"ଉଇକିପିଡ଼ିଆ:ମାସର ବଛା ଲେଖା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanaranjan sahu (ଆଲୋଚନା) ଙ୍କ ଦେଇ କରାଯାଇଥିବା 298984 ସଙ୍କଳନଟି ପଛକୁ ଫେରାଇନିଆଗଲା
About Giridhari Math situated at village Odapada, Po- Jaspada, Ps- Kishan Nagar, District- Cuttack, PIN- 754130
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯ କ ଧାଡ଼ି:
|}
 
ଓଡିଶା ର କଟକ ଜିଲ୍ଲା କିଶନ ନଗର ଥାନା/ତହସିଲ ଅଧୀନରେ ଓଡ଼ପଡ଼ା ଏକ କ୍ଷୁଦ୍ର ଗ୍ରାମ ଯାହା ମହାନଦୀ ଅବବାହିକା ରେ ଥିବା କାଇଁଜନଗ ଜଙ୍ଗଲ ର ନିକଟ ବର୍ତି ଏବଂ ଏହା ଯଶ ପଡ଼ା ଗ୍ରାମ ପଂଚାୟତ ଅଧୀନରେ . କଟକ ସହର ଠାରୁ ପାରାଦୀପ ଆଡକୁ ଆସିଲେ କମର ପଦା ଠାରୁ ବାମ ପଟେ ତାଳଦଣ୍ଡା କେନାଲ ଅତିକ୍ରମ କଲେ ଏହି ଗ୍ରାମ, ଯାହା କଟକ ସହର ଠାରୁ ଆନୁମାନିକ ୨୦ କିଲୋମିଟର . ଦେଶ ସ୍ୱାଧୀନତା ପୂର୍ବରୁ ଏହା ସହ ଅନ୍ୟ କେତେକ ଗ୍ରାମ କଟକର ଭଗତ ଜମିଦାରଙ୍କ ଅଧୀନରେ ଥିଲା ,ବର୍ତମାନ ଯଶ ପଡ଼ା ଗ୍ରାମରେ ଥିବା ଭଗତ ଜମିଦାରଙ୍କ କଚେରୀ ଘର ତାହାର ମୁକ ସାକ୍ଷୀ ଓ ସେହି ବିହାରୀ ଜମିଦାର ଙ୍କ ନାମ ରେ କଟକ ସହର ର ଭଗତପୁର ସାହି ନାମିତ . ଓଡ଼ପଡ଼ା ଗ୍ରାମ କୁ ଆଧ୍ୟାତ୍ମିକ ଓ ଐତିହାସିକ ଦୃଷ୍ଟି କୋଣରୁ ଆଲୋଚନା କଲେ ବହୁ ଗୁରୁତ୍ୱ ବହନ କରିଅଛି ଏହିକି ଯେ ପ୍ରଭୁ ଶ୍ରୀ ଗିରିଧାରୀ ଜୀଉ ଙ୍କ ମଠ ଏଠାରେ ଅବସ୍ଥିତ ଯାହା ବହୁ ରହସ୍ୟମୟ ଐତିହାସିକ ତଥ୍ୟ ର ଗନ୍ତାଘର ଯାହା ଐତିହାସିକ ଗବେଷଣା ସାପେକ୍ଷ . ଏହି ସ୍ଥାନ ର ନାମ ଜାଜ ନଗ୍ର/ଗିରିଧାରୀ କୋର୍ଟ ଯାହା ଲୋକ କଥା ରୁ ଶୁଣାଯାଏ, ପଂଚ ସଖା ମାଳିକାରେ ମଧ୍ୟ କେତେକ ସ୍ଥାନ ରେ ଏହି ବିଷୟରେ ଉଲ୍ଲେଖ ଅଛି . ଏହି ମଠରେ ଥିବା ଏକ ଗୁପ୍ତ କଦମ୍ବ ବୃକ୍ଷ ଯାହା ବାହାରକୁ ଦୃଶ୍ୟ ମାନ ହୁଏ ନାହିଁ କିନ୍ତୁ କେହି ଯଦି ଇଛା କରେ ତେବେ ସେହି ବୃକ୍ଷ କୁ ଗୁପ୍ତ ସୁଡ଼ଙ୍ଗ ମଧ୍ୟ କୁ ଯାଇ ଦେଖି ପାରିବେ . ଏହି ବୃକ୍ଷ ବହୁ ପୁରାତନ ଓ ରହସ୍ୟ ପୁର୍ଣ . ଦ୍ଵିତୀୟ - ଏଠାରେ ଜଳୁଥିବା ଅଖଣ୍ଡ ଧୁନି ଯାହା କେବେଠାରୁ ଆରମ୍ଭ କହିବା ସମ୍ଭବ ନୁହେଁ , ତୃତୀୟରେ ଏଠାରେ ଥିବା ଚଉରା ମଧ୍ୟରେ ଥିବା ପୁରାଣ/ ବୈଦିକ ଯୁଗ ର କୌଣସି ରହସ୍ୟ ମୟ ବସ୍ତୁ ଯାହାକୁ ସର୍ପ ସର୍ବଦା ଜଗିଛି , ଚତୁର୍ଥ - କ୍ଷୀର ବୃକ୍ଷ ଯାହାକୁ ଆପଣ ଦେଖିଲେ ଏହାର ସ୍ୱତନ୍ତ୍ରତା ଜାଣିପାରିବେ , ଏହିପରି ଅନେକ ରହସ୍ୟ ମୟ ମଠ କଥା ଏହି ଗ୍ରାମ ବାସୀ ଙ୍କ ଠାରୁ ଶୁଣିବାକୁ ମିଳେ . ହୁଲିପୁର ଓ ଓଡ଼ପଡ଼ା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ମଠରେ ବିଭିନ୍ନ ପର୍ବ ପର୍ବାଣି ପାଳନ କରାଯାଏ ଓ ମଠର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଏ. ମାଘ ସପ୍ତମୀ ରେ ଅଷ୍ଟ ପ୍ରହର ନାମ ଯଂଗ୍ୟ ଓ ଵୈସାଖ୍ୟ ପୂର୍ଣ୍ଣମୀ ରେ ବିଶ୍ୱ ଶାନ୍ତି ଯଂଜ୍ଞ . କିନ୍ତୁ ଗିରି ଗୋବର୍ଧନ ପୂଜା ଏଠାକାର ମୂଖ୍ୟ ଉତ୍ସବ ଯାହା ପାଞ୍ଜି ଅନୁସାରେ ପବିତ୍ର ଗୋବର୍ଧନ ପୂଜା ଦିନ ପାଳନ କରାଯାଏ . ଏଠାକାର ଅନ୍ୟ ପୁରାତନ ମଂଦିର ମଂଧ୍ୟ ରେ ଠାକୁର ଗତ ନାଥ ଓ ନାରାୟଣ (ହରିହରପିଠ ), ଠାକୁର କୁଞ୍ଜ ବିହାରୀ, ମା ଗରାଶୁଣି ,ଗ୍ରାମ ଦେବୀ (ହୁଲିପୁର ପରିସୀମା ଅଧୀନରେ) , ମା ବିଲ ବୁଢିଆଣୀ ଓ ବର୍ତ୍ତମାନ ନୂତନ ଭାବେ ପ୍ରତିଷ୍ଠିତ ମା ଶାରଳା(୨୦୦୯ ). ଯୁବକ ସଙ୍ଘ -ଯୁବ ଜ୍ୟୋତି ଯୁବକ ସଙ୍ଘ, ଅଂଚଳର ପ୍ରସିଧ ମଂଦିର - ଠାକୁର କିଶୋର ଜୀ (କିଶୋର ନଗର ), ଶିକ୍ଷ୍ୟାନୁ ସ୍ଥାନ-ଗରାଶୁଣି ଉଚ୍ଚ ବିଦ୍ୟାଳୟ (ହୁଲିପୁର ), କେଳି କଦମ୍ବ ଉଚ୍ଚ ବିଦ୍ୟାଳୟ (ଯଶ ପଡ଼ା ). ଏହି ସୂଚନା ମୁଁ ଶ୍ରୀ ବିଭୁ ପ୍ରସାଦ ମହାନ୍ତି (ବୋଧପୁର ) ପ୍ରଭୁ ଗିରିଧାରୀ ଠାକୁର ଙ୍କ ଉଦେଶ୍ୟରେ ପ୍ରକାଶ କରୁଅଛି , ଯାହା ମୁଁ ମୋର ମାତା ମୟୀ ମୋତିମାଳା (ମୋ ମାତାଙ୍କ ମାତା )ଠାରୁ ମୋ ବାଲ୍ୟାବସ୍ଥାରେ ଶୁଣିଥିଲି ଯିଏକି ହୁଲିପୁର ନିବାସୀ ଶ୍ରୀଯୁକ୍ତ ମନ୍ଦର ଧର ଜେନା @ ସାମନ୍ତ ରାୟ ଙ୍କ ଦୁହିତା ଓ ଭ୍ରମର ବର ଙ୍କ ଭଗ୍ନୀ ଏବଂ ମୋର ଧର୍ମ ପତ୍ନୀ ତୃପ୍ତି ମୟୀ (ପିତା ପ୍ରମୋଦ , ପିତାମହ ନନ୍ଦ କିଶୋର ଙ୍କ ନାତୁଣୀ ) ଙ୍କ ଠାରୁ ଶୁଣିଥିଲି ଯାହାକୁ ପ୍ରଭୁ ଗିରିଧାରୀ ଜୀଉ ଙ୍କ ଚାରଣାର ବିନ୍ଦ ରେ ସମର୍ପିତ କରୁ ଅଛି , ଶ୍ରୀ ଜୀଉ ସମସ୍ତ ଙ୍କୁ ବିଭୁ ଚେତନା ରେ ଉଦ୍ବୁଦ୍ଧ କରନ୍ତୁ ତା -୦୨ .୦୩ .୨୦୧୯
==ଆଗାମୀ ମାସର ବଛା ଲେଖା ଅନୁରୋଧ ==
{{tocright}}
{{ଉଇକିପିଡ଼ିଆ:ମାସର ବଛା ଲେଖା ଅନୁରୋଧ‌‌‌/୨୦୧୬}}