"ବତିଘର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:ଐତିହ୍ୟ using HotCat
ଟିକେ Regular Character Changes
୨୬ କ ଧାଡ଼ି:
 
[[ଫାଇଲ:Smeaton's_Lighthouse00.jpg|ଡାହାଣ|thumb|ଏଡିଷ୍ଟୋନ୍‍ସ୍ଥିତ ପୁରୁଣା ବତିଘରର (୧୭୫୯) ଜନ୍ ସ୍ମିଟନ୍ ପୁନର୍ନିର୍ମାଣ କରିଥିଲେ ଓ ଅନେକଙ୍କୁ ପ୍ରଭାବିତ କରିଥିଲେ]]
ରବର୍ଟ୍ ଷ୍ଟିଭେନ୍ସନ୍ ନାମକ ଯନ୍ତ୍ରୀ ବତିଘର ନିର୍ମାଣ କ୍ଷେତ୍ରରେ ଜଣେ ପରିଚିତ ଓ ପ୍ରଭାବୀ ବ୍ୟକ୍ତି ଥିଲେ ।<ref name="NLB">{{cite web|url=http://www.nlb.org.uk/HistoricalInformation/StevensonEngineers/Robert-Stevenson/|title=NLB – Robert Stevenson|accessdate=January 28, 2013}}</ref> ୧୮୧୦ ମସିହାରେ ସେ ନିର୍ମାଣ କରିଥିବା ବେଲ୍ ରକ୍ ବତିଘର ତତ୍କାଳୀନ ବୈଷୟିକ ଜ୍ଞାନ କୌଶଳର ଶ୍ରେଷ୍ଠ ଉଦାହରଣମାନଙ୍କରୁ ଗୋଟିଏ ବୋଲି କୁହାଯାଏ । ଏହାର ଢାଞ୍ଚା ସ୍ମିଟନ୍‍ଙ୍କ ବତିଘରର ଢାଞ୍ଚା ପରି ଥିଲା କିନ୍ତୁ ଏଥିରେ ଅନେକ ନୂତନ କୌଶଳ ବ୍ୟବହୃତ ହୋଇଥିଲା । ଲାଲ୍ ଓ ଧଳା ରଙ୍ଗରେ ପରିବର୍ତ୍ତନ ହେଉଥିବା ଏବଂ ନିରନ୍ତର ଆବର୍ତ୍ତନ କରୁଥିବା ଆଲୋକ ମଧ୍ୟ ଏହି ବତିଘରେ ବ୍ୟବହୃତ ହୋଇଥିଲା ।<ref>{{citation|last=Boucher|first=Cyril Thomas Goodman|title=John Rennie, 1761–1821: The Life and Work of a Great Engineer|url=https://books.google.com/books?id=1wu8AAAAIAAJ&pg=PA59&lpg=PA59|page=61|year=1963}}</ref> ନର୍ଦର୍ଣ୍ଣ୍ ଲାଇଟ୍‍ହାଉସ୍ ବୋର୍ଡରେ ଷ୍ଟିଭେନ୍ସନ୍ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ ।<ref name="NLB" /> ଏହି କାର୍ଯ୍ୟକାଳରେ ସେ ଅନେକ ନୂତନ ବତିଘରର ନିର୍ମାଣ ଓ ପୁରୁଣା ବତିଘରର ଉନ୍ମତୀକରଣ କରାଇଥିଲେ । ଆଲୋକ ଉତ୍ସ, ପ୍ରତିଫଳକ, ଲେନ୍ସ, ଆବର୍ତ୍ତନଶୀଳ ଆଲୋକ, ରଙ୍ଗୀନ ଆଲୋକ ପ୍ରଭୃତିର ବ୍ୟବହାର ଦ୍ଵାରାବ୍ୟବହାରଦ୍ଵାରା ସେ ବତିଘରମାନଙ୍କୁ ଏକ ନୂତନତ୍ଵ ପ୍ରଦାନ କରିଥିଲେ । ବତିଘରମାନଙ୍କରେ ସେ କ୍ରେନ୍ ପରି ଯନ୍ତ୍ର ମଧ୍ୟ ଖଞ୍ଜାଇଥିଲେ ।
[[ଫାଇଲ:Screwpile5673.png|ବାଆଁ|thumb|ଆଲେକ୍‍ଜାଣ୍ଡାର୍ ମିଚେଲ୍‍ଙ୍କ ସ୍କ୍ରୁ-ପାଇଲ୍ ବତିଘର]]
ଆଲେକ୍‍ଜାଣ୍ଡାର୍ ମିଚେଲ୍ ନିର୍ମାଣ କରିଥିବା ସ୍କ୍ରୁ-ପାଇଲ୍ ମୂଳଦୁଆ ପଦ୍ଧତିବିଶିଷ୍ଟ ବତିଘର ଜଳ ମଧ୍ୟରେ ସନ୍ତସନ୍ତିଆ ପୃଷ୍ଠରେ ନିର୍ମିତ ପ୍ରଥମ ବତିଘର । ୧୮୩୮ ମସିହାରେ ଥେମ୍‍ସ୍ ନଦୀର ମୁହାଣରେ ଏହି ବତିଘର ନିର୍ମିତ ହୋଇଥିଲା ଓ ଏହାକୁ “ମ୍ୟାପେଲିନ୍ ସାଣ୍ଡ୍ସ ବତିଘର” ବୋଲି ନାମିତ କରାଯାଇଥିଲା । ୧୮୪୧ ମସିହାରୁ ଏଥିରେ ଆଲୋକ ବ୍ୟବସ୍ଥା କରାଯାଇଥିଲା ।<ref name="Tomlinson">{{cite book|url=https://archive.org/details/cyclopdiaofuse02tomlrich|title=Tomlinson's Cyclopaedia of Useful Arts|publisher=Virtue & Co.|year=1852–54|editor=Tomlinson|location=London|page=177|quote=[Maplin Sands] was not, however, the first screw-pile lighthouse actually erected, for during the long preparation process which was carried on at Maplin Sands, a structure of the same principle had been begun and completed at Port Fleetwood...}}</ref> ଲାଙ୍କାଶାୟାର୍‍ର ୱାୟାର୍ ଲାଇଟ୍ ବତିଘରର ନିର୍ମାଣ କାର୍ଯ୍ୟ ପରେ ଆରମ୍ଭ ହୋଇଥିଲା କିନ୍ତୁ ଏଥିରେ ୧୮୪୦ରୁ ଆଲୋକ ବ୍ୟବସ୍ଥା ଖଞ୍ଜାଯାଇଥିଲା ।<ref name="Tomlinson" />
 
