"ଧୁମ୍ ୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୨୫ କ ଧାଡ଼ି:
'''''ଧୁମ୍ ୨''''' ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଆକ୍ସନ ଥ୍ରିଲର୍ କଥାଚିତ୍ର । ଏହି କଥାଚିତ୍ରଟିର ୟଶ୍‌ରାଜ୍ ଫିଲ୍ମସ୍ ବ୍ୟାନନରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିତ୍ୟ ଚୋପ୍ରା ଏବଂ ୟଶ୍ ଚୋପ୍ରା । ନିର୍ଦ୍ଦେଶକ ସଞ୍ଜୟ ଗାଧବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ନିର୍ମାଣ ପାଇଁ ପାଖାପାଖି ୩୫ କୋଟି ଭାରତୀୟ ମୁଦ୍ରା ଖର୍ଚ୍ଚ ହୋଇଥିଲା । ଏହି କଥାଚିତ୍ରଟିର ହିନ୍ଦୀ କଥାଚିତ୍ର ଧୁମ୍‌ ସିରିଜ୍‌ର ୨ୟ ଭାଗ ଥିଲା, ଯାହାକି ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ପୂର୍ବ ଭାଗ ଭଳି ଏହି ଭାଗରେ ମଧ୍ୟ ଅଭିଶେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଯଥାକ୍ରମେ ଜୟ ଦିକ୍ଷୀତ ଏବଂ ଅଲ୍ଲୀ ଖାନ୍ ନାମକ ପୋଲିସ ଅଫିସର ବନ୍ଧୁ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବ ଭାଗର ଅଭିନେତ୍ରୀ ରିମି ସେନ୍ ମଧ୍ୟ ଅଭିଶେକ ବଚ୍ଚନଙ୍କର ପତ୍ନୀ ସୁଇଟ୍ଟି ଦିକ୍ଷୀତ ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ, ଅଭିଶେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଉଦୟ ଚୋପ୍ରା ଏବଂ ବିପାଶ ବସୁ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଭାରତ, ଡର୍ବାନ ଏବଂ ରିଓ ଦେ ଜନେରିଓରେ ସୁଟିଂ କରାଯାଇଥିଲା, ଯାହାକି ବ୍ରାଜିଲ୍‌ରେ ସୁଟିଂ କରାଯାଇଥିବା ଏକ ବଡ଼ ଭାରତୀୟ ଫିଲ୍ମ ଥିଲା । ଏହି କଥାଚିତ୍ରଟିର ବିତରକ ଏବଂ ପ୍ରଯୋଜକ ୟଶ୍‌ରାଜ୍ ଫିଲ୍ମସ୍ ଏହାର ପ୍ରଚାର ପାଇଁ ପେପେ ଜିନ୍ସ ଏବଂ କୋକା-କୋଲା ଭଳି ବଡ଼ ବଡ଼ ସଂସ୍ଥା ସହ କର୍ଯ୍ୟ କରିଥିଲେ । ୨୦୦୬ ମସିହାର ନଭେମ୍ବର ମାସ ୨୪ ତାରିଖରେ ଏହି କଥାଚିତ୍ରଟିର ଭାରତରେ ମୁକ୍ତିଲାଭ କରିଥିଲା ଏବଂ ୧୮୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଭାରତୀୟ କଥାଚିତ୍ର ଜଗତରେ ଏହା ଏକ ଇତିହାସ ସୃଷ୍ଟି କରିଥିଲା । ଏହି କଥାଚିତ୍ରଟି ଏକା ସାଙ୍ଗରେ ତାମିଲ ଏବଂ ତେଲୁଗୁ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରିଥିଲା । ଗାୟକ ବିଜୟ ପ୍ରକାଶ ତାମିଲ ଭାଷାର ଡବିଂରେ ଏସିପି ଜୟ ଦୀକ୍ଷିତର ସ୍ୱର ଦେଇଥିଲେ ।
 
