"ହିମାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
୪୭ କ ଧାଡ଼ି:
}}
 
ହିମାଳୟ ବଳୟର ମଝାମଝି ନେପାଳରେ ୮୦୦୦ମି.ରୁ ଅଧିକ ଉଚ୍ଚତା ବିଶିଷ୍ଟ [[ଅନ୍ନପୂର୍ଣ୍ଣା]] ଓ [[ଧୌଲାଗିରି]] ଶୃଙ୍ଗ ରହିଛନ୍ତି ଓ ଏମାନଙ୍କୁ [[କାଳୀ ଗଣ୍ଡକୀ ଗଣ୍ଡ]] ବିଭକ୍ତ କରୁଛି । ଏହି ଗଣ୍ଡ ହିମାଳୟକୁ ଦୁଇ ଭାଗରେ (ପୂର୍ବ ଭାଗ ଓ ପଶ୍ଚିମ ଭାଗ) ବିଭକ୍ତ କରିଥାଏ । କାଳୀ ଗଣ୍ଡକୀର ଉପର ପଟକୁ ଏକ ଗିରିପଥ ରହିଛି ଯାହାର ନାମ “କୋରା ଲା” ଗିରିପଥ । ଏଭେରେଷ୍ଟ୍ ଓ [[କେ-୨]] (କେ-ଟୁ) ମଧ୍ୟବର୍ତ୍ତୀ ଉଚ୍ଚଭୂମିର ସର୍ବନିମ୍ନ ବିନ୍ଦୁଟି ହେଉଛି କୋରା-ଲା ଗିରିପଥ । ଅନ୍ନପୂର୍ଣ୍ଣାର ପୂର୍ବକୁ ୮୦୦୦ମି.ରୁ ଅଧିକ ଉଚ୍ଚତାବିଶିଷ୍ଟ ଶୃଙ୍ଗ ହେଲା “[[ମନାସ୍ଲୁ]]” ଓ ତିବ୍ବତର “[[ଶୀଶାପାଙ୍ଗମା]]” । ଏହି ଦୁଇ ଶୃଙ୍ଗର ଦକ୍ଷିଣକୁ ନେପାଳର ରାଜଧାନୀ ଓ ହିମାଳୟରେ ଥିବା ନଗରମାନଙ୍କ ମଧ୍ୟରେ ବୃହତ୍ତମ [[କାଠମାଣ୍ଡୁ]] ଅବସ୍ଥିତ । କାଠମାଣ୍ଡୁ ଉପତ୍ୟକାର ପୂର୍ବକୁ ତିବ୍ବତରୁ ବାହାରିଥିବା ଭୋତେ ବା [[ସୁନ୍ କୋଶୀ ନଦୀ]] ପ୍ରବାହିତ ହେଉଛି ଓ ଏଠାରେ ନେପାଳ-ଚୀନକୁ ସଂଯୋଗ କରୁଥିବା ଆରାନିକୋ ରାଜପଥ (ଚୀନର ଜାତୀୟ ରାଜପଥ - ୩୧୮) ଅବସ୍ଥିତ । ସେଠାରୁ ପୂର୍ବ ଦିଗକୁ ହିମାଳୟର “ମହାଲଙ୍ଗୁର ହିମାଳ” ଅଂଶ ରହିଛି ଏବଂ ବିଶ୍ୱର ସର୍ବୋଚ୍ଚ ୬ଟି ଶୃଙ୍ଗରୁ ଚାରୋଟି ପର୍ବତ [[ଚୋ ଓୟୁ]], [[ଏଭରେଷ୍ଟ]], [[ଲୋତ୍ସେ]] ଓ [[ମକାଲୁ]] ଅବସ୍ଥିତ । ଏଭେରେଷ୍ଟ୍ ଯିବାବାଟରେ ଦକ୍ଷିଣ-ପଶ୍ଚିମ ପଟକୁ ଖୁମ୍ୱୁଖୁମ୍ବୁ ଅଞ୍ଚଳ ରହିଛି ଯାହା ଟ୍ରେକିଂ (ପାହାଡ଼ରେ ଭ୍ରମଣ ଓ ପଦଚାରଣ) ପାଇଁ ପ୍ରସିଦ୍ଧ । ଏଠାକାର ଉତ୍ତର ପଟର ପର୍ବତର ଢାଲୁଆ ଅଂଶରେ [[ଅରୁଣ ନଦୀ]] ପ୍ରବାହିତ ଯାହା ପରେ ଦକ୍ଷିଣକୁ ବୁଲି ମକାଲୁର ପୂର୍ବ ପଟର ପାହାଡ଼ ଉପତ୍ୟକାକୁ ଅତିକ୍ରମ କରି ବହି ଯାଇଛି ।
 
ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ [[କାଞ୍ଚନଜଙ୍ଘା]] ଦଣ୍ଡାୟମାନ । ୮୦୦୦ ମି.ରୁ ଉଚ୍ଚତର ଏହା ହିମାଳୟର ଶେଷ ଶୃଙ୍ଗ ଓ ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ । କାଞ୍ଚନଜଙ୍ଘାର ପୂର୍ବ ପଟକୁ [[ସିକ୍କିମ]] ରାଜ୍ୟ ଅବସ୍ଥିତ । ଭାରତରୁ ତିବ୍ବତର [[ଲାସା]]<nowiki/>କୁ ଯିବା ରାସ୍ତାଟି ସିକ୍କିମ ରାଜ୍ୟ ଦେଇ ଯାଇଛି । ଏହି ରାସ୍ତାଟି ହିମାଳୟକୁ “[[ନାଥୁ ଲା]]” ଗିରିପଥଦ୍ୱାରା ଅତିକ୍ରମ କରିଛି । ସିକ୍କିମର ପୂର୍ବ ପଟକୁ ପ୍ରାଚୀନ ବୌଦ୍ଧ ରାଜ୍ୟ ଭୁଟାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଆରୋହଣ କରିପାରିନଥିବା ଅନ୍ୟତମ ଉଚ୍ଚ ଶୃଙ୍ଗ ଓ ଭୁଟାନର ଉଚ୍ଚତମ ପର୍ବତଟି ହେଲା [[ଗଂଗଖାର ପ୍ୟୁନ୍ସୁମ୍]] । ଏହି ପାଖରୁ ହିମାଳୟର ଉପତ୍ୟକାରେ ଘନଜଙ୍ଗଲ ତଥା ଅଧିକ ଗଭୀର ଢଳାଣି ଦେଖିବାକୁ ମିଳେ । ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିଲେ [[ଅରୁଣାଚଳ ପ୍ରଦେଶ]] ଓ ତିବ୍ବତ ଅତିକ୍ରମ କରିବା ପରେ ପୂର୍ବ ପଟର ଶେଷ ଶୃଙ୍ଗ “ନାମଚେ ବରୁଆ” ରହିଛି । ୟାରଲୁଂ ତ୍ସାଂଗପୋ ନଦୀର ବିରାଟ ବାଙ୍କରେ ଏହି ଗିରିଶୃଙ୍ଗ ଅବସ୍ଥିତ । ତ୍ସାଂଗପୋର ଅପର ପାର୍ଶ୍ୱରେ “[[କାଂଗ୍ରି ଗାର୍ପୋ]]” ପର୍ବତ ରହିଛି । ତ୍ସାଂଗପୋର ଉତ୍ତର ପଟକୁ ରହିଥିବା ସମସ୍ତ ଉଚ୍ଚ ପର୍ବତ ମଧ୍ୟରେ “[[ଗ୍ୟାଲା ପେରି]]” ଅନ୍ୟତମ ଏବଂ କେହିକେହି ଏମାନଙ୍କୁ ହିମାଳୟର ଅଂଶ ବୋଲି ଗଣନା କରିଥାନ୍ତି ।
୮୧ କ ଧାଡ଼ି:
[[File:Annapurna I, south face.jpg|thumb|ଦକ୍ଷିଣ ଅନ୍ନପୂର୍ଣ୍ଣା ଗ୍ଲେସିଅର୍]]
 
ହିମାଳୟକୁ ମିଶାଇ କେନ୍ଦ୍ରୀୟ ଏସିଆର ପର୍ବତଶ୍ରେଣୀମାନଙ୍କରେ ପୃଥିବୀର ତୃତୀୟ ସର୍ବାଧିକ ବରଫ ଓ ତୁଷାର ଦେଖିବାକୁ ମିଳେ । ଏହି ତାଲିକାରେ ପ୍ରଥମ ଦୁଇଟି ସ୍ଥାନ [[ଆଣ୍ଟାର୍କଟିକା]] ([[କୁମେରୁ]]) ଓ [[ସୁମେରୁ]] ଅକ୍ତିଆର କରିଛନ୍ତି ।<ref name=pbs_nature/> ହିମାଳୟ ପର୍ବତମାଳାରେ ୧୫୦୦୦ଟି ଗ୍ଲେସିଅର୍ ରହିଛନ୍ତି ଓ ଏହି ଗ୍ଲେସିଅର୍‍ମାନଙ୍କର ମଧୁର ଜଳର ଘନତା ୧୨୦୦୦ ବର୍ଗ କିଲୋମିଟର୍ ।<ref name=IPPC2007/> ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ, ଏଭେରେଷ୍ଟର [[ଖୁମ୍ୱୁଖୁମ୍ବୁ ଗ୍ଲେସିଅର୍]], ଲାଂଗ୍‍ତାଂଗ୍‍ର [[ଲାଂଗ୍‍ତାଂଗ୍ ଗ୍ଲେସିଅର୍]] ଏବଂ ସିକ୍କିମର [[ଜେମୁ ଗ୍ଲେସିଅର୍‍]]<nowiki/>ମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ।
 
ହିମାଳୟର [[ଅକ୍ଷାଂଶ]] [[କର୍କଟ କ୍ରାନ୍ତି]]<nowiki/>ର ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ଏହାର ବରଫ ଓ ତୁଷାର ପରିମାଣ ସାମାନ୍ୟ ଅଧିକ ।<ref>{{cite journal|last1=Shi |first1=Yafeng |last2=Xie |first2=Zizhu |last3=Zheng |first3=Benxing |last4=Li |first4=Qichun |url=http://itia.ntua.gr/hsj/redbooks/126/iahs_126_0111.pdf |archiveurl=https://www.webcitation.org/6CwdX03t7?url=https://itia.ntua.gr/hsj/redbooks/126/iahs_126_0111.pdf |archivedate=16 December 2012 |title=Distribution, Feature and Variations of Glaciers in China |journal=World Glacier Inventory |year=1978 |deadurl=yes |df=dmy-all }}</ref> [[ନିଉ ଗିନିଆ]], [[ରେଞ୍ଜୋରିସ୍]] ଓ [[କଲମ୍ବିଆ|କଲୋମ୍ୱିଆକଲୋମ୍ବିଆ]] [[ବିଷୁବ ରେଖା]] ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ଅପେକ୍ଷାକୃତ କମ୍ ତୁଷାର ଗଚ୍ଛିତ ରହିପାରେ ।<ref>{{cite book|last1=Henderson-Sellers|first1=Ann|last2=McGuffie|first2=Kendal|title=The Future of the World's Climate: A Modelling Perspective|pages=199–201|isbn=978-0-12-386917-3|year=2012}}</ref> ହିମାଳୟର ଅତ୍ୟୁଚ୍ଚ ଶିଖରଗୁଡ଼ିକ ବର୍ଷ ତମାମ ବରଫାବୃତ ରୁହନ୍ତି ଓ ବିଭିନ୍ନ ଚିରସ୍ରୋତା ନଦୀର ଉତ୍ସର ଭୂମିକା ଗ୍ରହଣ କରିଥାନ୍ତି ।
 
ବିଶ୍ୱତାପନ ଯୋଗୁଁ ବର୍ତ୍ତମାନ ସମୟରେ ଗ୍ଲେସିଅର୍‍ଗୁଡ଼ିକ କମିବାରେ ଲାଗିଛି ।<ref>{{cite news|url=https://www.reuters.com/article/environment-nepal-climate-glaciers-dc/vanishing-himalayan-glaciers-threaten-a-billion-idUSDEL18761020070604|title=Vanishing Himalayan Glaciers Threaten a Billion|date=4 June 2007|newspaper=Reuters |accessdate=13 March 2018}}</ref> ଉଦାହରଣ ସ୍ୱରୂପ ଭୁଟାନରେ ଅନେକ ତୁଷାର ସ୍ରୋତରୁ ଉତ୍ପନ୍ନ ହ୍ରଦ ଦେଖିବାକୁ ମିଳୁଛି । ଯଦିଓ ନିକଟ ଭବିଷ୍ୟତରେ ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ, ପରେ ଏହା ଶୁଷ୍କ ଋତୁରେ ପାଣିର ସମସ୍ୟା ସୃଷ୍ଟି କରିବ ।<ref>{{cite web|url=http://en.people.cn/90001/90781/90879/6222327.html|title=Glaciers melting at alarming speed|date=24 July 2007|publisher=People's Daily Online|accessdate=17 April 2009}}</ref>
୯୨ କ ଧାଡ଼ି:
ହିମାଳୟ ସାରା ବହୁତ ଗୁଡ଼ିଏ ହ୍ରଦ ରହିଛି । ଆକାରରେ ବଡ଼ ହ୍ରଦମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ପଟକୁ ରହିଛନ୍ତି । ଏହି ହ୍ରଦମାନଙ୍କ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି କୈଳାସ ପର୍ବତ ନିକଟରେ ରହିଥିବା ପବିତ୍ର ମାନସରୋବର ହ୍ରଦ (କ୍ଷେତ୍ରଫଳ – ୪୧୦ ବର୍ଗ କିଲୋମିଟର୍ ଓ ସମୁଦ୍ରପତନରୁ ଉଚ୍ଚତା ୪୫୯୦ ମିଟର୍) । ନିକଟରେ ଥିବା ରାକ୍ଷସତାଲ୍ ହ୍ରଦକୁ (କ୍ଷେତ୍ରଫଳ ୨୫୦ ବର୍ଗ କିଲୋମିଟର୍, ସମୁଦ୍ରପତନରୁ ଉଚ୍ଚତା ୪୫୭୫ ମିଟର୍‍ରୁ କମ୍) ମାନସରୋବରରୁ ପାଣି ପ୍ରବାହିତ ହୁଏ । [[ପାଂଗୋଂଗ୍ ତ୍ସୋ]] ହ୍ରଦ (କ୍ଷେତ୍ରଫଳ ୭୦୦ ବର୍ଗ କିଲୋମିଟର୍) ଭାରତ ଓ ଚୀନର ଅନ୍ତର୍ଜାତୀୟ ସୀମାକୁ ବ୍ୟାପି ରହିଛି । ଦକ୍ଷିଣ ତିବ୍ବତରେ [[ୟମଦ୍ରୋକ୍ ତ୍ସୋ]] (କ୍ଷେତ୍ରଫଳ ୬୩୮ ବର୍ଗ କିଲୋମିଟର୍) ନାମକ ହ୍ରଦ ରହିଛି । [[ପୁମା ୟୁମକୋ ହ୍ରଦ]] ନାମକ ଆଉ ଏକ ବଡ଼ ହ୍ରଦ ୫୦୩୦ ମିଟର୍ ଉଚ୍ଚତାରେ ରହିଛି ।
 
ପର୍ବତଶ୍ରେଣୀର ଦକ୍ଷିଣ ପଟକୁ ରହିଥିବା ହ୍ରଦଗୁଡ଼ିକ ଆକାରରେ କ୍ଷୁଦ୍ରତର । ନେପାଳର [[ଅନ୍ନପୂର୍ଣ୍ଣା ପର୍ବତ]] ନିକଟରେ ଥିବା [[ତିଲିଚୋ ହ୍ରଦ]] ପୃଥିବୀର ଉଚ୍ଚତମ ହ୍ରଦମାନଙ୍କ ମଧ୍ୟରେ ଗଣା । ଅନ୍ୟ କିଛି ଉଲ୍ଲେଖଯୋଗ୍ୟ ହ୍ରଦ ହେଲେ – ପଶ୍ଚିମ ନେପାଳର ରାରା ହ୍ରଦ, ନେପାଳର [[ଶେ ଫୋକ୍‍ସୁଂଦୋ ଜାତୀୟ ଉଦ୍ୟାନ]]<nowiki/>ରେ ରହିଥିବା [[ଶେ ଫୋକ୍‍ସୁଂଦୋ]] ହ୍ରଦ, ଉତ୍ତର ସିକ୍କିମରେ ଥିବା [[ଗୁରୁଡୋଂଗମାର ହ୍ରଦ]], ନେପାଳର [[ସୋଲୁଖୁମ୍ୱୁସୋଲୁଖୁମ୍ବୁ ଜିଲ୍ଲା]]<nowiki/>ରେ ଥିବା [[ଗୋକ୍ୟୋ ହ୍ରଦ]], ଭାରତ-ଚୀନ ସୀମା ନିକଟରେ ରହିଥିବା ସିକ୍କିମର [[ତ୍ସୋଂଗମୋ ହ୍ରଦ]] ।
 
କିଛି ହ୍ରଦ ଗ୍ଲେସିଅର୍ ଯୋଗୁଁ ସୃଷ୍ଟ ହୋଇଥିବାରୁ ଏମାନଙ୍କଠାରୁ ବିପଦର ସମ୍ଭାବନା ରହିଛି । ନେପାଳର [[ରୋୱାଲିଂ ଉପତ୍ୟକା]]<nowiki/>ର [[ତ୍ସୋ ରୋଲ୍ପା]] ଏକ ଅତି ବିପଦପୂର୍ଣ୍ଣ ହ୍ରଦ ଯାହା ଭବିଷ୍ୟତରେ ବନ୍ୟା ସମ୍ଭାବନା ସୃଷ୍ଟି କରିପାରେ । ଗ୍ଲେସିଅର୍ ତରଳୁଥିବାରୁ ୪୫୮୦ ମିଟର୍ ଉଚ୍ଚତାରେ ଥିବା ଏହି ହ୍ରଦର କ୍ଷେତ୍ରଫଳ ଗତ ୫୦ ବର୍ଷ ହେଲା କ୍ରମାଗତ ବଢ଼ିଚାଲିଛି । <ref>[http://rolwaling.tripod.com/glof/ Photograph of Tsho Rolpa]</ref><ref>[[Glacial lake outburst flood#Monitoring|Tsho Rolpa]]</ref> ଗ୍ଲେସିଅର୍ ଯୋଗୁଁ ପାର୍ବତୀୟ ହ୍ରଦ ସୃଷ୍ଟି ହେଲେ ସେମାନଙ୍କୁ “ଟାର୍ଣ୍ଣ୍” ବୋଲି କୁହାଯାଏ । ହିମାଳୟର ଉଚ୍ଚ ଅଂଶରେ (ସମୁଦ୍ରପତନରୁ ୫୫୦୦ ମିଟର୍‍ରୁ ଅଧିକ ଉଚ୍ଚରେ) ଏହି ଟାର୍ଣ୍ଣ୍ ସବୁ ରହିଥାଏ ।<ref>{{cite web|url=http://www.highestlake.com/highest-lake-world.html|title=Highest Lake in the World|first=Carl|last=Drews|accessdate=14 November 2010}}</ref>
୧୦୨ କ ଧାଡ଼ି:
}}
 
ପରିବ୍ୟାପ୍ତ, ଉଚ୍ଚ ଓ ଜଟିଳ ଭୂଗଠନ ଯୋଗୁଁ ହିମାଳୟର ବିଭିନ୍ନ ଅଂଶରେ ଭିନ୍ନ ଜଳବାୟୁ ଅନୁଭୂତ ହୋଇଥାଏ । ନିମ୍ନ ଦେଶରେ ଆର୍ଦ୍ର ଉପକ୍ରାନ୍ତୀୟ ଓ ତିବ୍ବତ ପଟେ ଶୁଷ୍କ ଶୀତଳ ମରୁଭୂମି ଦେଖିବାକୁ ମିଳେ । ପଶ୍ଚିମାଂଶକୁ ଛାଡ଼ିଦେଲେ ହିମାଳୟ ପର୍ବତମାଳାର ଦକ୍ଷିଣ ପଟର ଭୂଭାଗ ମୌସୁମୀ ପ୍ରବାହର ବଳୟରେ ଆସେ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଯୋଗୁଁ ଏଠାରେ ଜୁନ୍ ମାସରୁ ନେଇ ସେପ୍ଟେମ୍ୱରସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥାଏ । ହିମାଳୟରେ ବର୍ଷ ଯୋଗୁଁ ଗମନାଗମନ ଓ ପରିବହନ ବାଧାପ୍ରାପ୍ତ ହୋଇଥାଏ ଓ ସ୍ଥାନେ ସ୍ଥାନେ ଅତଡ଼ା ଧସିଯାଏ । ତେଣୁ ମୌସୁମୀ ସମୟରେ (ଅପ୍ରେଲ୍-ମଇରୁ ସେପ୍ଟେମ୍ୱରସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ) ପର୍ଯ୍ୟଟନ, ପର୍ବତାରୋହଣ, ଟ୍ରେକିଂ ଇତ୍ୟାଦି କାର୍ଯ୍ୟକଳାପ ବାଧାପ୍ରାପ୍ତ ହୁଏ । ନେପାଳ ଓ ସିକ୍କିମର ଲୋକେ ୫ଟି ଋତୁ ଥିବା ବିଶ୍ୱାସ କରନ୍ତି – ଗ୍ରୀଷ୍ମ, ବର୍ଷା, ଶରତ, ଶୀତ ଓ ବସନ୍ତ ।
 
[[କୋପ୍ପେନ୍ ଜଳବାୟୁ ବର୍ଗୀକରଣ]] ଅନୁସାରେ ହିମାଳୟର ନିମ୍ନ ଓ ମଧ୍ୟ ଦେଶରେ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ଓ ଶୀତ ଦିନରେ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଉଚ୍ଚ ଦେଶରେ ଉପକ୍ରାନ୍ତୀୟ ଉଚ୍ଚଭୂମି ଜଳବାୟୁ ଅନୁଭୂତ ହୋଇଥାଏ ।
୧୩୩ କ ଧାଡ଼ି:
ହିମାଳୟ ନିବାସୀ ଜନ ସମୁଦାୟକୁ ୪ଟି ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀରେ ବିଭକ୍ତ କରିହେବ । ବିଭିନ୍ନ ଦେଶରୁ ଆସିଥିବା ଓ ହିମାଳୟରେ ସ୍ଥାୟୀ ଭାବେ ରହିଯାଇଥିବା ହିନ୍ଦୁ (ଭାରତ), ବୌଦ୍ଧ (ତିବ୍ବତ), ଇସଲାମୀୟ (ଆଫଗାନିସ୍ତାନ-ଇରାନ) ଓ ପ୍ରକୃତି ଉପାସକ (ବ୍ରହ୍ମଦେଶ) ସଂସ୍କୃତିର ଛାପ ଏଠାରେ ଦେଖିବାକୁ ମିଳେ ।<ref name="books.google.pl" /> ବର୍ତ୍ତମାନ ସମୟରେ ଅଳ୍ପ ବ୍ୟତିକ୍ରମ ସହିତ ଏହି ଗୋଷ୍ଠୀମାନେ ନିଜର ସ୍ୱତନ୍ତ୍ର ଅଞ୍ଚଳରେ ରହୁଥିବାର ଦେଖିବାକୁ ମିଳେ ।
 
ହିମାଳୟରେ ଅନେକ ସାଂସ୍କୃତିକ ଦୃଷ୍ଟିକୋଣ ଦେଖିବାକୁ ମିଳେ । ଜୈନ ଧର୍ମାନୁଯାୟୀ ହିମାଳୟରେ ରହିଥିବା ଅଷ୍ଟପଦ ପର୍ବତରେ ପ୍ରଥମ ଜୈନ ତୀର୍ଥଙ୍କର [[ଋଷଭନାଥ]] ମୋକ୍ଷ ପ୍ରାପ୍ତ କରିଥିଲେ । ଋଷଭନାଥଙ୍କ ନିର୍ବାଣ ପ୍ରାପ୍ତି ପରେ ତାଙ୍କ ପୁତ୍ର [[ଚକ୍ରବର୍ତ୍ତୀ]] ଭରତ ୩ଟି ସ୍ତୁପ ଓ ୨୪ ଜଣ ତୀର୍ଥଙ୍କରଙ୍କ ଉଦ୍ଦେଶ୍ୟରେ ୨୪ଟି ପୂଜାସ୍ଥଳ ନିର୍ମାଣ କରାଇଥିଲେ । ତୀର୍ଥଙ୍କରମାନଙ୍କ ମୂର୍ତ୍ତି ବହୁ ମୂଲ୍ୟବାନ ପଥରରୁ ନିର୍ମିତ ହୋଇଥିଲା ।<ref>{{Cite book | url=https://books.google.com/?id=y4aVRLGhf-8C&pg=RA1-PA273&dq=mount+Kailash+jainism#v=onepage&q=mount%20Kailash%20jainism&f=false | title=Faith & Philosophy of Jainism| isbn=978-81-7835-723-2| last1=Jain| first1=Arun Kumar| year=2009}}</ref><ref>{{cite web|url=http://articles.timesofindia.indiatimes.com/2011-09-21/spiritual-destinations/29739255_1_manasarovar-water-moon |title=To heaven and back |publisher=Articles.timesofindia.indiatimes.com |date=2012-01-11 |accessdate=2012-03-02}}</ref><ref>{{Cite book| url=https://books.google.com/?id=y4aVRLGhf-8C&pg=PA20&dq=ashtapad+jainism#v=onepage&q=ashtapad%20jainism&f=false | title=Faith & Philosophy of Jainism| isbn=978-81-7835-723-2| last1=Jain| first1=Arun Kumar| year=2009}}</ref> ହିନ୍ଦୁ ଧର୍ମାବଲମ୍ବୀମାନେ ହିମାଳୟଙ୍କୁ “ହିମାବତ” ବୋଲି ସମ୍ୱୋଧିତସମ୍ବୋଧିତ କରିଥାନ୍ତି ଓ ସେ ଦେବୀ [[ପାର୍ବତୀ]]<nowiki/>ଙ୍କର ପିତା ବୋଲି ଉଲ୍ଲେଖ ରହିଛି ।<ref name=":1" /> ହିମାଳୟକୁ ଗଙ୍ଗାଙ୍କ ଜନକ ବୋଲି ମଧ୍ୟ କୁହାଯାଇଥାଏ । ହିମାଳୟରେ ହିନ୍ଦୁମାନଙ୍କର ଆଉ ଦୁଇଟି ପ୍ରମୁଖ ତୀର୍ଥସ୍ଥଳୀ ହେଲା [[ପଶୁପତିନାଥ ମନ୍ଦିର|ପଶୁପତିନାଥ]] ଓ [[ମୁକ୍ତିନାଥ]] । ମୁକ୍ତିନାଥଙ୍କୁ ଶାଳିଗ୍ରାମ ବୋଲି ମଧ୍ୟ କୁହାଯାଏ କାରଣ ଏଠାରେ ବହୁମାତ୍ରାରେ “[[ଶାଳଗ୍ରାମ ଶିଳା]]” ରହିଛି ।<ref name=JEE/>
 
ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ହିମାଳୟକୁ ଖୁବ୍ ମହତ୍ତ୍ୱ ଦେଇଆସିଛନ୍ତି । [[ପାରୋ ତକତ୍ସଂଗ]] ନାମକ ସ୍ଥାନରୁ ଭୁଟାନରେ ବୌଦ୍ଧ ଧର୍ମ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା ; ତେଣୁ ଏହାକୁ ଏକ ପବିତ୍ର ସ୍ଥଳର ମାନ୍ୟତା ଦିଆଯାଇଛି ।<ref>{{Cite web|url=https://www.huffingtonpost.com/kimberly-cantor/paro-bhutan-the-tigers-ne_b_10982104.html|title=Paro, Bhutan: The Tiger's Nest|last=Cantor|first=Kimberly|date=2016-07-14|website=Huffington Post|language=en-US|access-date=2018-06-09}}</ref> ତିବ୍ବତୀୟ ବୌଦ୍ଧମାନଙ୍କ ପାଇଁ ମୁକ୍ତିନାଥ ମଧ୍ୟ ଏକ ତୀର୍ଥସ୍ଥଳୀ । ୮୪ ଜଣ ମହାସିଦ୍ଧଙ୍କ (ପ୍ରାଚୀନ ବୌଦ୍ଧ ଜାଦୁଗର) ଆଶାବାଡ଼ିରୁ ଏଠାକାର ଏକ ଉଦ୍ୟାନର ଗଛ ସମସ୍ତ ସୃଷ୍ଟି ହୋଇଛନ୍ତି ବୋଲି ଉପାସକମାନେ ବିଶ୍ୱାସ କରନ୍ତି । ଶାଳଗ୍ରାମ ଶିଳା ତିବ୍ବତୀୟ ସର୍ପ ଦେବତା “[[ଗାୱୋ ଜାଗ୍‍ପା]]”ଙ୍କ ପ୍ରତିନିଧି ବୋଲି ମଧ୍ୟ ବିଶ୍ୱାସ ରହିଛି ।<ref name=":4">{{cite book|last1=Zurick|first1=David|last2=Julsun|first2=Pacheco|last3=Basanta|first3=Raj Shrestha|last4=Birendra|first4=Bajracharya|title=Illustrated Atlas of the Himalaya|location=Lexington|publisher=U of Kentucky|year=2006}}</ref>
[[File:Shravanabelagola2007 - 23.jpg|thumb|upright|left|ଜୈନ ପୁରାଣ କଥା ଅନୁଯାୟୀ ଋଷଭନାଥଙ୍କ ପୁତ୍ର ଚକ୍ରବର୍ତ୍ତୀ ସମ୍ରାଟ ଭରତ (ଯାହାଙ୍କ ନାମରୁ “ଭାରତବର୍ଷ” ନାମର ସୃଷ୍ଟି) କୈଳାସ ପର୍ବତରେ ନିର୍ବାଣ ଲାଭ କରିଥିଲେ<ref>{{Cite book | url=https://books.google.com/?id=Kn0N0DDhTOEC&pg=PA279&dq=Bharata+Chakravartin+Kailash#v=onepage&q=Bharata%20Chakravartin%20Kailash&f=false | title=Jain Pooja-Kavya: Ek Chintan| isbn=978-81-263-0818-7}}</ref>]]
ହିମାଳୟ ନିବାସୀଙ୍କ ବିବିଧତା ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୁଏ । ସ୍ଥାପତ୍ୟ, ଭାଷା, କଥିତ ଭାଷା, ବିଶ୍ୱାସ, ବେଶଭୂଷା ଓ ଦୈନନ୍ଦିନ ବିଧିରେ ଏହା ପ୍ରସ୍ଫୁଟିତ ହୋଇଥାଏ ।<ref name=":4" /> ଗୃହ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଓ ପଦାର୍ଥ ଲୋକଙ୍କ ଆବଶ୍ୟକତା ଓ ବିଶ୍ୱାସର ପ୍ରତିଫଳନ । ହାତବୁଣା ଲୁଗାରେ ଅନେକ ରଙ୍ଗର ପ୍ରୟୋଗ ଓ ସେଥିରେ ରହିଥିବା ଚିତ୍ରଶୈଳୀରେ ଏହି ବିବିଧତାର କିଛି ଝଲକ ଦେଖିବାକୁ ମିଳେ । କିଛି ସମ୍ପ୍ରଦାୟ ଅଳଙ୍କାରକୁ ବହୁତ ମହତ୍ତ୍ୱ ଦିଅନ୍ତି । ରାଏ ଓ ଲିମ୍ୱୁଲିମ୍ବୁ ମହିଳାମାନେ ସୁନାର ବଡ଼ ବଡ଼ କାନଫୁଲ ଓ ନାକଗୁଣା ପିନ୍ଧି ନିଜ ସମ୍ପତ୍ତି ବିଷୟରେ ଜଣାଇଥାନ୍ତି ।<ref name=":4" />
 
===ଧାର୍ମିକ ବିଶ୍ୱାସ===
୧୪୬ କ ଧାଡ଼ି:
ସ୍ଥାନ ଅନୁସାରେ ହିମାଳୟରେ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ମତବାଦର ମହତ୍ତ୍ୱ ଦେଖିବାକୁ ମିଳିଥାଏ । ଏହାର ଏକ ଉଦାହରଣ ହେଲା ପାରୋ ତକତ୍ସଙ୍ଗ, ଯେଉଁଠାରୁ [[ପଦ୍ମସମ୍ଭବ]] ଭୁଟାନରେ ବୌଦ୍ଧ ଧର୍ମର ପ୍ରଚାର ଆରମ୍ଭ କରିଥିଲେ ।<ref name="Pommaret">{{cite book|author=Pommaret, Francoise|title=Bhutan Himalayan Mountains Kingdom|edition=5th|publisher=Odyssey Books and Guides|year=2006|pages=136–137|isbn=978-962-217-810-6}}</ref> ସିକ୍କିମ ରାଜ୍ୟରେ ମଧ୍ୟ ପଦ୍ମସମ୍ଭବ ଜଣେ ମହାନ ସନ୍ଥ ଭାବେ ପୂଜିତ ଓ ସମ୍ମାନିତ ହୁଅନ୍ତି । କାଶ୍ମୀରରେ ହିନ୍ଦୁ ଧର୍ମର ଶୈବ ପରମ୍ପରାର ଅନୁସରଣ କରୁଥିବା କାଶ୍ମୀରୀ ପଣ୍ଡିତ ଓ ମୁସଲମାନ ଧର୍ମର ଲୋକେ ବାସ କରନ୍ତି ।
 
ପୁଣି ହିନ୍ଦୁ ଧର୍ମରେ ହିମାଳୟକୁ ଗିରିରାଜ ହିମାବତ ବୋଲି ସମ୍ୱୋଧନସମ୍ବୋଧନ କରାଯାଏ । ହିମାଳୟକୁ ମାନବ ତୁଲ୍ୟ ମନେ କରାଯାଏ । ସେ ଗଙ୍ଗା ଓ ପାର୍ବତୀଙ୍କ ଜନକ ବୋଲି ହିନ୍ଦୁ ପୁରାଣ ଓ କିମ୍ୱଦନ୍ତୀରେକିମ୍ବଦନ୍ତୀରେ ଉଲ୍ଲିଖିତ ଅଛି ।<ref>{{cite book|title=Dictionary of Hindu Lore and Legend|isbn=978-0-500-51088-9|first=Anna|last=Dallapiccola|year=2002}}</ref>
 
ହିମାଳୟ ବକ୍ଷରେ ତିବ୍ବତ, ଭୁଟାନ, ଭାରତର ସିକ୍କିମ, ଲଦାଖ୍, ଅରୁଣାଚଳ ପ୍ରଦେଶ, ସ୍ପିଟି ଉପତ୍ୟକା, ଦାର୍ଜିଲିଂ ପ୍ରଭୃତି ସ୍ଥାନରେ ବହୁ ସଂଖ୍ୟକ ବଜ୍ରଯାନ ବୌଦ୍ଧ ସ୍ଥଳ ଅବସ୍ଥିତ । ତିବ୍ବତରେ ଦଲାଇ ଲାମାଙ୍କ ବିହାରକୁ ମିଶାଇ ୬୦୦୦ରୁ ଅଧିକ ମଠ ଓ ବିହାର ରହିଥିଲା ।<ref>{{cite news|url=http://news.bbc.co.uk/2/hi/asia-pacific/7307495.stm|title=Tibetan monks: A controlled life|publisher=BBC News|date=20 March 2008}}</ref> ଭୁଟାନ, ସିକ୍କିମ ଓ ଲଦାଖରେ ମଧ୍ୟ ବହୁ ସଂଖ୍ୟକ ବୌଦ୍ଧ ମଠ ଓ ବିହାର ରହିଛି । ଲାସା ଓ [[ଶିଗାତ୍ସେ]]<nowiki/>ରେ ତିବ୍ବତୀୟ ମୁସଲମାନମାନଙ୍କର ମସ୍‍ଜିଦ୍ ମଧ୍ୟ ରହିଛି ।<ref>{{cite news | url = http://en.people.cn/200510/27/eng20051027_217176.html | title = Mosques in Lhasa, Tibet|newspaper=People's Daily Online|date=27 October 2005}}</ref>
 
==ସମ୍ୱଳସମ୍ବଳ==
ହିମାଳୟରେ ଅନେକ ଔଷଧୀୟ ବୃକ୍ଷଲତା ଓ ଜଡ଼ିବୁଟି ରହିଛି । ସାମାନ୍ୟ ଥଣ୍ଡା କାଶରୁ ନେଇ ସାପ କାମୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଧିର ଉପଚାର ପାଇଁ ହିମାଳୟର ଔଷଧି ବୃକ୍ଷ ବ୍ୟବହୃତ ହୋଇ ଆସିଛି ।<ref name = JEE>{{Cite journal |title=Ecological status and traditional knowledge of medicinal plants in Kedarnath Wildlife Sanctuary of Garhwal Himalaya, India |journal=Journal of Ethnobiology and Ethnomedicine |volume=9 |page=1 |author1=Jahangeer A. Bhat |author2=Munesh Kumar |author3=Rainer W. Bussmann |date=2 January 2013 |doi=10.1186/1746-4269-9-1 |pmid=23281594 |pmc=3560114}}</ref> ଏହି ସବୁ ଔଷଧୀୟ ଗଛର ମୂଳ, ଫୁଲ, ଡାଙ୍ଗ, ପତ୍ର, ବକ୍କଳ ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଏ । ''[[ଏବିସ୍ ପିଣ୍ଡ୍ରୋ]] (abies pindrow)'' ନାମକ ଗଛର [[ବକ୍କଳ]]<nowiki/>ରୁ [[କାଶ]] ଓ [[ଶ୍ୱାସନଳୀ ପ୍ରଦାହ]] (ବ୍ରୋଂକାଇଟିସ୍) ପରି ରୋଗର ଔଷଧ ତିଆରି ହୁଏ । ''[[ଆରାକ୍ନେ କୋର୍ଡିଓଫୋଲିଆ]] (arachne cordifolia)'' ଗଛର ପତ୍ର ଓ ନାଡ଼କୁ ବାଟି ପ୍ରସ୍ତୁତ କରାଯାଇଥିବା ରସକୁ ଘା’ରେ ପ୍ରୟୋଗ କରିବା ପାଇଁ ଓ [[ସାପକାମୁଡ଼ା|ସାପ କାମୁଡ଼ା]]<nowiki/>ର ଉପଚାର ପାଇଁ ବ୍ୟବହାର କରାଯାଏ । ''[[କେଲିକେର୍ପା ଆର୍ବୋରିଆ]] (callicarpa arborea)'' ଗଛର ବକ୍କଳ ଚର୍ମ ରୋଗର ଉପଚାର ପାଇଁ ଉପଯୋଗୀ ।<ref name=JEE /> ହିମାଳୟରେ ଦେଖାଯାଉଥିବା [[ଜିମ୍ନୋସ୍ପର୍ମ୍]], [[ଏଞ୍ଜିଓସ୍ପର୍ମ୍]] ଓ [[ଟେରିଡୋଫାଇଟ୍]] ପ୍ରଜାତିର ଏକ-ପଞ୍ଚମାଂଶ (୨୦%) ଗଛରେ ଔଷଧୀୟ ଗୁଣ ରହିଛି ଓ ଆହୁରି ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷଲତା ଆବିଷ୍କାର ହୋଇପାରେ ବୋଲି ଆଶା କରାଯାଉଛି ।<ref name=JEE/>
 
