"ଜଗତସିଂହପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
୭୦ କ ଧାଡ଼ି:
 
=== ସ୍ୱାଧୀନତା  ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ===
ସ୍ୱାଧୀନତା  ସଂଗ୍ରାମରେ ଜଗତ୍‌ସିଂହପୁରର ଅବଦାନ ଅତୁଳନୀୟ । ଏହି ଜିଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଆଜି  ଓଡ଼ିଶା କାହିଁକି ସାରା ଦେଶର ଇତିହାସକୁ ଜାଜ୍ଜଲ୍ୟମାନ କରି ରଖିଛି । ଏଠାରେ ଥିବା ଅଳକାଶ୍ରମ ଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ। ଏଠାରୁ ବହୁ ସଂଗ୍ରାମୀ ସୃଷ୍ଟି ହୋଇଥିଲେ। ୧୯୩୬ରେ ପରାଧୀନ ଭାରତବର୍ଷର ସର୍ବପ୍ରଥମ ନିର୍ବାଚନ ପ୍ରଚାର ତତ୍କାଳୀନ କଂଗ୍ରେସ ସଭାପତି ଜବାହରଲାଲ ନେହେରୁ ଏହି ଅଳକାଶ୍ରମରୁ ଆରମ୍ଭ କରିଥିଲେ। ଓଡ଼ିଶାରେ ଭୂଦାନ ଆନ୍ଦୋଳନ ବିନୋବାଭାବେଙ୍କ ନେତୃତ୍ୱରେ ସର୍ବପ୍ରଥମେ ଏହି ଅଳକାଶ୍ରମରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଜୟପ୍ରକାଶ ନାରାୟଣ ଏଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱାଧୀନ ଭାରତରେ ରାମ ମନୋହର ଲୋହିଆ, ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରମୁଖ ଏହି ମାଟିରୁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଃଖର ବିଷୟ ସମୟଚକ୍ରରେ ଅଳକାଶ୍ରମ ତାର ପରିଚୟ ହଜାଇବାକୁ ବସିଲାଣି । ଆଶ୍ରମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ପାଇଁ ସ୍ଥାନୀୟ ଚାଟରାର  ବିନାୟକ ପଟ୍ଟନାୟକ କିଛି ଜମି ଦାନ କରିଥିଲେ । ଏହା ସତ୍ତ୍ୱେ ଆଶ୍ରମର ବିକାଶ ଏଯାଏ ସମ୍ଭବ ହୋଇପାରିନାହିଁ। ଅଳକାଶ୍ରମର ଇତିହାସ । ଅବଲୋକନ କଲେ ଜଣାଯାଏ, ଭାଗୀରଥ ମହାପାତ୍ର ଓ କର୍ମଯୋଗୀ । ଗୋପବନ୍ଧୁ ଚୌଧୁରୀଙ୍କ ଉଦ୍ୟମରେ ଏଭଳି ଏକ ଆଦର୍ଶ ଅନୁଷ୍ଠାନ ଗଢି ଉଠିଥିଲା । ୧୯୨୨ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହା ଉଦଘାଟିତ ହୋଇଥିଲା । ଆଶ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସଂଗ୍ରାମୀ ସୃଷ୍ଟି କରିବା । ସାଧାରଣ ଶିକ୍ଷାଦାନ ସହ ଆତ୍ମନିର୍ଭରଶୀଳ ହେବା ପାଇଁ  ଅରଟରେ ଲୁଗାବୁଣା, ସୂତା କଟା ଆଦି ଶିକ୍ଷା ଦିଆଯାଉଥିଲା । ସ୍ୱାଧୀନତା ଆନ୍ଦୋଳନ ପାଇଁ ଏହି ଆଶ୍ରମ ଏକ ଶକ୍ତିଶାଳୀ କେନ୍ଦ୍ର ଥିଲା । ଭାଗୀରଥି  ଓ ଗୋପବନ୍ଧୁଙ୍କୁ  ସହଯ।ଗ  କରିଥିଲେ ନବକୃଷ୍ଣ ଚୌଧୁରୀ, [[ରମାଦେବୀ]], ସରଳା ଦେବୀ, ଜାତୀୟ କବି ବୀରକିଶୋର, ବାଗଲପୁରର ଗୌରାଙ୍ଗ ଦାସ, ନବାପାଟଣାର ରାମଚନ୍ଦ୍ର ସିଂ, ତଙ୍ଗ ଗ୍ରାମର ବିଶ୍ୱନାଥ ନନ୍ଦ, ବାଙ୍ଗୀର ଗୋଲକଚନ୍ଦ୍ର ମହାରଣା, ବଡ଼ବାଗର ବୃନ୍ଦାବନ ଚନ୍ଦ୍ର ଦାସ, ଯଶୋବନ୍ତପୁରର ବୈଷ୍ଣବ ମହାପାତ୍ର, ସୁଜଙ୍ଗ ମାଧପୁରର ପଣ୍ଡିତ କାର୍ତ୍ତିକନନ୍ଦ, ଚାଟରାର ବ୍ରହ୍ମାନନ୍ଦ ଚୌଧୁରୀ ଏବଂ କୁଜଙ୍ଗର ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳୀ ଜେନା ପ୍ରମୁଖ ସ୍ୱାଧୀନତା ଆନ୍ଦୋଳନରେ ରାମକୃଷ୍ଣ ନନ୍ଦ, ବିଶ୍ୱନାଥ ପରିଡ଼ା, ବିଶ୍ୱନାଥ ନନ୍ଦ, କୈଳାସ ଚନ୍ଦ୍ର ମହାନ୍ତି, ନଦିଆ ବିହାରୀ ମହାନ୍ତି ପ୍ରମୁଖ ଅନେକ ଝାସ ଦେଇଥିଲେ। ଆଶ୍ରମରେ ରହି ରମାଦେବୀ, ସରଳାଦେବୀ ଓ ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ନାରୀ ଆନ୍ଦୋଳନର ନେତୃତ୍ବ ନେଇ କାରାବରଣ କରିଥିଲେ। ଏଭଳି ଏକ ଅନୁଷ୍ଠାନ ସାରା ଓଡ଼ିଶାରେ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଏବଂ ପ୍ରଜ୍ଞା ଓ ଜ୍ଞାନର ଏକ ଆଦର୍ଶ ଭିତ୍ତିଭୂମି ତିଆରି କରିପାରିଥିଲା । ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସ୍ପୃଶ୍ୟତା ନିବାରଣ ଆଦି କ୍ଷେତ୍ରରେ ଅଳକାଶ୍ରମ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା। ଲବଣ ସତ୍ୟାଗ୍ରହରେ ଶହ ଶହ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ  ବନ୍ଦୀ ହେଲେ। ଭାରତବର୍ଷର ବିଭିନ୍ନ ସ୍ଥାନର କଂଗ୍ରେସ ଅଫିସକୁ ବ୍ରିଟିଶ ସରକର  ଦଖଲକୁ ନେଲେ। ଏହି ସମୟରେ ଅଳକାଶ୍ରମ ବ୍ରିଟିଶ ଦଲାଲମାନଙ୍କଦ୍ୱାରା ଚିହ୍ନଟ ହୋଇପାରିଥିଲା । ୧୯୩୨ ମେ ମାସର ଅର୍ଦ୍ଧରାତ୍ରରେ ଅଳକାଶ୍ରମର କର୍ମୀ ଓ ନେତାମାନେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ଜେଲରେ ଥିବାବେଳେ ଆଶ୍ରମ ଚାଳଘର ନିଆଁ ଲଗାଇ ଭସ୍ମୀଭୂତ କରି ଦିଆଯାଇଥିଲା।
<span name="section-2"></span>