ଧୁମ୍ ୨ ମୁକ୍ତିଲାଭ ପରେ ଏହାକୁ ଉଭୟ ଦର୍ଶକ ଏବଂ ସମୀକ୍ଷକ ଭାବରେ ପସନ୍ଦ କରିଥିଲେ ଏବଂ ଏହି କଥାଚିତ୍ରଟି ଉଭୟ ପିଲା ଏବଂ ବୟସମାନଙ୍କ ଦ୍ୱାରାବୟସମାନଙ୍କଦ୍ୱାରା ଆଦୃତ ହୋଇଥିଲା । ଏହି କଥାଚିତ୍ରଟିର ୨୦୦୬ ମସିହାର ସର୍ବାଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ଥିଲା । ଏବଂ ସେହି ବର୍ଷଯାଏଁ ମୁକ୍ତିଲାଭ କରିଥିବା ସମସ୍ତ ହିନ୍ଦୀ କଥାଚିତ୍ରଠାରୁ ଅଧିକ ଆୟ କରିଥିବା କଥାଚିତ୍ର ଥିଲା । ଏଥିସହିତ ବିଦେଶରେ ଅଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ଏହି କଥାଚିତ୍ରଟି ୭ମ ସ୍ଥାନରେ ଅଛି । ପାଖାପଖି ୧୫୦ କୋଟିର ଅଧିକ ଟଙ୍କା ଆୟ କରିବାପରେ ଧୁମ୍ ୨କୁ ଭାରତୀୟ ବକ୍ସ ଅଫିସ୍)ରେ ବ୍ଲକବଷ୍ଟର ଘୋଷଣା କରାଯାଇଥିଲା । ପାଖାପାଖି ୮୩ ପ୍ରତିଶତ ସମୀକ୍ଷକମାନେ ଏହି କଥାଚିତ୍ରଟିକୁ ପ୍ରଶଂସା କରିଥିଲେ । ସମୀକ୍ଷକମାନେ ମୁଖ୍ୟତଃ ଧୁମ୍ ୨ରେ ଦେଖାଯାଇଥିବା ବିଦେଶୀ ସ୍ଥାନଗୁଡ଼ିକରେ ସୁଟିଂ କରାଯାଇଥିବା ଆକ୍ସନ ଦୃଶ୍ୟକୁ ଅଧିକ ପସନ୍ଦ କରିଥିଲେ । କିନ୍ତୁ ମୁମ୍ବାଇ ପୋଲିସ୍ ସିଟି ପୋଲିସ୍ କମିଶନର୍ ଏହି କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟସାଇକେଲ ଡ୍ରାଇଭିଂ ଉପରେ ଆପତ୍ତି ଉଠାଇ ସେନ୍ସର ବୋର୍ଡ଼ ନିକଟରେ ଅଭିଯୋଗ କରିଥିଲେ । କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟରସାଇକେଲର ସ୍ପିଡ୍‌କୁ ଦେଖି ଯୁବବର୍ଗ ଅଧିକ ଦୁର୍ଘଟଣା ଘଟାଇ ପାରନ୍ତି ବୋଲି ସେ ଆଶ ପ୍ରକାଟ କରିଥିଲେ । ଏହି ସିରିଜ୍‌ର ୩ୟ ଧୁମ୍ ୩, ୨୦୧୩ ମସିହାର ଡିସେମ୍ବର ମାସ ୨୦ ତାରିଖରେ ମୁକ୍ତିଲାଭ କରିଥିଲା, ଯାହାକି ଏବେ ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ୫ମ ସର୍ବାଧିକ ଆୟକାରୀ କଥାଚିତ୍ର ।
 
== ଗୀତ ଓ ସଙ୍ଗୀତ ==
"https://or.wikipedia.org/wiki/ଧୁମ୍_୨"ରୁ ଅଣାଯାଇଅଛି