"ଶିବସମୁଦ୍ର ଜଳପ୍ରପାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ Bot: Automated text replacement (-ମ୍ୱ +ମ୍ବ)
୩୩ କ ଧାଡ଼ି:
ଏଠାରେ ଅବସ୍ଥିତ ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିର ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀରେ ନିର୍ମିତ । ଏଠାକାର ବୈଷ୍ଣବ ସମ୍ପ୍ରଦାୟଦ୍ୱାରା ପୂଜିତ ଶ୍ରୀ ରଙ୍ଗନାଥସ୍ୱାମୀଙ୍କୁ "ମଧ୍ୟ ରଙ୍ଗ" ବୋଲି ମଧ୍ୟ ଅଭିହିତ କରାଯାଇଥାଏ । ଭଗବାନ ବିଷ୍ଣୁଙ୍କ ତିନି ରଙ୍ଗରୁ ଏଠାକାର ମୂର୍ତ୍ତି ତାଙ୍କ ଯୁବାବସ୍ଥା ସୂଚାଏ ଓ ତେଣୁ ଏହି ମୂର୍ତ୍ତିଙ୍କୁ ‘ମୋହନ ରଙ୍ଗ’ ବା ‘ଜଗମୋହନ ରଙ୍ଗ’ ବୋଲି ମଧ୍ୟ କୁହାଯାଇଥାଏ । ଏହି ମନ୍ଦିର ଅତି ପୁରାତନ, ଏହାର ମୂର୍ତ୍ତି ଖୁବ୍ ସୁନ୍ଦର ଓ ଅପହଞ୍ଚ ସ୍ଥାନରେ ଥିବା ସତ୍ତ୍ୱେ ଏଠାରେ କିଛି ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ମନ୍ଦିର ଅଧିକାଂଶ ସମୟ ବନ୍ଦ ରହିଥିବା ଦେଖାଯାଏ । ସରକାରଙ୍କ ତରଫରୁ ଏହି ସ୍ଥାନରେ ପର୍ଯ୍ୟଟନ ପାଇଁ ବିଶେଷ ପଦକ୍ଷେପ ନିଆଯାଇନାହିଁ ।<ref>http://rcmysore-portal.kar.nic.in/temples/shivanasamudratemple/about.html</ref> ନଦୀ ଦ୍ୱୀପର ଅପର ପାର୍ଶ୍ୱରେ ଆହୁରି ତିନୋଟି ମନ୍ଦିର ରହିଛି ।
 
ଶିବସମୁଦ୍ର ନିକଟରେ ରହିଥିବା ଆଉ ଏକ ପ୍ରସିଦ୍ଧ ମନ୍ଦିର ହେଲା ଶ୍ରୀ ସୋମେଶ୍ୱର ମନ୍ଦିର । ଆଦିଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଏଠାକୁ ଆସି ଏଠାରେ "ଶ୍ରୀ ଚକ୍ର" ପ୍ରତିଷ୍ଠା କରିଥିବାର କିମ୍ୱଦନ୍ତୀକିମ୍ବଦନ୍ତୀ ରହିଛି । ଲୋକେ ବିଶ୍ୱାସ କରନ୍ତି ଯେ ଏଠାକାର ସୋମେଶ୍ୱର ଶିବଲିଙ୍ଗ ରଙ୍ଗନାଥଙ୍କ ମୂର୍ତ୍ତିର ବହୁ ପୂର୍ବରୁ ବିଦ୍ୟମାନ । ସପ୍ତର୍ଷି ଏହି ଲିଙ୍ଗକୁ ପୂଜା କରୁଥିଲେ ବୋଲି ବିଶ୍ୱାସ ମଧ୍ୟ ରହିଛି ।
 
ସୋମେଶ୍ୱର ମନ୍ଦିରଠାରୁ ୧ କିଲୋମିଟର୍ ଦୂରରେ ଶକ୍ତି ଦେବତୀ ବନଦୁର୍ଗା ଦେବୀଙ୍କ ମନ୍ଦିର ରହିଛି ।