"ଶଙ୍ଖଚିଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
୧୦ କ ଧାଡ଼ି:
| authority = ପିଟର୍ ବୋଡେର୍ଟ୍, ୧୭୮୩
}}
'''ଶଙ୍ଖଚିଲ''' ବା '''ଶଙ୍ଖଚିଲ୍ଲ''' (ଇଂରାଜୀରେ '''brahminy kite''', ଜୀବବିଜ୍ଞାନ ନାମ ''Haliastur indus'') ଏକ୍ସିପିଟ୍ରିଡେ ପରିବାରର ଏକ ମଧ୍ୟମାକାର ଶିକାରୀ ପକ୍ଷୀ । [[ଅଷ୍ଟ୍ରେଲିଆ]]ରେ ଏହି ପକ୍ଷୀକୁ '''red-backed sea-eagle''' (ଅର୍ଥାତ୍ ଲୋହିତପୃଷ୍ଠ ସମୁଦ୍ର ଛଞ୍ଚାଣ) ବୋଲି ମଧ୍ୟ କୁହନ୍ତି । ଏକ୍ସିପିଟ୍ରିଡେ ପରିବାରର ଅନ୍ୟ ପକ୍ଷୀଗୁଡ଼ିକ ହେଉଛନ୍ତି ଛଞ୍ଚାଣ, ବାଜ, ହ୍ୟାରିୟର୍ ଇତ୍ୟାଦି । ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆରେ ଶଙ୍ଖଚିଲ ଦେଖିବାକୁ ମିଳନ୍ତି । ଉପକୂଳ କିମ୍ୱାକିମ୍ବା ଭୂଭାଗର ଆର୍ଦ୍ରଭୂମି ଓ ଜଳାଶୟ ପ୍ରଭୃତି ଅଞ୍ଚଳରେ ଏମାନେ ଦେଖାଯାନ୍ତି । ମୃତ ମାଛ ଓ ଅନ୍ୟାନ୍ୟ ଛୋଟ ଜୀବ ଏମାନଙ୍କ ମୁଖ୍ୟ ଆହାର । ଶଙ୍ଖଚିଲର ମୁଣ୍ଡ ଓ ଛାତି ଧଳା ରଙ୍ଗର ହୋଇଥିବା ବେଳେ ଏମାନଙ୍କ ଶରୀରର ଅନ୍ୟ ଭାଗ ଈଷତ୍ ଲାଲ୍-ମାଟିଆ ରଙ୍ଗର ହୋଇଥାଏ । ଏହି ଶାରୀରିକ ବିଶେଷତା ପାଇଁ ଅନ୍ୟ ଶିକାରୀ ପକ୍ଷୀଙ୍କ ମଧ୍ୟରେ ଏମାନଙ୍କୁ ସହଜରେ ଚିହ୍ନିହୁଏ ।
 
==ବର୍ଣ୍ଣନା==
୪୨ କ ଧାଡ଼ି:
[[File:Brahminy Kite Anting 01.jpg|right|thumb|ଶଙ୍ଖଚିଲଟି ସମ୍ଭବତଃ ଖରା ପୋଉଁଛି ବା ଦେହରେ ପିମ୍ପୁଡ଼ି ଇତ୍ୟାଦି ପୋକଙ୍କୁ ଦଳିଚକଟି ଘସି ହେଉଛି]]
 
ଡିସେମ୍ୱରଡିସେମ୍ବର ମାସରୁ ନେଇ ଅପ୍ରେଲ୍ ମାସ ହେଉଛି ଦକ୍ଷିଣ ଏସିଆର ଶଙ୍ଖଚିଲମାନଙ୍କ ପାଇଁ ପ୍ରଜନନ ସମୟ ।<ref name=whistler/> ଦକ୍ଷିଣ ଓ ପୂର୍ବ ଅଷ୍ଟ୍ରେଲିଆରେ ବାସ କରୁଥିବା ଶଙ୍ଖଚିଲଙ୍କ ପ୍ରଜନନ ଋତୁ ହେଉଛି ଅଗଷ୍ଟରୁ ଅକ୍ଟୋବର ଏବଂ ଉତ୍ତର ଓ ପଶ୍ଚିମ ଅଷ୍ଟ୍ରେଲିଆରେ ଏହି ସମୟ ଅପ୍ରେଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ।<ref name = "Beru03">{{cite book | last = Beruldsen | first = G | title = Australian Birds: Their Nests and Eggs| publisher = self |year = 2003| location = Kenmore Hills, Qld| page = 200|isbn=0-646-42798-9}}</ref> ଛୋଟ ଡାଳ, ନଡ଼ା, ଡାଙ୍ଗ ଇତ୍ୟାଦି ବ୍ୟବହାର କରି ଶଙ୍ଖଚିଲ ନିଜର ବସା ତିଆରି କରେ ଯାହାର ଆକାର ଗିନା ପରି ଓ ଭିତର ପଟଟି ପତ୍ରରେ ଆଚ୍ଛାଦିତ । ବିଭିନ୍ନ ଗଛରେ, ମୁଖ୍ୟତଃ ଜୁଆରିଆ ଅରଣ୍ୟରେ ଏମାନଙ୍କ ବସା ଦେଖିବାକୁ ମିଳେ ।