=== ବତିଘର ଆଲୋକର କ୍ରମବିକାଶ ===
ପୂର୍ବେ ଜ୍ଵଳନ୍ତ କାଠ ଓ କୋଇଲା ଇତ୍ୟାଦି ବତିଘରର ଆଲୋକ ଉତ୍ସ ରୂପେ ବ୍ୟବହୃତ ହେଉଥିଲା । ୧୭୮୨ ମସିହାରେ ସ୍ଵିସ୍ ବୈଜ୍ଞାନିକ ଆଇମି ଆର୍ଗାଣ୍ଡଙ୍କ ଦ୍ଵାରାଆର୍ଗାଣ୍ଡଙ୍କଦ୍ଵାରା ଉଦ୍ଭାବିତ ଆର୍ଗାଣ୍ଡ ବତୀ (Argand lamp) ଏକ ସ୍ଥାୟୀ ଧୂମହୀନ ଆଲୋକଶିଖା ସୃଷ୍ଟି କରୁଥିବାରୁ ଏହାକୁ ବତିଘରମାନଙ୍କରେ ବ୍ୟବହାର କରାଗଲା । ଏହି ବତୀର ପ୍ରାରମ୍ଭିକ ମଡେଲ୍‍ମାନଙ୍କରେ କାଚଗୁଣ୍ଡ ଓ ପରବର୍ତ୍ତୀ ମଡେଲ୍‍ମାନଙ୍କରେ ଥୋରିୟମ୍ ଡାଇଅକ୍ସାଇଡ୍ ବ୍ୟବହୃତ ହେଉଥିଲା ଓ ବତୀରୁ ଏକ ସ୍ଥାୟୀ ଓ ଉଜ୍ଜ୍ଵଳ ଆଲୋକ ବିଚ୍ଛୁରିତ ହେଉଥିଲା ।<ref>{{cite web|url=http://www.johnmoncrieff.co.uk/shop-2/products.php?cat=32|title=Lamp Glass Replacement Glass Lamp Shades, Oil Lamp Shades, Oil Lamp Chimneys, Oil Lamp Spares|url-status=dead|archiveurl=https://web.archive.org/web/20140106160403/http://www.johnmoncrieff.co.uk/shop-2/products.php?cat=32|archivedate=2014-01-06}}</ref> ଆର୍ଗାଣ୍ଡ ବତୀରେ ତିମିମାଛର ତେଲ, କୋଲଜା, ଜୀତ ତେଲ (ଅଲିଭ୍ ବା ଜୈତୁନ୍ ତେଲ)<ref>"Lamp." ''Encyclopædia Britannica: or, a dictionary of Arts, Science, and Miscellaneous Literature.'' 6th ed. 1823 [https://books.google.com/books?id=T8wnAAAAMAAJ&pg=PA505&lpg=PA505&dq=%22argand+lamp%22+%22olive+oil%22&source=bl&ots=K9CxKs3AJG&sig=9wwDAF6jlwx9zV-xjvALVg_EKEs&hl=en&ei=rxPdTuOVLMLX0QHpqvXWCg&sa=X&oi=book_result&ct=result&resnum=6&ved=0CFkQ6AEwBQ#v=onepage&q=%22argand%20lamp%22%20%22olive%20oil%22&f=false Web.] 5 Dec. 2011</ref> ବା ବନସ୍ପତି ତେଲ ଜାଳେଣୀ ଭାବେ ବ୍ୟବହୃତ ହେଉଥିଲା । ଏକ କ୍ଷୁଦ୍ର ସଂଗ୍ରାହକ ପାତ୍ରରୁ ବତୀର ଚୁଲିକୁ ଜାଳେଣୀ ବହି ଆସୁଥିଲା । ୧୭୮୪ ମସିହାରେ ଆର୍ଗାଣ୍ଡ ଓ ମ୍ୟାଥ୍ୟୁ ବୋଲ୍ଟନ୍ ମିଳିତ ଭାବେ ଉଦ୍ଭାବନ କରିଥିବା ବତୀ ସବୁ ବତିଘରେ ଏକ ମାନକ ଆଲୋକ ଉତ୍ସ ରୂପେ ବ୍ୟବହୃତ ହେବାକୁ ଲାଗିଲା ।
 
