"ଧଳା ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Regular Character Changes
ଟିକେ
ଟିକେ (Regular Character Changes)
ଥାଇଲାଣ୍ଡରେ ଧଳା ହାତୀ (ช้างเผือก, ''ଚାଂଗ୍ ଫ୍ଵେକ୍'') ବା ଗୋଲାପୀ ହାତୀ ପବିତ୍ର ଜୀବ ବୋଲି ଧାରଣା ରହିଛି ଏବଂ ଏହି ହାତୀ ରାଜକୀୟ ଶକ୍ତିର ସୂଚକ । ଜଙ୍ଗଲରେ ଠାବ ହୋଇଥିବା ସମସ୍ତ ଧଳା ହାତୀ ପ୍ରାୟ ରାଜାମାନଙ୍କୁ ଉପହାର ଭାବେ ଦିଆଯାଏ । ଏକ ପୂଜା ବା ଉତ୍ସବ ଉପଲକ୍ଷେ ଉପହାର ଦିଆଯାଉଥିଲା ଏବଂ ତାହା ପୂର୍ବରୁ ଧଳା ହାତୀଟିକୁ ବନ୍ଦୀ କରାଯାଏ ନାହିଁ । ପ୍ରାଚୀନ କାଳରେ ରାଜାଙ୍କ ମାନ ତାଙ୍କ ପାଖରେ କେତୋଟି ଧଳା ହାତୀ ଥିଲେ ସେଥିରୁ ଜଣାପଡ଼ୁଥିଲା । ରାଜା ଭୂମିବଳ ଅତୁଲ୍ୟତେଜଙ୍କ ପାଖରେ ୨୧ଟି ଧଳା ହାତୀ ଥିଲେ । ଏପରି ଆଗରୁ କେବେ ଦେଖାଯାଇ ନଥିଲା ଓ ଥାଇଲାଣ୍ଡ ଇତିହାସରେ ରାଜା ଭୂମିବଳଙ୍କର ସର୍ବାଧିକ ଚାଂଗ୍ ଫ୍ଵେକ୍ ରହିଥିଲେ ।<ref>{{cite web|url=http://www.tnews.co.th/contents/208790|title=งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)|website=www.tnews.co.th}}</ref> ରାଜା ଭୂମିବଳଙ୍କ ଶାସନ କାଳରେ ମିଳିଥିବା ପ୍ରଥମ ଧଳା ହାତୀ ଏହି ସମସ୍ତଙ୍କ ମଧ୍ୟରେ ଆଦରଣୀୟ ଓ ପ୍ରିୟ ଥିଲା । ଏହି ହାତୀକୁ ''ଫ୍ରା ଶୱେତ୍ ଅଦୁଲ୍ୟଦେଜ୍ ପହୋଲ୍ ଭୂମିବୋଲ୍ ନବନତ୍ତ-ପରମି (พระเศวตอดุลยเดชพาหล ภูมิพลนวนาถบารมี)'' ନାମ ଦିଆଯାଇଥିଲା ।<ref name="auto">Ibid</ref> ରାଜା ନିଜ ଅନ୍ୟ ହାତୀମାନଙ୍କୁ କିନ୍ତୁ କୌଣସି ନାମ ଦେଇନଥିଲେ । ବର୍ତ୍ତମାନ ସମୟରେ ୧୧ଟି ହାତୀ ଜୀବିତ ରହିଛନ୍ତି ଓ ତନ୍ମଧ୍ୟରୁ ୫ଟି ରାଜକୀୟ ନାମ ବହନ କରୁଛନ୍ତି ।<ref name="auto"/>
 
ଥାଇଲ୍ୟାଣ୍ଡର ଧଳା ହାତୀଙ୍କଠାରେ ରଙ୍ଗହୀନତା ଦେଖାଯାଏ ନାହିଁ । ଅବଶ୍ୟ ସେମାନଙ୍କ ଦେହର ରଙ୍ଗ ଅଳ୍ପ ଅବସନ୍ନ । ଠାବ ହେବା ପରେ ରାଜାଙ୍କୁ ଦେବା ପୂର୍ବରୁ ସେମାନଙ୍କୁ ୪ଟି ବର୍ଗ ମଧ୍ୟରୁ ଗୋଟିଏରେ ସ୍ଥାନିତ କରାଯାଏ । ନିମ୍ନତମ ବର୍ଗର ଧଳାହାତୀ ଅନେକ ସମୟରେ ରାଜାଙ୍କ ଦ୍ଵାରାରାଜାଙ୍କଦ୍ଵାରା ଗ୍ରହଣୀୟ ହୋଇ ନଥାଏ ।
 
ପୂର୍ବେ ଏହି ନିମ୍ନତମ ବର୍ଗର ଧଳା ହାତୀମାନଙ୍କୁ ରାଜାଙ୍କ ବନ୍ଧୁ ଓ ମିତ୍ର ରାଷ୍ଟ୍ରମାନଙ୍କୁ ଦାନ କରାଯାଉଥିଲା । ଏହି ହାତୀମାନଙ୍କୁ ପବିତ୍ର ବୋଲି ବିଚାର କରିବା ଯୋଗୁଁ ଏମାନଙ୍କୁ ଅନ୍ୟ ହାତୀଙ୍କ ପରି କୌଣସି କାମରେ ଲଗାଯାଏ ନାହିଁ । ଏମାନଙ୍କୁ ବହୁତ ଯତ୍ନର ସହିତ ପାଳନ କରାଯାଇଥାଏ । ତେଣୁ ଧଳା ହାତୀର ମାଲିକ ଉପରେ ଏହାର ଲାଳନପାଳନର ଦାୟିତ୍ତ୍ଵ ଏକ ବଡ଼ ଆର୍ଥିକ ବୋଝ । ରାଜା ଓ ଅତି ଧନୀ ଲୋକେ ହିଁ ଏପରି ବୋଝ ବୋହିବାକୁ ସକ୍ଷମ ଥିବାରୁ ତାଙ୍କ ପାଖରେ ଧଳା ହାତୀ ରହିଥାନ୍ତି ।
୩୮,୪୬୫

ଗୋଟି ସମ୍ପାଦନା