"ଏମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୩୯ କ ଧାଡ଼ି:
 
ମଇ ଓ ଜୁନ ମାସରେ ଏମୁର ପ୍ରଜନନ କ୍ରିୟା ଆରମ୍ଭ ହୁଏ ଓ ମାଈ ଏମୁମାନେ ନିଜ ପସନ୍ଦର ଅଣ୍ଡିରା ସାଥୀଙ୍କ ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ କରନ୍ତି । ମାଈ ଏମୁ ଅନେକ ଥର ଯୌନ ସଙ୍ଗମ କରିପାରେ ଓ ଅନେକ ଥର ଗୋଟିଏ ଋତୁରେ ଅଣ୍ଡା ଦେଇପାରେ । ଅଣ୍ଡିରା ଏମୁ ଅଣ୍ଡା ଉଷୁମାଏ ଓ ସେହି ସମୟରେ ସେ ପ୍ରାୟ ଖିଆ ପିଆ କିଛି ନ କରିବାରୁ ଓଜନ ଉଲ୍ଲେଖନୀୟ ଭାବରେ କମିଯାଏ । ଆଠ ସପ୍ତାହରେ ଅଣ୍ଡାରୁ ଛୁଆ ବାହାରନ୍ତି ଓ ଏମାନଙ୍କ ଲାଳନ ପାଳନ ବାପାମାନେ କରନ୍ତି । ଛଅ ମାସରେ ଏମୁ ଛୁଆର ସମ୍ପୁର୍ଣ୍ଣ ବିକାଶ ହୋଇଯାଏ କିନ୍ତୁ ପରବର୍ତ୍ତୀ ପ୍ରଜନନ ଋତୁ ପର୍ଯ୍ୟନ୍ତ ସେ ପରିବାର ସାଥିରେ ରହେ । ଏମୁକୁ ଅଷ୍ଟ୍ରେଲିଆର ଜାତୀୟ ଚିହ୍ନ ([[:en:National symbols of Australia|cultural icon of Australia]]) ଭାବରେ ଗ୍ରହଣ କରାଯାଇଛି, ସୈନିକମାନଙ୍କର କୋଟରେ ଏହାର ଛବି ଥାଏ ଓ ବିଭିନ୍ନ ମୁଦ୍ରାରେ ମଧ୍ୟ ଛବି ଥାଏ । ଅଷ୍ଟ୍ରେଲିଆର ଲୋକ‌କଥା ଓ ପୁରାଣମାନଙ୍କରେ ଏହି ବିଷୟରେ ବର୍ଣ୍ଣନା ଥାଏ ।
 
=== ଅର୍ଥନୈତିକ ମୂଲ୍ୟ ===
ଅଷ୍ଟ୍ରେଲିଆର ମୂଳ ବାସିନ୍ଦାମାନେ ଏମୁ ଥିବା ସ୍ଥାନରେ ରହି ତାହାର ମାଂସ ଖାଆନ୍ତି । ତାହାର ଚର୍ବିକୁ ବୁସ ମେଡିସିନ ([[:en:bush medicine|bush medicine]]) ଭାବରେ ବ୍ୟବ‌ହାର କରନ୍ତ ଓ ଚର୍ମରେ ଘସନ୍ତି । ଏହା ଏକ ମୂଲ୍ୟବାନ ଲୁବ୍ରିକାଣ୍ଟ; କାଷ୍ଠ ନିର୍ମିତ ପଦାର୍ଥ ଓ ବାସନମାନଙ୍କୁ ତୈଳାକ୍ତ କରନ୍ତି ଓ ଓକ୍ରେ ([[:en:ochre|ochre]]) ସାଥିରେ ମିଶେଇ ଉତ୍ସବରେ ଦେହରେ ଲଗେଇ ସଜାନ୍ତି । <ref>Eastman, pp. 62–64.</ref>
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ଏମୁ"ରୁ ଅଣାଯାଇଅଛି