୧୮୭୫ ମସିହାରେ ସାଉଥ୍ ଫୋର୍ଲାଣ୍ଡ୍ ବତିଘରେ ପ୍ରଥମ ଥର ପାଇଁ ବୈଦ୍ୟୁତିକ ଆଲୋକର ବ୍ୟବହାର କରାଗଲା । ଏକ ବାଷ୍ପଚାଳିତ ଜେନେରେଟର୍ ଏହି ବତିଘରର କାର୍ବନ୍ ଆର୍କ୍ ବତୀକୁ ଜଳାଇ ରଖୁଥିଲା ।<ref>{{cite book|title=Annual record of science and industry|last=Baird|first=Spencer Fullerton|publisher=Harper & Brothers|year=1876|location=New York|pages=460}}</ref> ପରେ ଜନ୍ ରିଚାର୍ଡସନ୍ ୱିଙ୍ଘାମ୍ ବତିଘରର ଆଲୋକ ପାଇଁ ଏକ ଗ୍ୟାସ୍‍ଚାଳିତ ବ୍ୟବସ୍ଥା ଉଦ୍ଭାବନ କରିଥିଲେ । ଡବ୍ଲିନ୍‍ର ବେଲି ବତିଘରେ ସେ ସ୍ଥାପନ କରିଥିବା ଆଲୋକ ତତ୍କାଳୀନ ସର୍ବାଧିକ ପ୍ରଜ୍ଜ୍ଵଳିତ ବତିଘରର ଆଲୋକଠାରୁ ୧୩ ଗୁଣ ଅଧିକ ଶକ୍ତିଶାଳୀ ଥିଲା ।<ref name="cil">{{cite journal|date=2006–2007|title=John Richardson Wigham 1829–1906|url=http://www.commissionersofirishlights.com/media/35546/Beam_2006.PDF#page=23|journal=BEAM|publisher=Commissioners of Irish Lights|volume=35|pages=21–22|archiveurl=https://web.archive.org/web/20120312014229/http://www.commissionersofirishlights.com/media/35546/Beam_2006.PDF|archivedate=2012-03-12}}</ref>
୪୯ କ ଧାଡ଼ି:
ଅତ୍ୟାଧୁନିକ ଯୁଗରେ ବ୍ୟାପକ ବିଦ୍ୟୁତୀକରଣ ଓ ସ୍ଵତଃ ଆଲୋକ ପରିବର୍ତ୍ତନର କ୍ଷମତା ରହିଥିବାରୁ ବତିଘରେ ଆଉ ମନୁଷ୍ୟ ନିରୀକ୍ଷଣର ଆବଶ୍ୟକତା ରହିଲା ନାହିଁ । ବହୁ ସମୟ ପର୍ଯ୍ୟନ୍ତ ବତିଘର ଜଗୁଆଳୀମାନେ ବିପଦ ସମୟରେ ସହାୟତା କରିବା ପାଇଁ ନିୟୋଜିତ ହେଉଥିଲେ । ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ବ୍ୟବସ୍ଥା ଆସିବା ପରେ ଅଣ-ଯାନ୍ତ୍ରିକ ବତିଘର ସବୁ ବନ୍ଦ ହୋଇଯାଇଛି ଅଥବା ସେମାନଙ୍କ ନବୀକରଣ କରାଯାଉଛି ।<ref>{{cite web|url=http://www.nps.gov/history/maritime/keep/keep19th.htm|title=Maritime Heritage Program - National Park Service|publisher=|accessdate=6 April 2017}}</ref> [[କାନାଡ଼ା|କାନାଡ଼ାରେ]] ବର୍ତ୍ତମାନ ସୁଦ୍ଧା ୫୦ଟି ମନୁଷ୍ୟଚାଳିତ ବତିଘର ରହିଛି ଯେଉଁଥିରୁ ୨୭ଟି ବତିଘର କେବଳ ପଶ୍ଚିମ ଉପକୂଳରେ ଅବସ୍ଥିତ ।<ref>{{cite web|url=http://www.fogwhistle.ca/bclights|title=Lighthouses of British Columbia|publisher=}}</ref>
 
ବର୍ତ୍ତମାନ ସମୟର ଅଧିକାଂଶ ବତିଘର ସୌରଶକ୍ତି ଦ୍ଵାରାସୌରଶକ୍ତିଦ୍ଵାରା ପରିଚାଳିତ ଓ ଏମାନେ ସ୍ଥାୟୀ ଭାବେ ଧପଧପ ଆଲୋକ ସୃଷ୍ଟି କରିବାରେ ସକ୍ଷମ ।<ref name="Crompton" /> ସୌରଶକ୍ତି ଦ୍ଵାରାସୌରଶକ୍ତିଦ୍ଵାରା ବତିଘରରର ଆବଶ୍ୟକୀୟ ଚାହିଦା ନ ମେଣ୍ଟିଲେ ବା ବ୍ୟାଟେରୀ ବଦଳାଇବାର ଆବଶ୍ୟକତା ସୃଷ୍ଟି ହେଲେ କିଛି ସମୟ ପାଇଁ ଏହି ସବୁ ବତିଘରେ ଡିଜେଲ୍ ଜେନେରେଟର୍ ବ୍ୟବହାର କରାଯାଇଥାଏ ।<ref>{{cite book|title=Rock lighthouses of Britain : the end of an era?|last1=Nicholson|first1=Christopher|date=2000|publisher=Whittles|isbn=978-1870325417|location=Caithness, Scotland|page=126}}</ref>
 
=== ପ୍ରସିଦ୍ଧ ବତିଘର ନିର୍ମାତା ===
୭୧ କ ଧାଡ଼ି:
 
=== ଶକ୍ତି ===
ବତିଘରର ଆଲୋକ ଉତ୍ସ ବା ବତି ବିଦ୍ୟୁତ ବା ତୈଳ ଦ୍ଵାରାତୈଳଦ୍ଵାରା ଜଳିଥାଏ ଓ ଲେନ୍ସମାନଙ୍କ ସହାୟତାରେ ଏହାକୁ ଅଧିକ ଦୃଶ୍ୟମାନ କରାଯାଏ । ପ୍ରଥମେ କାଠରେ ନିଆଁ ଲଗାଇ, ମହମ ବତୀ ଦ୍ଵାରାବତୀଦ୍ଵାରା ଦ୍ଵାରା ବତିଘରର ଆଲୋକ ସୃଷ୍ଟି କରାଯାଉଥିଲା । ୧୮ଶ ଶତାବ୍ଦୀରେ ଆର୍ଗାଣ୍ଡ ବତି ଓ ପାରାବୋଲିକ୍ ପ୍ରତିଫଳକ ବ୍ୟବହାର କରିବା ଆରମ୍ଭ ହେଲା ।
 
ପୂର୍ବେ ଆଲୋକକୁ ଜଳାଇ ରଖିବା ପାଇଁ ତିମି ମାଛରୁ ବାହାର କରାଯାଉଥିବା ତେଲ ବ୍ୟବହୃତ ହେଉଥିଲା । ୧୮୭୦ ଦଶନ୍ଧିରେ କିରୋସିନ୍ ଲୋକପ୍ରିୟତା ହାସଲ କଲା । ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ କାର୍ବାଇଡ୍ (ଏସିଟିଲିନ୍ ଗ୍ୟାସ୍) ଓ ବିଦ୍ୟୁତ୍ ଶକ୍ତିର ଉପଯୋଗ ଆରମ୍ଭ ହେଲା ।<ref name="Crompton" /> ଡାଲେନ୍ ବତୀରେ କାର୍ବାଇଡ୍ ବ୍ୟବହୃତ ହେଉଥିଲା । ସନ୍ଧ୍ୟା ହେଲେ ଏହି ବତୀ ସ୍ଵତଃ ଜଳି ଉଠୁଥିଲା ଏବଂ ସକାଳ ହେଲେ ସ୍ଵତଃ ବନ୍ଦ ହୋଇଯାଉଥିଲା ।
୮୮ କ ଧାଡ଼ି:
ଏକା ଉପକରଣ ରହିଥିଲେ ହେଁ ସ୍ଥାନ ଓ ବ୍ୟବହାର ଅନୁସାରେ ବତିଘର ଅଟ୍ଟାଳିକା ଭିନ୍ନ ଭିନ୍ନ ହୋଇଥାଏ । ସମ୍ପୂର୍ଣ୍ଣ ବତିଘର ବ୍ୟବସ୍ଥାରେ ବତିଘର ଅଟ୍ଟାଳିକା, ପାଚେରୀ, ଜଗୁଆଳୀଙ୍କ ଘର, ଜାଳେଣୀ ଘର, ଡଙ୍ଗା ରଖିବାପାଇଁ ସ୍ଥାନ, କୁହୁଡ଼ି ହର୍ଣ୍ଣ୍ ବ୍ୟବସ୍ଥା ଇତ୍ୟାଦି ରହିଥାନ୍ତି । ବତିଘର ଅଟ୍ଟାଳିକା ବା ମୀନାରରେ ଆଲୋକ ପାଇଁ ଏକ ସ୍ଵତନ୍ତ୍ର କୋଠରୀ ଥାଏ ।
 
ବତିଘରର ଶୀର୍ଷରେ ଥିବା ଆଲୋକ ବା ବତି ପ୍ରକୋଷ୍ଠଟି ଚତୁର୍ଦିଗରେ କାଚ ଦ୍ଵାରାକାଚଦ୍ଵାରା ଘେରା ଏବଂ ତାହା ଭିତରେ ବତି, ଲେନ୍ସ ପ୍ରଭୃତି ରହିଥାଏ । ବଜ୍ରପାତରୁ ସୁରକ୍ଷା ପାଇଁ ମୀନାର ଉପରେ ଏକ ଲାଇଟେନିଂ ରଡ୍ ଖଞ୍ଜା ଯାଇଥାଏ । ବତି ପ୍ରକୋଷ୍ଠର କାଚକୁ ବିଭିନ୍ନ ଧାତବ ବନ୍ଧନୀ ଦ୍ଵାରାବନ୍ଧନୀଦ୍ଵାରା ଧରି ରଖାଯାଏ ଏବଂ ଏହା ଝଡ଼ବାତ୍ୟାରୁ ବତି ପ୍ରକୋଷ୍ଠକୁ ସୁରକ୍ଷିତ ରଖେ । ବତି ପ୍ରକୋଷ୍ଠ ମଧ୍ୟରେ ଉତ୍ପନ୍ନ ଧୂଆଁ ଓ ତାପ ନିୟନ୍ତ୍ରଣ କରିବା ପାଇଁ ବାତ୍ୟାନିରୋଧକ ଭେଣ୍ଟିଲେଟର୍ ମଧ୍ୟ ରହିଥାଏ ।
 
