"ବିନୋଦ କାନୁନଗୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୬୭ କ ଧାଡ଼ି:
ତେବେ ବିନୋଦ କାନୁନଗୋ ମାତ୍ର ଟଙ୍କ।ଟିଏ ଖର୍ଚ୍ଚ ମୂଳଧନ କରି ପ୍ରଣୟନ କଲେ ଓଡ଼ିଆ [[ଜ୍ଞାନକୋଷ]] - [[ଜ୍ଞାନମଣ୍ଡଳ]]। (ସମାଜ - ୨୧ .୦୪ .୨ ୦୧ ୨) ତେଣୁ ଧନୀର ବିନା ସହଯୋଗରେ ଜଣେ ଅଧାପାଠୁଆ ଜ୍ଞାନୀ ଏଇ ବିରାଟ ଯୋଜନାର ମୂଳଦୁଆ ପ୍ରାରମ୍ଭ କଲାପରେ ଏହା ବିନୋଦ କାନୁନଗୋଙ୍କୁ ଜଣେ ଜ୍ଞାନ-ତପସ୍ୱୀ, ଜ୍ଞାନ ମଣ୍ଡଳର ଏକକ ରଚୟିତା, ଗବେଷକ ଓ ଚଳମାନ ବିଶ୍ୱକୋଷ ଭାବେ ପରିଚୟ ପ୍ରଦାନ କଲା। ଏଥିପାଇଁ ସେ କମ ଅଧ୍ୟବସାୟ କରିନାହାନ୍ତି । କନିକା ପାଠାଗାରରେ ଘଣ୍ଟା ଘଣ୍ଟା ରହି ବିଭିନ୍ନ ପୁସ୍ତକ ଅଧ୍ୟୟନ ଓ ପତ୍ର ପତ୍ରିକାରୁ ଅସଂଖ୍ୟ କଟିଂ ରଖିବା ପରେ ୪୦ରୁ ୫୦ ହଜାର ଯାଏ ଫ।ଇଲ ସୃଷ୍ଟି କଲେ । ୬୦ ଖଣ୍ଡରେ ପ୍ରକାଶ ପାଇବାକୁ ଥି ଲା ଏଇ ତଥ୍ୟାବଳୀ । ୨୨ ଜୁନ ୧୯୯୦ରେ ତାଙ୍କ ମୃତ୍ୟୁବେଳକୁ ଏହାର ୪୦ ଖଣ୍ଡ ଉନ୍ମୋଚିତ ହୋଇଥିଲା, ଯାହାର ପ୍ରଥମ ଖଣ୍ଡ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକଟର ହରେକୃଷ୍ଣ ମହାତାବ ୨.୧୨.୧୯୬୦ରେ ଉନ୍ମୋଚନ କରିଥିଲେ ।
 
କଥିତ ଅଛି ଯେ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟଯୁଗର ପ୍ରଖ୍ୟାତ ଇଂରେଜ ବୈଜ୍ଞାନିକ ରୋଜର ବେକନ ବିଶ୍ୱର ସର୍ବ ପ୍ରଥମ ଜ୍ଞାନକୋଷ ରଚନା କରିଥିଲେ । କିନ୍ତୁ ତାହା ଲୋକଲୋଚନକୁ ଆସିବା ଆଗରୁ କୁଆଡେ଼ ଅନ୍ତର୍ହିତ ହୋଇଗଲା । ଏହାର ପ୍ରାୟ ପାଞ୍ଚ ଶହ ବର୍ଷ ପରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ଆବିର୍ଭାବ ହେଲା । ତେଣୁ ଜ୍ଞାନକୋଷ ପ୍ରଣୟନ କରିବା କେତେ ଦୁଃସାଧ୍ୟ -ଏଥିରୁ ଅନୁମୟେ । ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ବୈଜ୍ଞାନିକ ଜ୍ଞାନକୋଷ (୨୦୦୫)ରେ ପ୍ରକାଶକ ବିଦ୍ୟାପୁରୀ (କଟକ)ଙ୍କ ଦ୍ୱାରାଙ୍କଦ୍ୱାରା ପ୍ରକାଶିତ ହେଇଥିଲା ।
 
ବିନୋଦ କାନୁନଗୋ ଏନସାଇକ୍ଲୋପିଡ଼ିଆକୁ ତିନି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଯଥା :