"କମ୍ପ୍ୟୁଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 2600:387:0:805:0:0:0:29 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Ah3kalଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୧ କ ଧାଡ଼ି:
{{Infobox
|title =କମ୍ପ୍ୟୁଟର
|image = {{nowrap begin}}[[ଫାଇଲ:Acer Aspire 8920 Gemstone by Georgy.JPG|x87px]][[ଫାଇଲ:Columbia Supercomputer - NASA Advanced Supercomputing Facility.jpg|x87px]][[ଫାଇଲ:Dell_PowerEdge_Servers.jpg|x85px]]{{wrap}}[[ଫାଇଲ:2010-01-26-technikkrempel-by-RalfR-05.jpg|x92px]][[ଫାଇଲ:Delta-C_personal_computer.jpg|x92px]]{{wrap}}[[ଫାଇଲ:Centcom20040818.jpg|x85px]]{{nowrap end}}
}}
 
'''କମ୍ପ୍ୟୁଟର''' ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ '''[[ତଥ୍ୟ]]''' (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ [[ତଥ୍ୟ]]<nowiki/>କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
 
କେତେଗୁଡିଏ ବିଶେଷ ଅଂଶକୁ ନେଇ କମ୍ପ୍ୟୁଟର ତିଆରି ହୋଇଥାଏ । ସେଥିମଧ୍ୟରୁ CPU (Central Processing Unit) ଅନ୍ୟତମ । ଏହା ସହିତ କମ୍ପ୍ୟୁଟରରେ ମେମୋରୀ ଇଉନିଟ୍, ALU (Arithmetic and Logic Unit), କଣ୍ଟ୍ରୋଲ୍ ଇଉନିଟ୍ ଇତ୍ୟାଦି ମଧ୍ୟ ରହିଥାଏ । କମ୍ପ୍ୟୁଟର ପ୍ରଥମେ ଇନପୁଟ୍ ଗ୍ରହଣ କରେ, ଏହାକୁ ଦିଆଯାଇଥିବା ସୂଚନା ଅନୁସାରେ କାର୍ଯ୍ୟ ସମ୍ପାଦନ କରେ, ଏହା ପରେ ଉତ୍ତରଟିକୁ ଅଉଟ୍‌ପୁଟ୍ ହିସାବରେ ବ୍ୟବହାରକାରୀକୁ ପ୍ରଦାନ କରିଥାଏ ।
 
ପ୍ରଥମ ଶତାବ୍ଦୀରୁ ହିଁ କମ୍ପ୍ୟୁଟରର ବ୍ୟବହାର ହୋଇ ଆସୁଛି । କିନ୍ତୁ ସେତେବେଳର କମ୍ପ୍ୟୁଟର ଏବଂ ଆଜିର କମ୍ପ୍ୟୁଟର ମଧ୍ୟରେ ଆକାଶ ପାତାଳ ତପାଥ ରହିଛି । ସେତେବେଳେ କମ୍ପ୍ୟୁଟର କେବଳ ଗଣନା ପାଇଁ ବ୍ୟବହାର ହେଉଥିଲା । ଆଜି କମ୍ପ୍ୟୁଟର ଏକ ଶହରୁ ଅଧିକ ଭିନ୍ନ ଭିନ୍ନ କାମ ପାଇଁ ବ୍ୟବହାର ହେଉଅଛି ।<ref>Early computers such as [[Colossus computer|Colossus]] and [[ENIAC]] were able to process between 5 and 100 operations per second. A modern “[[commodity]]” [[microprocessor]] (as of 2007) can process billions of operations per second, and many of these operations are more complicated and useful than early computer operations.{{cite web|url=http://www.intel.com/cd/channel/reseller/asmo-na/eng/products/mobile/processors/core2duo_m/feature/index.htm|title=Intel Core2 Duo Mobile Processor: Features|publisher=Intel Corporation|accessdate=20 June 2009}}</ref>
 
ଆଧୁନିକ କମ୍ପ୍ୟୁଟର ସବୁ ଖୁବ କମ ଜାଗାରେ ରହି ପାରେ, ଅଳ୍ପ ସମୟରେ ଖୁବ ଅଧିକ ତଥ୍ୟ ଖୋଜିପାରେ ଆଉ କଠିନ ଗଣିତସବୁ ସହଜରେ ସମାଧାନ କରିପାରେ । ଆଜିକାଲି ମୋବାଇଲ ଠାରୁ ଆରମ୍ଭ କରି ବହୁତ ବଡ ଧରଣର କମ୍ପ୍ୟୁଟର ଦେଖିବାକୁ ମିଳୁଛି ।<ref>In 1946, [[ENIAC]] required an estimated 174&nbsp;kW. By comparison, a modern laptop computer may use around 30&nbsp;W; nearly six thousand times less. {{cite web|url=http://www.upenn.edu/computing/provider/docs/hardware/powerusage.html|title=Approximate Desktop & Notebook Power Usage|publisher=University of Pennsylvania|accessdate=20 June 2009}}</ref>
 
ଯେମିତି କୁହାଯାଏ ଯେ ମଣିଷ ହେଉଛି ପ୍ରକୃତିର ଶ୍ରେଷ୍ଠ ସୃଷ୍ଟି, ସେମିତି କୁହାଯାଇପାରେ ଯେ କମ୍ପ୍ୟୁଟର ମଣିଷର ଶ୍ରେଷ୍ଠ ସୃଷ୍ଟି ।
 
=ଗଠନ=
କମ୍ପ୍ୟୁଟର ପ୍ରଣାଳୀ ମୁଖ୍ୟତଃ ୩ଟି ଉପାଦାନକୁ ନେଇ ଗଠିତ। ଏଗୁଡ଼ିକ ହେଉଛି: [[ହାର୍ଡୱେର]], [[ସଫ୍ଟୱେର]] ଓ ମାନବ ବ୍ୟବହାରକାରୀ । ହାର୍ଡ୍ୱେର୍ ହେଉଛି କମ୍ପ୍ୟୁଟର ପ୍ରଣାଳୀର ସେହି ସବୁ ଉପାଦାନ ଯାହା ସ୍ଥାବର, ଅର୍ଥାତ ଯାହାକୁ ସ୍ପର୍ଶ କରିହୁଏ । ସଫ୍ଟୱେର ସେହିପରି ସ୍ପର୍ଶ କରି ହେଉ ନଥିବା ଉପାଦାନ ସବୁକୁ ବୁଝାଇଥାଏ । ଯେହେତୁ କମ୍ପ୍ୟୁଟରର ନିଜସ୍ୱ ବୁଦ୍ଧି ନାହିଁ, ଏହା ମାନବ ବ୍ୟବହାରକାରୀର ଆଦେଶ ବା କମାଣ୍ଡ ଅନୁସାରେ ପରିଚାଳିତ ହୋଇଥାଏ ।