ବତି ପ୍ରକୋଷ୍ଠର ଠିକ୍ ତଳେ ନିରୀକ୍ଷଣ ପ୍ରକୋଷ୍ଠ ଓ ରକ୍ଷଣାବେକ୍ଷଣ ପ୍ରକୋଷ୍ଠ ଥାଏ । ରକ୍ଷଣାବେକ୍ଷଣ ପ୍ରକୋଷ୍ଠରେ ଜାଳେଣୀ, ସଫେଇ ସାମଗ୍ରୀ ଓ ଅନ୍ୟାନ୍ୟ ଦରକାରୀ ଜିନିଷ ରଖାଯାଇଥାଏ । ପୂର୍ବ କାଳରେ ବତିଘର ଜଗୁଆଳୀ ଏଠାରେ ରହି ବତିକୁ ଜଳାଇ ରଖିବା ଓ ସମୁଦ୍ର ଉପରେ ନଜର ରଖିବା କାମ କରୁଥିଲେ । ଲେନ୍ସ ବୁଲାଇ ସଙ୍କେତ ଦେବା ଉପକରଣ ମଧ୍ୟ ଏହି ପ୍ରକୋଷ୍ଠରେ ରହୁଥିଲା । ବତି ପ୍ରକୋଷ୍ଠ ଓ ନିରୀକ୍ଷଣ ପ୍ରକୋଷ୍ଠ ବାହାରେ ଗ୍ୟାଲେରୀମାନ ରହିଥାଏ । ବାହାର ପଟରୁ ପ୍ରକୋଷ୍ଠମାନଙ୍କ କାଚ ସଫା କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥାଏ ।<ref>{{cite web|url=http://www.nps.gov/history/maritime/ltcomp.htm|title=Light Station Components|publisher=nps.gov}}</ref>
୯୬ କ ଧାଡ଼ି:
=== ଢାଞ୍ଚା ବା ନିର୍ମାଣ ଶୈଳୀ ===
 
ବତିଘରର ଆଲୋକ ଅଟ୍ଟାଳିକାର ଶୀର୍ଷରେ ରହିବା ଉଚିତ୍ ଯେପରିକି ବିପଦସଙ୍କୁଳ ପରିସ୍ଥିତି ନିକଟ ହେବାର ବହୁ ପୂର୍ବରୁ ନାବିକଙ୍କୁ ସଚେତ କରାଯାଇପାରିବ । ଯଦି ଯେଉଁ ଜଳପୃଷ୍ଠରୁ ବତିଘରର ଉଚ୍ଚତାକୁ ''H'' ଫୁଟ୍ ଧରାଯାଏ ଓ ଦିଗବଳୟର ଦୂରତା ''d'' ନୌଟିକାଲ୍ ମାଇଲ୍ ହୁଏ, ତେବେ ତ୍ରିକୋଣମିତି ସୂତ୍ର '''<math> d = 1.17 \sqrt {H} </math>''' ଦ୍ଵାରା ଏହି ଦୁଇ ସଂଖ୍ୟାର ଫଳନ ପ୍ରକାଶିତ ହୋଇଥାଏ ।<ref>{{cite web|url=http://www.boatsafe.com/kids/distance.htm|title=How far is the horizon? - BoatSafe Kids!|publisher=}}</ref>
 
