତତୋଧିକ ଧଳା ହାତୀ ରହିଥାନ୍ତି ତେବେ ତାହା ଗୌରବ ଓ ଆନନ୍ଦର ସୂଚକ" । ରାଜା ତ୍ରୈଲୋକଙ୍କ ପାଖରେ ପ୍ରଥମ ଧଳା ହାତୀ ଥିଲା । ଥାଇ ଭାଷାରେ ଧଳା ହାତୀଙ୍କୁ ଆଲବିନୋ (albino) କୁହାଯାଏ । ଅର୍ଥାତ୍ ଏମାନଙ୍କ ଆଖି ଫିକା ହଳଦିଆ, ନଖ ଧଳା ଓ ଲୋମ ଧଳା । ଏହି ହାତୀମାନଙ୍କ ଶରୀରରେ ଠାଏଠାଏ ଗୋଲାପୀ ଦାଗ ଥାଏ ବା ପୁରା ଶରୀର ଗୋଲାପୀ ରଙ୍ଗର ହୋଇଥାଏ । ଧଳା ହାତୀମାନେ ସ୍ଵତନ୍ତ୍ରସ୍ୱତନ୍ତ୍ର ଭାବେ ପୂଜିତ ହେଉନଥିଲେ କିନ୍ତୁ ରାଜାଙ୍କ ମାନ ଓ ଗୌରବ ବୃଦ୍ଧି କରୁଥିଲେ ।<ref name=prince>Chakrabongse, C., 1960, Lords of Life, London: Alvin Redman Limited</ref>{{rp|39}}
 
ଥାଇଲାଣ୍ଡରେ ଧଳା ହାତୀ (ช้างเผือก, ''ଚାଂଗ୍ ଫ୍ଵେକ୍ଫ୍ୱେକ୍'') ବା ଗୋଲାପୀ ହାତୀ ପବିତ୍ର ଜୀବ ବୋଲି ଧାରଣା ରହିଛି ଏବଂ ଏହି ହାତୀ ରାଜକୀୟ ଶକ୍ତିର ସୂଚକ । ଜଙ୍ଗଲରେ ଠାବ ହୋଇଥିବା ସମସ୍ତ ଧଳା ହାତୀ ପ୍ରାୟ ରାଜାମାନଙ୍କୁ ଉପହାର ଭାବେ ଦିଆଯାଏ । ଏକ ପୂଜା ବା ଉତ୍ସବ ଉପଲକ୍ଷେ ଉପହାର ଦିଆଯାଉଥିଲା ଏବଂ ତାହା ପୂର୍ବରୁ ଧଳା ହାତୀଟିକୁ ବନ୍ଦୀ କରାଯାଏ ନାହିଁ । ପ୍ରାଚୀନ କାଳରେ ରାଜାଙ୍କ ମାନ ତାଙ୍କ ପାଖରେ କେତୋଟି ଧଳା ହାତୀ ଥିଲେ ସେଥିରୁ ଜଣାପଡ଼ୁଥିଲା । ରାଜା ଭୂମିବଳ ଅତୁଲ୍ୟତେଜଙ୍କ ପାଖରେ ୨୧ଟି ଧଳା ହାତୀ ଥିଲେ । ଏପରି ଆଗରୁ କେବେ ଦେଖାଯାଇ ନଥିଲା ଓ ଥାଇଲାଣ୍ଡ ଇତିହାସରେ ରାଜା ଭୂମିବଳଙ୍କର ସର୍ବାଧିକ ଚାଂଗ୍ ଫ୍ଵେକ୍ଫ୍ୱେକ୍ ରହିଥିଲେ ।<ref>{{cite web|url=http://www.tnews.co.th/contents/208790|title=งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)|website=www.tnews.co.th}}</ref> ରାଜା ଭୂମିବଳଙ୍କ ଶାସନ କାଳରେ ମିଳିଥିବା ପ୍ରଥମ ଧଳା ହାତୀ ଏହି ସମସ୍ତଙ୍କ ମଧ୍ୟରେ ଆଦରଣୀୟ ଓ ପ୍ରିୟ ଥିଲା । ଏହି ହାତୀକୁ ''ଫ୍ରା ଶୱେତ୍ ଅଦୁଲ୍ୟଦେଜ୍ ପହୋଲ୍ ଭୂମିବୋଲ୍ ନବନତ୍ତ-ପରମି (พระเศวตอดุลยเดชพาหล ภูมิพลนวนาถบารมี)'' ନାମ ଦିଆଯାଇଥିଲା ।<ref name="auto">Ibid</ref> ରାଜା ନିଜ ଅନ୍ୟ ହାତୀମାନଙ୍କୁ କିନ୍ତୁ କୌଣସି ନାମ ଦେଇନଥିଲେ । ବର୍ତ୍ତମାନ ସମୟରେ ୧୧ଟି ହାତୀ ଜୀବିତ ରହିଛନ୍ତି ଓ ତନ୍ମଧ୍ୟରୁ ୫ଟି ରାଜକୀୟ ନାମ ବହନ କରୁଛନ୍ତି ।<ref name="auto"/>
 
ଥାଇଲ୍ୟାଣ୍ଡର ଧଳା ହାତୀଙ୍କଠାରେ ରଙ୍ଗହୀନତା ଦେଖାଯାଏ ନାହିଁ । ଅବଶ୍ୟ ସେମାନଙ୍କ ଦେହର ରଙ୍ଗ ଅଳ୍ପ ଅବସନ୍ନ । ଠାବ ହେବା ପରେ ରାଜାଙ୍କୁ ଦେବା ପୂର୍ବରୁ ସେମାନଙ୍କୁ ୪ଟି ବର୍ଗ ମଧ୍ୟରୁ ଗୋଟିଏରେ ସ୍ଥାନିତ କରାଯାଏ । ନିମ୍ନତମ ବର୍ଗର ଧଳାହାତୀ ଅନେକ ସମୟରେ ରାଜାଙ୍କଦ୍ଵାରାରାଜାଙ୍କଦ୍ୱାରା ଗ୍ରହଣୀୟ ହୋଇ ନଥାଏ ।
 
ପୂର୍ବେ ଏହି ନିମ୍ନତମ ବର୍ଗର ଧଳା ହାତୀମାନଙ୍କୁ ରାଜାଙ୍କ ବନ୍ଧୁ ଓ ମିତ୍ର ରାଷ୍ଟ୍ରମାନଙ୍କୁ ଦାନ କରାଯାଉଥିଲା । ଏହି ହାତୀମାନଙ୍କୁ ପବିତ୍ର ବୋଲି ବିଚାର କରିବା ଯୋଗୁଁ ଏମାନଙ୍କୁ ଅନ୍ୟ ହାତୀଙ୍କ ପରି କୌଣସି କାମରେ ଲଗାଯାଏ ନାହିଁ । ଏମାନଙ୍କୁ ବହୁତ ଯତ୍ନର ସହିତ ପାଳନ କରାଯାଇଥାଏ । ତେଣୁ ଧଳା ହାତୀର ମାଲିକ ଉପରେ ଏହାର ଲାଳନପାଳନର ଦାୟିତ୍ତ୍ଵଦାୟିତ୍ତ୍ୱ ଏକ ବଡ଼ ଆର୍ଥିକ ବୋଝ । ରାଜା ଓ ଅତି ଧନୀ ଲୋକେ ହିଁ ଏପରି ବୋଝ ବୋହିବାକୁ ସକ୍ଷମ ଥିବାରୁ ତାଙ୍କ ପାଖରେ ଧଳା ହାତୀ ରହିଥାନ୍ତି ।
ଏକ ଲୋକକଥା ଅନୁସାରେ କୌଣସି ଶତ୍ରୁ ବା ରାଜା ଯେଉଁ ମନ୍ତ୍ରୀ, ସାମନ୍ତ ଇତ୍ୟାଦିଙ୍କ ଉପରେ ଖୁସି ନଥାନ୍ତି, ସେମାନଙ୍କୁ ଧଳା ହାତୀ ଉପହାର ଭାବେ ଦିଆଯାଏ । ଏପରି ଉପହାରରୁ କିଛି ଲାଭ ମିଳେ ନାହିଁ ବରଂ ପାଳନପୋଷଣ ଯୋଗୁଁ ଅର୍ଥ ବ୍ୟୟ ହୁଏ ଏବଂ ବ୍ୟକ୍ତି ଜଣକର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସେ ନଷ୍ଟ ଯାଏ ।<ref>{{cite web|url=http://www.oed.com/view/Entry/60391?rskey=j6GwmB&result=1&isAdvanced=false#eid5634087 |title=Home : Oxford English Dictionary |publisher=Oed.com |date= |accessdate=2013-01-07}}</ref>
 
୩୮ କ ଧାଡ଼ି:
 
==ପାଶ୍ଚାତ୍ୟ ସାହିତ୍ୟରେ ଧଳା ହାତୀର ଉଲ୍ଲେଖ==
ଇଂରାଜୀ ଭାଷାରେ "ହ୍ଵାଇଟ୍ହ୍ୱାଇଟ୍ ଏଲିଫ୍ୟାଣ୍ଟ୍ (white elephant)" ଶବ୍ଦର ସାହିତ୍ୟିକ ପ୍ରୟୋଗର ଅନୁଧ୍ୟାନ କଲେ ଦେଖାଯିବ ଯେ କୌଣସି ସୁନ୍ଦର ବା ବଡ଼ ବସ୍ତୁ ଯାହାର ରକ୍ଷଣାବେକ୍ଷଣ ବା ପାଳନ କରିବାର ଦାୟିତ୍ତ୍ଵଦାୟିତ୍ତ୍ୱ ବସ୍ତୁର ପ୍ରକୃତ ମୂଲ୍ୟଠାରୁ ଅଧିକ ବା କଷ୍ଟଦାୟକ । ବସ୍ତୁଟି ଯଦିଓ ଅନ୍ୟ କାହା ପାଇଁ ଦରକାରୀ ହୋଇପାରେ, ତାହାର ବର୍ତ୍ତମାନର ମାଲିକ କିନ୍ତୁ ସେ ବସ୍ତୁକୁ ବିକି ବା ଦାନ କରି ଅଧିକ ଖୁସି ହେବ ।
 
==ଆହୁରି ଦେଖନ୍ତୁ==
"https://or.wikipedia.org/wiki/ଧଳା_ହାତୀ"ରୁ ଅଣାଯାଇଅଛି