"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanaranjan sahu ପୃଷ୍ଠାଟିକୁ ବାଲେଶ୍ବରରୁ ବାଲେଶ୍ୱରକୁ ଘୁଞ୍ଚାଇଲେ
→‎ଇତିହାସ: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୫୯ କ ଧାଡ଼ି:
୧୭୬୩ରେ ବାଲେଶ୍ୱର ଡାନିସମାନଙ୍କ ଅଧିକାରରେ ଥିଲା, ତା ପରେ କମ ଗହୀର ବନ୍ଦର ପାଇଁ ଡାନିସମାନେ ଏହାକୁ ଆଉ ବ୍ୟବହାର ନ କରିବାକୁ ଭାବିଲେ । ଆଉ ତାପରେ ଫିରିଙ୍ଗିମାନେ ଏଠାରେ ନିଜର ପତିଆରା ବଢେଇବାକୁ ଲାଗିଲେ ।
 
ବାଲେଶ୍ୱର ଦୁଇହଜାର ବର୍ଷର ନଗରୀ । ବହୁ ପୁରାତନ କାଳରୁ ବାଲେଶ୍ୱର ଏକ ଉନ୍ନତ ବନ୍ଦର ଥିଲା ଓ ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରର ନାମ ଅନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶ୍ୱାସ କରାଯାଇଥାଏ । ପୁରାତନ ଓଡ଼ିଆ କବି ଶିଶୁ ଶଙ୍କର ଦାସଙ୍କ ‘ଉଷାଭିଳାଷ’ କାବ୍ୟରେ ବାଣାସୁରର ଝିଅ ଓ କାବ୍ୟନାୟିକା ‘ଉଷା’ର ଜନ୍ମସ୍ଥଳୀ ଥିଲା ବାଲେଶ୍ୱର । ବାଣାସୁରର ରାଜ୍ୟ [[ସୁବର୍ଣ୍ଣରେଖା]] ଠାରୁ [[ବୈତରଣୀ]] ଯାଏଁ ବ୍ୟାପୀଥିଲା ଓ ଏହି ରାଜ୍ୟର ରାଜଧାନୀ ଥିଲା ‘ଶୋଣିତପୁର’ ଯାହା ଆଜିର [[ସୁନହଟ]] । ଭଗବାନ ଶ୍ରୀକୃଷ୍ଣ ଓ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ସଙ୍ଘଟିତ ହୋଇଥିଲା । <ref>[[ଆର୍ତ୍ତବଲ୍ଲଭ ମହାନ୍ତି]], ମୁଖବନ୍ଧ, ''[[ଉଷାଭିଳାଷ]]'', [[ଶିଶୁ ଶଙ୍କର ଦାସ]]</ref> ଏଠାରେ କଳା ଓ ବାଣିଜ୍ୟର ସମାଗମ ଘଟିଥିଲା। [[ଓଡ଼ିଆ ସାହିତ୍ୟ]]ର ବହୁ ସମକାଳୀନ କବି ଓ ଲେଖକଙ୍କର ଜନ୍ମ ଏହିଠାରେ ହୋଇଅଛି । ଏହାର ପୁରାତନ ନାମ “କୋଶମ୍ବ” ଥିଲା ବୋଲି ଗ୍ରୀକ ଭୌଗଳିକ ଟଲେମି ତାଙ୍କ ବହିରେ ଲେଖିଛନ୍ତି । ଏହାଛଡ଼ା ‘ପିପିଲି ବନ୍ଦର’ ଓଡ଼ିଆ [[ସାଧବ]] ପୁଅମାନଙ୍କ ବିଦେଶ ବେପାର ବଣିଜ କାଳରେ ଏକ ପ୍ରମୁଖ ବନ୍ଦର ଥିଲା । [[ଖରିଦପିପ୍ପଳ]], [[ଝାଡ଼ପିପ୍ପଳ]] ଭଳି ଗାଆଁ ସବୁ ଏହି ନାମରୁ ଆସିଅଛି । ନବମରୁ ୧୨ସ ଶତାବ୍ଦୀମଧ୍ୟରେ ଯେଉଁ ନାଥ[[ସିଦ୍ଧ]] ଚାରଣ କବିମାନେ [[ଚର୍ଯାଗୀତିକା]] ରଚନା କରି ଓଡ଼ିଆ ସାହିତ୍ୟର ମୂଳଦୁଆ ପକାଇଥିଲେ ଯାହା କ୍ରମେ [[ବଙ୍ଗଳା ଭାଷା|ବଙ୍ଗଳା]], [[ଅସିମିୟା ଭାଷା|ଅସିମିୟା]] ଭାଷା ସାହିତ୍ୟକୁ ପୁଷ୍ଟ କରିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କ ଜନ୍ମ ବାଲେଶ୍ୱରରେ ହୋଇଥିଲା ।<ref name="Prahlad Mohanty">ପ୍ର. ପ୍ରହଲାଦ ଚରଣ ମହାନ୍ତି</ref> ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର [[ଶ୍ରୀଧର ସ୍ୱାମୀ]] ଓ ବିକ୍ଷାତ ଦାର୍ଶନିକ [[ବଳଦେବ ବିଦ୍ୟାଭୂଷଣ]] ଏଠାରେ ଜନ୍ମ ନେଇଥିଲେ ଏହିଠାରେ ଜନ୍ମ ନେଇଥିଲେ ।।<ref name="Prahlad Mohanty" />
 
ରୀତିଯୁଗର ପ୍ରଥିତଯଶା କବି [[ଦୀନକୃଷ୍ଣ ଦାସ]] ବାଲେଶ୍ୱରର [[ରାଇବଣିଆ]]ରେ ଥିବା [[ମୁଣତୁଣିଆ]] ଗାଆଁରେ ଜନ୍ମଲଭ କରିଥିଲେ । ତାଙ୍କର ‘ରସକଲ୍ଲୋଳ’, ‘ରସବିନୋଦ’ ଓଡ଼ିଆ କାବ୍ୟଧାରାର ଏକ ମହାନ କୃତି । ସେହି ସମୟରେ [[ଖୁଲୁଡ଼ା]]ଠାରେ କବି କେଶବ ଚନ୍ଦ୍ର ଚଣ୍ଡ ମଧ୍ୟ ଓଡ଼ିଆ ସାହିତ୍ୟକୁ ନିଜ ରଚନାରେ ପୁଷ୍ଟ କରିଅଛନ୍ତି । କବିବର [[ରାଧାନାଥ ରାୟ]], ବ୍ୟାସକବି [[ଫକୀର ମୋହନ ସେନାପତି]] ଓ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେକାର [[ଭଦ୍ରକ ଜିଲ୍ଲା]]ର କବି କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], ଚାରଣ କବି [[ବାଞ୍ଛାନିଧି]], [[ଚିନ୍ତାମଣି]], [[କୃଷ୍ଣକାନ୍ତ]], [[ପଦ୍ମଚରଣ]] ପ୍ରମୁଖଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅନେକ ।
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି