"ବତିଘର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{distinguish|ବତୀଘର}} {{ଛୋଟ|Lighthouse}} ଫାଇଲ:Pigeon_Point_Lighthouse_Fresnel.jpeg|thumb|ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧୪୮ କ ଧାଡ଼ି:
ପ୍ରାଚୀନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ [[ଓଡ଼ିଶା]] ସାମୁଦ୍ରିକ ବାଣିଜ୍ୟ ସଂସ୍କୃତି ସହ ବିଶେଷ ଭାବେ ଜଡ଼ିତ । ଓଡ଼ିଶାର ବହୁ ଛୋଟବଡ଼ ବନ୍ଦର, ନଦୀ ଓ ସମୁଦ୍ର ଉପକୂଳବର୍ତ୍ତୀ ସହରମାନଙ୍କରେ ଅନେକ ବତିଘର ରହିଛି । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଶରେ ବତିଘରର ଅର୍ଥ ''ସମୁଦ୍ରଗାମୀ ଜାହାଜର ନାବିକମାନଙ୍କୁ ସାବଧାନ କରାଇବା ଉଦ୍ଦେଶ୍ୟରେ ସମୁଦ୍ରକୂଳରେ ଏବଂ ବିପଦସଙ୍କୁଳ ସ୍ଥାନ ନିକଟରେ ଉଚ୍ଚ ସ୍ତମ୍ଭ ଉପରେ ଦିଆଯାଇଥିବା ଆଲୋକ'' ବୋଲି ଉଲ୍ଲିଖିତ । <ref name="pob">{{Cite book|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ}}</ref> [[ପାରାଦ୍ଵୀପ]], [[ଗୋପାଳପୁର]] ଆଦି ବନ୍ଦରମାନଙ୍କରେ ବତିଘର ଦେଖିବାକୁ ମିଳେ । ଚନ୍ଦ୍ରଭାଗାରେ ମଧ୍ୟ ଏକ ବତିଘର ରହିଛି । [[କେନ୍ଦ୍ରାପଡ଼ା]] ଜିଲ୍ଲାର ହୁକିଟୋଲା ଦ୍ୱୀପରେ ଏକ ବହୁତ ପୁରୁଣା ବତିଘର ରହିଛି । ବ୍ରିଟିଶ୍ ଶାସନ କାଳରେ ଅଧିକାଂଶ ଇଂରେଜ ଜାହାଜ ମହାନଦୀ ମୁହାଣକୁ ହୁଗୁଳି ନଦୀର ମୁହାଣ ଭାବି ରହିଯାଉଥିବାରୁ ୧୯୩୦ ମସିହାରେ ଓଡ଼ିଶା ତଟରେ ଫଲ୍‍ସ ପଏଣ୍ଟ୍ (False Point) ନାମକ ସ୍ଥାନରେ ଏକ ବତିଘର ନିର୍ମିତ ହୋଇଥିଲା ।<ref>{{cite book|url=https://books.google.co.in/books?id=A1acCwAAQBAJ&pg=PT112&lpg=PT112&dq=maritime+trade+lighthouses+India&source=bl&ots=8qF4gFsjrs&sig=ACfU3U0ofLri4itW0Kj0qiWwWNOEYeOwnQ&hl=en&sa=X&ved=2ahUKEwj7wc-qluDlAhXt7XMBHRRNDp04ChDoATAGegQICRAB#v=onepage&q=maritime%20trade%20lighthouses%20India&f=false|title=Maritime Heritage of India-Indian Navy|publisher=}}</ref><ref>[[Hugh Murray (geographer)|Hugh Murray]], [[James Wilson (zoologist)|James Wilson]], [[Robert Kaye Greville]], [[Robert Jameson]], [[Whitelaw Ainslie]], [[William Wallace (mathematician)|William Wallace]], and [[Clarence Dalrymple]], ''Historical and descriptive account of British India'' (1843)</ref> ୨୦୧୮ ମସିହାରେ ଓଡ଼ିଶା ଉପକୂଳରେ ଗଞ୍ଜାମର ପ୍ରୟାଗୀ, କେନ୍ଦ୍ରାପଡ଼ାର ଦେବୀ ପଏଣ୍ଟ୍ ଓ ଭଦ୍ରକର ମାୟିପୁରଠାରେ ନୂତନ ବତିଘର ନିର୍ମାଣ କରିବାର ପ୍ରସ୍ତାବ ରଖାଯାଇଥିଲା ।<ref>https://www.thehindubusinessline.com/economy/logistics/3-new-lighthouses-to-come-up-in-orissa-coast/article23049719.ece</ref> କିଛି ବତିଘର ପର୍ଯ୍ୟଟନ ସ୍ଥଳ ରୂପେ ମଧ୍ୟ ପରିଗଣିତ ହୋଇଥାନ୍ତି ।<ref>https://odishatv.in/odisha/lighthouses-to-attract-tourists-in-orissa-24427</ref>
 
* ଓଡ଼ିଶାର ବିଭିନ୍ନ ସ୍ଥାନରେ ମନ୍ଦିର ଉପରକୁ ମହାଦୀପ ଚଢ଼ାଯାଏ ଓ ଏପରି ପ୍ରଥା ପ୍ରାଚୀନ ସମୟର ନୌବାଣିଜ୍ୟ ସଂସ୍କୃତି ଆଡ଼କୁ ଇଙ୍ଗିତ କରିଥାଏ ବୋଲି ଅନୁମାନ କରାଯାଏ । ଗଙ୍ଗୁଆ ନାଳରୁ [[ଦୟା ନଦୀ]] ଦେଇ ସମୁଦ୍ର ଅଭିମୁଖେ ଯାଉଥିବା ପ୍ରାଚୀନ ଓଡ଼ିଶାର ନାବିକଙ୍କ ପାଇଁ ଲିଙ୍ଗରାଜ ମନ୍ଦିରର ଚତୁର୍ଦ୍ଦଶୀ ମହାଦୀପ ଏକ ବତିଘରର କାମ କରୁଥିବା ସମ୍ଭବପର ବୋଲି ଗବେଷକ ଦୀପକ ଭଟ୍ଟାଚାର୍ଯ୍ୟ ନିଜର ଏକ ଗବେଷଣା ଲେଖରେ ଲେଖିଛନ୍ତି ।<ref> https://hrcak.srce.hr/file/49124 </ref>
 
ଓଡ଼ିଶାର ବିଭିନ୍ନ ସ୍ଥାନରେ ମନ୍ଦିର ଉପରକୁ ମହାଦୀପ ଚଢ଼ାଯାଏ ଓ ଏପରି ପ୍ରଥା ପ୍ରାଚୀନ ସମୟର ନୌବାଣିଜ୍ୟ ସଂସ୍କୃତି ଆଡ଼କୁ ଇଙ୍ଗିତ କରିଥାଏ ବୋଲି ଅନୁମାନ କରାଯାଏ । ଗଙ୍ଗୁଆ ନାଳରୁ [[ଦୟା ନଦୀ]] ଦେଇ ସମୁଦ୍ର ଅଭିମୁଖେ ଯାଉଥିବା ପ୍ରାଚୀନ ଓଡ଼ିଶାର ନାବିକଙ୍କ ପାଇଁ ଲିଙ୍ଗରାଜ ମନ୍ଦିରର ଚତୁର୍ଦ୍ଦଶୀ ମହାଦୀପ ଏକ ବତିଘରର କାମ କରୁଥିବା ସମ୍ଭବପର ବୋଲି ଗବେଷକ ଦୀପକ ଭଟ୍ଟାଚାର୍ଯ୍ୟ ନିଜର ଏକ ଗବେଷଣା ଲେଖରେ ଲେଖିଛନ୍ତି ।<ref> https://hrcak.srce.hr/file/49124 </ref>* [[ଚିଲିକା]] କୂଳରେ ରଘୁନାଥପୁର ଓ ପୋଡ଼ାଘର ପରି ସ୍ଥାନମାନଙ୍କରେ ପାହାଡ଼ ଉପରେ ୨ ମିଟର୍ ଉଚ୍ଚ ପଥର ସ୍ତମ୍ଭମାନ ଦେଖିବାକୁ ମିଳେ । ଏହି ସବୁ ପଥର ସ୍ତମ୍ଭର ଉପରି ଅଂଶଟି ସାମାନ୍ୟ ଖାଲୁଆ ଯେଉଁଠାରେ ଅତୀତରେ ଆଲୋକ ରଖି ନାବିକମାନଙ୍କୁ ପଥପ୍ରଦର୍ଶନ କରାଯାଉଥିଲା । ଚିଲିକାରେ ରହିଥିବା ଏକ ପାହାଡ଼ର ନାମ ‘ଦୀପଆଡ଼ିଆ ପାହାଡ଼’ ମଧ୍ୟ ଏହି ପ୍ରାଚୀନ ପରମ୍ପରାର ମୁକସାକ୍ଷୀ ।<ref>https://www.researchgate.net/publication/27666814_Maritime_heritage_in_and_around_Chilika_Lake_Orissa_Geological_evidences_for_its_decline</ref> <ref>http://magazines.odisha.gov.in/utkalprasanga/febmar2005/oriyaPdf/sschilika.pdf</ref>
* ଦୀପାବଳି ସମୟରେ ଓ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାମରେ ଆକାଶଦୀପ ସ୍ଥାପନ କରିବା ଏକ ବହୁ ପ୍ରାଚୀନ ଓଡ଼ିଆ ପ୍ରଥା । ଏକ ଉଚ୍ଚ ବାଉଁଶର ଉପରି ଭାଗରେ ଏକ ଛିଦ୍ରଯୁକ୍ତ ମାଠିଆ ଓ ତା’ ମଧ୍ୟରେ ଏକ ପ୍ରଦୀପ ରଖିଦିଆଯାଏ । ପ୍ରାଚୀନ କାଳରେ ହାଣ୍ଡିର ଛିଦ୍ରରୁ ଦେଖାଯାଉଥିବା ଆଲୋକ ଆଧୁନିକ ସମୟରେ ଗଳିକନ୍ଦିର ଆଲୋକଖୁଣ୍ଟ ବା ଛୋଟ ବତିଘରର ଭୂମିକା ତୁଲାଉଥିବା ସମ୍ଭବପର ।<ref>http://www.ameodia.com/odia-prose/odia-prose-odishara-lokasanskrutire-boitaa-biraja-routray/</ref>
 
== ଆହୁରି ଦେଖନ୍ତୁ ==
"https://or.wikipedia.org/wiki/ବତିଘର"ରୁ ଅଣାଯାଇଅଛି