[[ଏସିଆ]] ଓ [[ଆଫ୍ରିକା]]ର ଜନସଂଖ୍ୟାର ଏକ ବଡ଼ ଭାଗ ଆଧୁନିକ ଔଷଧ ଅପେକ୍ଷା ପ୍ରାକୃତିକ ଜଡ଼ିବୁଟି ଔଷଧକୁ ଅଧିକ ମାନନ୍ତି ।<ref name=":1">{{cite book|last1=Gupta|first1=Pankaj|last2=Sharma|first2=Vijay Kumar|title=Healing Traditions of the Northwestern Himalayas|year=2014|publisher=Springer Briefs in Environmental Science|isbn=978-81-322-1925-5}}</ref> ହିମାଳୟର ବହୁ ଲୋକ ଏହି ଔଷଧୀ ବୃକ୍ଷ ଉପରେ ନିର୍ଭର କରୁଥିବାରୁ କିଛି ଲୋକଙ୍କ ପାଇଁ ଏହା ଆମଦାନୀର ଏକ ମାଧ୍ୟମ ହୋଇଥାଏ । ଏହି ଔଷଧୀୟ ଗଛର ବ୍ୟବସାୟ ହିମାଳୟରେ ଓ ଅନ୍ୟତ୍ର ଅର୍ଥନୈତିକ ଓ ଔଷଧୋଦ୍ୟୋଗ ବିକାଶରେ ସହାୟକ ହୁଏ ।<ref name=":1" /> କିନ୍ତୁ ଜାଳେଣୀ ଓ ବ୍ୟବହାର ପାଇଁ ସ୍ଥାନୀୟ ଲୋକେ ବେଆଇନ୍ ଭାବେ ଜଙ୍ଗଲ ସଫା କରୁଥିବାରୁ ବର୍ତ୍ତମାନ ଏହି ଔଷଧ ସମ୍ୱଳସମ୍ବଳ ପାଇଁ ଏକ ବିପତ୍ତି ସୃଷ୍ଟି ହୋଇଛି ।<ref>{{cite journal|title=Himalayan Forests Disappearing|journal=Earth Island Journal|volume=21|issue=4|year=2006|pages=7–8}}</ref> ଏହାର ଅର୍ଥ ହେଲା ଔଷଧୀ ବୃକ୍ଷଲତା କ୍ରମଶଃ କମି ଆସୁଛି ଏବଂ କିଛି ଦିନ ପରେ କିଛି ପ୍ରଜାତିର ଔଷଧି ବୃକ୍ଷ ବିରଳ ବା ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯିବେ ।
 
ସ୍ଥାନୀୟ ଲୋକେ ହିମାଳୟର କିଛି ଅଂଶର ବଣ ସଫା କରିସାରିଥିବା ସତ୍ତ୍ୱେ, ଏଠାରେ ଏବେ ବି କ୍ରାନ୍ତୀୟ ଓ ପାଇନ୍ ବଣର ଏକ ବଡ଼ ଭାଗ ଜୀବିତ ରହିଛି । ଏହି ବଣରୁ ଜାଳେଣୀ କାଠ ଓ ଶିଳ୍ପୋଦ୍ୟୋଗ ପାଇଁ କଞ୍ଚାମାଲ ମିଳିଥାଏ । ଗୋରୁ ଓ ବଣର ତୃଣଭୋଜୀଙ୍କ ଚରିବା ପାଇଁ ଅନେକ ଢାଲୁଆ ତୃଣଭୂମି ରହିଛି । ତେବେ ଜୀବମାନଙ୍କ ଚରିବା ସ୍ଥାନର ଉଚ୍ଚତା ଅଲଗା ଅଲଗା ହୋଇଥାଏ । [[ଗଣ୍ଡା]] ଓ [[ହାତୀ]] ପରି ଜୀବ ହିମାଳୟର ତଳ ଦେଶରେ (ତେରାଇ ଅଞ୍ଚଳରେ) ଚରାବୁଲା କରନ୍ତି । ଏହାଛଡ଼ା ହିମାଳୟରେ [[କାଶ୍ମୀରୀ ହରିଣ]], କଳା ଭାଲୁ, କସ୍ତୁରୀ ମୃଗ, [[ହନୁ ମାଙ୍କଡ଼]] ଓ ହିମ କଲରାପତ୍ରିଆ ପରି ଜୀବ ମଧ୍ୟ ବାସ କରନ୍ତି । ହିମାଳୟରେ [[ତିବ୍ବତୀୟ ୟାକ୍]] ମଧ୍ୟ ରହିଛନ୍ତି ଯାହାଙ୍କୁ ଲୋକେ ଦୈନନ୍ଦିନ ଜୀବନରେ ପରିବହନ ପାଇଁ ବ୍ୟବହାର କରନ୍ତି । କିନ୍ତୁ ବହୁ ଜୀବଙ୍କ ସଂଖ୍ୟା କ୍ରମାଗତ ଭାବେ କମି ଚାଲିଛି ଓ କିଛି ଜୀବ ଲୁପ୍ତ ପ୍ରାୟ ହେବା ଅବସ୍ଥାରେ ଅଛନ୍ତି ।
 
ହିମାଳୟ ବିଭିନ୍ନ [[ଖଣିଜ ପଦାର୍ଥ]] ଓ ମୂଲ୍ୟବାନ୍ ପଥରର ଉତ୍ସ । ଏହାର ପ୍ରସ୍ତର ଶଯ୍ୟା ତଳେ ପ୍ରାକୃତିକ ତୈଳ ଗଚ୍ଛିତ ଥିବାର ସମ୍ଭାବନା ମଧ୍ୟ ରହିଛି । କାଶ୍ମୀରରେ [[କୋଇଲା]] ରହିଥିବାର ଠାବ ହୋଇଛି । ୧୦୦ରୁ ଅଧିକ ସ୍ଥାନରେ [[ସୁନା]], [[ରୁପା|ରୂପା]], [[ତମ୍ବା|ତମ୍ୱାତମ୍ବା]], [[ଅଭ୍ର]] ପରି ବହୁ ଧାତବ ପଦାର୍ଥ ଗଚ୍ଛିତ ଥିବାର ମଧ୍ୟ ଜଣାପଡ଼ିଛି ।
 
==ଆହୁରି ଦେଖନ୍ତୁ==
"https://or.wikipedia.org/wiki/ହିମାଳୟ"ରୁ ଅଣାଯାଇଅଛି