<ref name = "Beru03"/> ଏମାନେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସବୁବେଳେ ବସା ବାନ୍ଧିବା ପସନ୍ଦ କରନ୍ତି । ଶଙ୍ଖଚିଲମାନେ ଗଛ ତଳେ ବସା ବାନ୍ଧିବାର ଉଦାହରଣ ଅତି ବିରଳ ।<ref>{{cite journal |year=1994| title=Site-fidelity to the unusual nesting site of Brahminy Kite ''Haliastur indus'' (Boddaert)| journal=J. Bombay Nat. Hist. Soc.|volume= 91|issue=1|page=139|author1=Balachandran, S |author2=Sakthivel, R|url=https://biodiversitylibrary.org/page/48296520 }}</ref><ref>{{cite journal |year=1992| title= Unusual nesting site of Brahminy Kite ''Haliastur indus''| journal= J. Bombay Nat. Hist. Soc.|volume=89|issue=1|pages=117–118|author1=Morrison, William |author2=Rosalind, Lima |author3=Balachandran, S|url=https://biodiversitylibrary.org/page/48732565 }}</ref> ମାଈ ଶଙ୍ଖଚିଲ ବସାରେ ୫୨ × ୪୧ ମିଲିମିଟର୍ ମାପର ନୀଳମିଶା ଧଳା ବା ମଇଳା ଧଳା ରଙ୍ଗର ଦୁଇଟି ଅଣ୍ଡା ଦିଏ । ବସା ବାନ୍ଧିବା ଓ ଛୁଆଙ୍କ ଯତ୍ନ ନେବାରେ ଉଭୟ ମାଈ ଓ ଅଣ୍ଡିରା ଶଙ୍ଖଚିଲ ଯୋଗଦାନ କରନ୍ତି କିନ୍ତୁ ଅଣ୍ଡା ଉଷୁମାଇବା କାମ କେବଳ ମାଈମାନେ କରିଥାନ୍ତି । ୨୬ରୁ ୨୭ ଦିନ ପର୍ଯ୍ୟନ୍ତ ଏମାନେ ଅଣ୍ଡା ଉଷୁମାନ୍ତି ।<ref name=hbk>{{cite book|author1=Ali, S |author2=S D Ripley |lastauthoramp=yes | title=Handbook of the birds of India and Pakistan|edition=2nd|publisher=Oxford University Press|volume= 1|year= 1978 |pages =230–232 }}</ref>
 
ଆର୍ଦ୍ର ଓ ସନ୍ତସନ୍ତିଆ ଅଞ୍ଚଳରେ ମରି ପଡ଼ିଥିବା ମାଛ, କଙ୍କଡ଼ା ଇତ୍ୟାଦି ଶଙ୍ଖଚିଲମାନଙ୍କ ମୁଖ୍ୟ ଆହାର ।<ref name=whistler>{{cite book|author=Whistler, Hugh |year=1949| title=Popular Handbook of Indian Birds|publisher=Gurney and Jackson|pages=370–371|url=https://archive.org/stream/popularhandbooko033226mbp#page/n421/mode/1up/}}</ref> ତେବେ ବେଳେବେଳେ ଏମାନେ ବାଦୁଡ଼ି, ଠେକୁଆ ପରି ଜୀବଙ୍କ ଶିକାର କରି ଖାଇବା ମଧ୍ୟ ଦେଖାଯାଇଛି ।<ref>{{cite journal |year=1992 |title= Brahminy Kite ''Haliastur indus'' (Boddaert) preying on bats|journal= J. Bombay Nat. Hist. Soc. |volume=89|issue=3|page=367|author1=Manakadan, Ranjit |author2=Natarajan, V|url=https://biodiversitylibrary.org/page/48732847 }}</ref><ref>{{cite journal|last1=Mikula|first1=P.|last2=Morelli|first2=F.|last3=Lučan|first3=R. K.|last4=Jones|first4=D. N.|last5=Tryjanowski|first5=P.|year=2016|title=Bats as prey of diurnal birds: a global perspective|journal=Mammal Review|doi=10.1111/mam.12060}}</ref> ଶଙ୍ଖଚିଲମାନେ ଅନ୍ୟ ପକ୍ଷୀଙ୍କଠାରୁ ଯୋର ଜବରଦସ୍ତି ଆହାର ଛଡ଼ାଇନେବା ମଧ୍ୟ ଦେଖାଯାଏ ।<ref>{{cite journal|author1=Kalsi, R S |author2=Rahul Kaul |lastauthoramp=yes |year=1992|title=Kleptoparasitism by Brahminy Kite on Purple Herons|page=8|journal=[[Newsletter for Birdwatchers]] | volume=32|issue=12|url=https://archive.org/stream/NLBW32_12#page/n11/mode/1up}}</ref> ମେକଂଗ୍ ନଦୀରେ [[ଈରାବତୀ ଡଲ୍‍ଫିନ୍|ଈରାବତୀ ଡଲ୍‍ଫିନ୍‍ମାନେ]] ମାଛଙ୍କୁ ଅଡ଼ାଇବା ବେଳେ ଶଙ୍ଖଚିଲମାନେ ମାଛ ଧରିବାର ସୁଯୋଗର ଫାଇଦା ଉଠାଇବା ମଧ୍ୟ ଦେଖାଯାଇଛି ।<ref name=Ryan>{{cite journal |year=2012 |title= Brahminy Kites ''Haliastur indus'' fishing with Irrawaddy dolphins ''Orcaella brevirostris'' in the Mekong River|journal= Forktail |volume=28|issue=1|page=161|author=Ryan, Gerard Edward|url=http://orientalbirdclub.org/forktail28/}}</ref> ଶଙ୍ଖଚିଲମାନେ ସକ୍ରିୟ ମହୁମାଛି ଫେଣାରୁ ମହୁ ଖାଇବା ମଧ୍ୟ ଦେଖାଯାଇଛି ।<ref>{{cite journal| author=Nayak, Geetha |year=1999| title= Brahminy Kite feeding on honey from an active bees hive|journal=[[Newsletter for Birdwatchers]] | volume=39| issue=3|page=52| url=https://archive.org/stream/NLBW39_3#page/n13/mode/1up/}}</ref>
"https://or.wikipedia.org/wiki/ଶଙ୍ଖଚିଲ"ରୁ ଅଣାଯାଇଅଛି