ଯଦି ଭୂଭାଗରୁ କିଛି ଦୂରତାରେ ସମୁଦ୍ର ମଧ୍ୟରେ ନିମଗ୍ନ ପାହାଡ଼ ଥାଏ ତେବେ ସମୁଦ୍ର କୂଳରେ ପଥର ବା ଇଟାରେ ସୁଉଚ୍ଚ ମୀନାର ବିଶିଷ୍ଟ ବତିଘର ନିର୍ମାଣ କରାଯାଏ । ବତିଘର ଉପରେ ବାୟୁ ଶକ୍ତିର ପ୍ରଭାବ କମ୍ କରିବା ପାଇଁ ଏହି ବତିଘର ଆକାରରେ ସିଲିଣ୍ଡରାକୃତି ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାର କେପ୍ ମେ ବତିଘର (Cape May Light) ଏହି ନିର୍ମାଣ ଶୈଳୀର ଏକ ଉଦାହରଣ । ବନ୍ଦର ପ୍ରବେଶ ପଥରେ ଏପରି ଆକାରର ଛୋଟ ବତିଘର ମଧ୍ୟ ନିର୍ମିତ ହୋଇଥାଏ । ଉଦାହରଣ ସ୍ଵରୂପ ନ୍ୟୁ ଲଣ୍ଡନ ବନ୍ଦର ବତିଘର ।
୧୩୧ କ ଧାଡ଼ି:
ଇଂଲଣ୍ଡ ଓ ୱେଲ୍ସରେ ଟ୍ରିନିଟି ହାଉସ୍ (Trinity House); ସ୍କଟଲ୍ୟାଣ୍ଡରେ ନର୍ଦର୍ଣ୍ଣ୍ ଲାଇଟ୍‍ହାଉସ୍ ବୋର୍ଡ୍ (Northern Lighthouse Board); ଆୟାର୍ଲ୍ୟାଣ୍ଡରେ କମିଶନର୍ସ୍ ଅଫ୍ ଆଇରିଶ୍ ଲାଇଟ୍ସ୍ (Commissioners of Irish Lights); କାନାଡ଼ାରେ କାନାଡ଼ା ତଟରକ୍ଷକ (Canadian Coast Guard); ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆନ୍ ମେରିଟାଇମ୍ ସେଫ୍‍ଟି ଅଥୋରିଟି (Australian Maritime Safety Authority) ସ୍ଥାନୀୟ ବତିଘରମାନଙ୍କ ରକ୍ଷଣାବେକ୍ଷଣ ବିଷୟ ବୁଝନ୍ତି ।
 
ସୋଭିଏତ୍ ସଂଘ ରେଡ଼ିଓଆଇସୋଟୋପ୍ ଥର୍ମୋଇଲେକ୍ଟ୍ରିକ୍ ଜେନେରେଟର୍ ବ୍ୟବହାର କରି ଅନେକ ସ୍ଵଚାଳିତ ବତିଘର ନିର୍ମାଣ କରାଇଥିଲା । ଏହି ବତିଘର ସବୁ ମନୁଷ୍ୟଙ୍କ ଅନୁପସ୍ଥିତିରେ ବହୁ ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ କରିଥିଲେ ।<ref>{{cite web|url=http://www.atomicinsights.com/sep96/materials.html|title=RTG Heat Sources: Two Proven Materials - Atomic Insights|date=1 September 1996|publisher=|accessdate=6 April 2017}}</ref> ପରେ ଏଥିରୁ କିଛି ଅଚଳ ହେଲେ ବା ଦୁର୍ବୃତ୍ତଙ୍କ ଦ୍ଵାରାଦୁର୍ବୃତ୍ତଙ୍କଦ୍ଵାରା କ୍ଷତିଗ୍ରସ୍ତ ହେଲେ ବା ଏମାନଙ୍କ ଉପକରଣ ଚୋରି ହୋଇଗଲା । ସଠିକ୍ ନଥିପତ୍ର ଅଭାବରୁ ବହୁ ବତିଘର ଆଉ ଠାବ ହୋଇପାରୁ ନାହିଁ ।<ref>[http://www.bellona.no/en/international/russia/navy/northern_fleet/incidents/37598.html Radioisotope Thermoelectric Generators – Bellona<!-- Bot generated title -->] {{webarchive|url=https://web.archive.org/web/20060613062909/http://bellona.no/en/international/russia/navy/northern_fleet/incidents/37598.html|date=2006-06-13}}</ref>
 
== ସଂରକ୍ଷଣ ==
"https://or.wikipedia.org/wiki/ବତିଘର"ରୁ ଅଣାଯାଇଅଛି