"ଛାୟାପଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
 
ପ୍ରାରମ୍ଭରେ ଖଗୋଲୀୟ ଶାସ୍ତ୍ରୀ ମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିଷ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖଗୋଲୀୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିଷ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥ କୁ ଜନ୍ମ ଦେଇପାରେ ।
 
== ଛାୟାପଥ ର ପ୍ରକାର==
ଅଧିକାଂଶ ଛାୟାପଥ ର କେନ୍ଦ୍ର ତାରା ମାନଙ୍କ ଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକ କୁହାଯାଏ ଏବଂ ଏହି ନାଭିକ ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କ ଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲ ବିଜ୍ଞାନୀ ମାନେ ଛାୟାପଥ କୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥ ରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କି ୱେ) ଏହାର ଅନ୍ତର୍ଗତ ରେ ଆସିଥାନ୍ତି । "ଦୀର୍ଘ ବୃତ୍ତୀୟ ଛାୟାପଥ" ଚକ୍ରାକାର କିମ୍ବା ଗୋଲାକାର ହୋଇଥାନ୍ତି । ଏହି ଛାୟାପଥ ମାନଙ୍କ କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁ ଚମକ କମ ହୋଇଥାଏ ।ଏହି ଛାୟାପଥ ରେ ସ୍ଥିତ ତାରା ମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାନ୍ତି । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।
 
 
 
[[ଶ୍ରେଣୀ:ପୃଥିବୀ]]
୩,୫୫୨

ଗୋଟି ସମ୍ପାଦନା