"ଖଇରମୁଣ୍ଡୀ ବସନ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଵ +ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
 
୧୨ କ ଧାଡ଼ି:
| synonyms = ''Megalaima zeylanica''
}}
'''ଖଇରମୁଣ୍ଡୀ ବସନ୍ତ''' (ଇଂରାଜୀରେ '''Brown-headed Barbet''', ଜୀବବିଜ୍ଞାନ ନାମ ''Psilopogon zeylanicus'') ଭାରତୀୟ ଉପମହାଦ୍ୱୀପରେ ଦେଖାଯାଉଥିବା ଏକ ଏସୀୟ ବାର୍ବେଟ୍ ପ୍ରଜାତିର ପକ୍ଷୀ । କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟରେ ଏହି ପକ୍ଷୀ ବସବାସ କରନ୍ତି । [[ନେପାଳ]] ଓ [[ଭାରତ]]ର ତେରାଇ ଅଞ୍ଚଳରୁ ନେଇ [[ଶ୍ରୀଲଙ୍କା]] ପର୍ଯ୍ୟନ୍ତ ଏହି ପକ୍ଷୀ ବ୍ୟାପ୍ତ । IUCN ତାଲିକାରେ ଏହି ପକ୍ଷୀକୁ “Least Concern” ଶ୍ରେଣୀରେ ସ୍ଥାନ ଦିଆଯାଇଛି ।<ref name=iucn/> ଖଇରମୁଣ୍ଡୀ ବସନ୍ତ ମୁଖ୍ୟତଃ ଗଛ ଉପରେ ବାସ କରନ୍ତି ଏବଂ ବିଭିନ୍ନ ଫଳ, କୀଟପତଙ୍ଗ ଏମାନଙ୍କ ପ୍ରମୁଖ ଆହାର । ଏମାନେ ଜନବସତି ନିକଟରେ ରହିବାକୁ କୁଣ୍ଠାବୋଧ କରନ୍ତି ନାହିଁ, ତେଣୁ ବିଭିନ୍ନ ନଗରର ଉଦ୍ୟାନରେ ମଧ୍ୟ ଏମାନେ ଦେଖିବାକୁ ମିଳନ୍ତି । ଗଛର କୋରଡ଼ ବା ଗର୍ତ୍ତରେ ନିଜର ବସା ବାନ୍ଧି ଖଇରମୁଣ୍ଡୀ ବସନ୍ତ ସେଥିରେ ୨-୪ ଅଣ୍ଡା ଦେଇଥାଏ । [[ଆମ୍ୱଆମ୍ବ]], ପାଚିଲା [[ପଣସ]], [[ଅମୃତଭଣ୍ଡା]], [[ଡିମିରି]], [[କଦଳୀ]] ଓ ଅନ୍ୟ ବହୁ ଫଳ ଏମାନେ ଖାଆନ୍ତି । ଉଭୟ ଘଞ୍ଚ ଅରଣ୍ୟ ଓ ଜନବସତି ପାଖର ତୋଟା ଏବଂ ଉଦ୍ୟାନ ଏମାନଙ୍କ ପରିବାସର ଅନ୍ତର୍ଭୁକ୍ତ । ଗଛ କୋରଡ଼ରେ ରହିଥିବା ଏମାନଙ୍କ ବସା ଅସ୍ଥାୟୀ । ଉଭୟ ଅଣ୍ଡିରା ଓ ମାଈ ଅଣ୍ଡା ଉଷୁମାଇଥାନ୍ତି ଏବଂ ନିଜର ''କୁରା, କୁରା'' ଶବ୍ଦଦ୍ୱାରା ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ କରନ୍ତି ।<ref>{{cite book |last = Ali |first = S. |authorlink=Salim Ali (ornithologist) |author2=Daniel, J. C. |authorlink2=J. C. Daniel (naturalist) |title = The book of Indian Birds |edition=Twelfth Centenary |year=1983 |publisher=[[Bombay Natural History Society]] and [[Oxford University Press]] |location = New Delhi}}</ref>
 
ବୟସ୍କ ଖଇରମୁଣ୍ଡୀ ବସନ୍ତର ମୁଣ୍ଡ, ବେକ ଓ ଛାତି ମାଟିଆ (ଖଇରିଆ) ରଙ୍ଗର । ଏମାନଙ୍କ ଆଖି ଚାରିପଟେ ଏକ ହଳଦିଆ ଦାଗ ରହିଥାଏ । ଏହା ଦେହର ଅନ୍ୟ ଅଂଶର ପର ସବୁଜ ରଙ୍ଗର । ଏହି ପକ୍ଷୀଟି ପ୍ରାୟ ୨୭ ସେଣ୍ଟିମିଟର୍ ଲମ୍ୱାଲମ୍ବା । ଏମାନଙ୍କ ମୁଣ୍ଡ ବଡ଼, ବେକ ଛୋଟ ଓ ଲାଞ୍ଜଟି ଛୋଟ ।
ଏହି ପକ୍ଷୀ ଡାକ ଦେବା ସମୟରେ ବାରମ୍ୱାରବାରମ୍ବାର ''କୁଟ୍ରୂ…କୁଟ୍ରୂ…କୁଟ୍ରୂ'' ଡାକିଥାଏ । ଜଣକର ଡାକ ସରିଲେ ଆଉ ଏକ ପକ୍ଷୀ ତା’ ଡାକର ପୁନରାବୃତ୍ତି କରେ । ଏମାନେ ଶୀତ ଦିନରେ ଡାକ ପକାଇବା ପ୍ରାୟ ଶୁଣାଯାଏ ନାହିଁ ।
 
ସିଂହଳୀ ଭାଷାରେ ଖଇରମୁଣ୍ଡୀ ବସନ୍ତକୁ ''ପୋଲୋସ୍ କୋତ୍ତୋରୁୱା - පොලොස් කොට්ටෝරුවා'' ବୋଲି ଡକାଯାଏ ।