"ମେହେରାନଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ Bot: Automated text replacement (-ମ୍ୱ +ମ୍ବ)
୩୩ କ ଧାଡ଼ି:
ଦୁର୍ଗର ୭ଟି ଦ୍ୱାର ରହିଛି । ଏଥିରୁ ଗୋଟିଏର ନାମ ହେଲା – ଜୟପୋଲ । ଜୟପୁର ଓ ବିକାନେର୍‍ର ସେନାକୁ ପରାସ୍ତ କରିବା ପରେ ମହାରାଜା ମାନସିଂହ ଏହି ବିଜୟ ଦ୍ୱାରର ନିର୍ମାଣ କରାଇଥିଲେ । ଆଉ ଏକ ଦ୍ୱାରର ନାମ ହେଲା – ଫତେପୋଲ । ମହାରାଜା ଅଜିତସିଂହଜୀ ମୋଗଲମାନଙ୍କୁ ପରାସ୍ତ କରିବା ପରେ ଏହି ବିଜୟ ଦ୍ୱାରର ନିର୍ମାଣ କରାଇଥିଲେ । ମେହେରାନଗଡ଼ରେ ରହିଥିବା ହାତ ପାପୁଲି ଛାପ ଏବେ ମଧ୍ୟ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।
 
ମେହେରାନଗଡ଼ର ସଂଗ୍ରହାଳୟ ରାଜସ୍ଥାନର ସମସ୍ତ ସଂଗ୍ରହାଳୟଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଏହି ସଂଗ୍ରହାଳୟର ଗୋଟିଏ ଅଂଶରେ ବିଭିନ୍ନ ପ୍ରକାରର ରାଜକୀୟ ପାଲିଙ୍କି ପ୍ରଦର୍ଶିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଗମ୍ୱୁଜଗମ୍ବୁଜ ରହିଥିବା ମହାଦୋଳ ପାଲିଙ୍କି ୧୭୩୦ ମସିହାର ଯୁଦ୍ଧରେ ରାଜସ୍ଥାନର ତତ୍ତ୍ୱାବଧାରକଙ୍କଠାରୁ ଅଧିକାରକୁ ନିଆଯାଇଥିଲା । ସଂଗ୍ରହାଳୟରେ ରାଠୋର୍ ରାଜବଂଶର ଐତିହାସିକ ଗାଥା ବହନ କରୁଥିବା ବହୁ ହାତହତିଆର, କବଚ, ଚିତ୍ର ଇତ୍ୟାଦି ମଧ୍ୟ ରହିଛି ।
 
==ନାମକରଣ==
୪୫ କ ଧାଡ଼ି:
ଯଦିଓ ଯୋଧପୁରର ପ୍ରତିଷ୍ଠାତା ରାଓ ଯୋଧା ୧୪୫୯ ମସିହାରେ ମେହେରାନଗଡ଼ର ନିର୍ମାଣ ଆରମ୍ଭ କରାଇଥିଲେ, ବର୍ତ୍ତମାନ ସୁଦ୍ଧା ଅତୁଟ ରହିଥିବା ଦୁର୍ଗର ଅଧିକାଂଶ ଭାଗର ନିର୍ମାଣର ଶ୍ରେୟ ମାରୱାର୍‍ର ରାଜା ଯଶୋବନ୍ତ ସିଂହଙ୍କୁ (ରାଜୁତି କାଳ : ୧୬୩୮-୧୬୭୮) ଯାଏ । ସହରର ମଧ୍ୟ ଭାଗରେ ଏକ ପାହାଡ଼ ଉପରେ ୫ କିଲୋମିଟର୍ ବ୍ୟାପ୍ତ ଏହି ଦୁର୍ଗର କାନ୍ଥଗୁଡ଼ିକ ପ୍ରାୟ ୩୬ ମିଟର୍ (୧୧୮ ଫୁଟ୍) ଉଚ୍ଚ ଓ ୨୧ ମିଟର୍ (୬୯ ଫୁଟ୍) ପ୍ରସ୍ଥ ବିଶିଷ୍ଟ । ରାଜସ୍ଥାନର କିଛି ମହତ୍ତ୍ୱପୂର୍ଣ୍ଣ ଇତିହାସ ଏହି ଦୁର୍ଗର ଚାରି କାନ୍ଥ ମଧ୍ୟରେ ବଦ୍ଧ ।
 
===କିମ୍ବଦନ୍ତୀ===
===କିମ୍ୱଦନ୍ତୀ===
[[File:Mehrangarh Fort Jodhpur2016.jpg|thumb|ମେହେରାନଗଡ଼ର ସୁଉଚ୍ଚ ଓ ସୁଦୃଢ଼ ଦୁର୍ଗର ଚିତ୍ର ଏବଂ ପ୍ରଚ୍ଛଦପଟ୍ଟରେ ସୁନ୍ଦର ମେଘମାଳ]]
କିମ୍ୱଦନ୍ତୀକିମ୍ବଦନ୍ତୀ ଅନୁସାରେ ଏହି ଦୁର୍ଗ ନିର୍ମାଣ କରିବା ପାଇଁ ରାଓ ଯୋଧାଙ୍କୁ ପାହାଡ଼ରେ ପୂର୍ବରୁ ବାସ କରୁଥିବା ଚିଡ଼ିଆନାଥଜୀ ନାମକ ଜଣେ ସାଧୁଙ୍କୁ ସେଠାରୁ ବିସ୍ଥାପିତ କରିବାକୁ ପଡ଼ିଥିଲା । ଚିଡ଼ିଆନାଥଜୀ ଜଣେ ପ୍ରସିଦ୍ଧ ଓ ଲୋକପ୍ରିୟ ସାଧୁ ଥିଲେ ଓ ଆଖପାଖର ଅନେକ ଲୋକ ତାଙ୍କର ଆନୁଗତ୍ୟ ସ୍ୱୀକାର କରିଥିଲେ । ରାଓ ଯୋଧା ଅନେକ ଥର ଯାଇ ଚିଡ଼ିଆନାଥଜୀଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସେ ପାହାଡ଼ ଛାଡ଼ି ଅନ୍ୟତ୍ର କେଉଁଠାକୁ ଯିବେନାହିଁ ବୋଲି ଜିଦ୍ ଧରି ବସିଲେ । ତେଣୁ ରାଓ ଯୋଧା ଚରଣ ସମ୍ପ୍ରଦାୟର ଜଣେ ମହିୟସୀ ଯୋଦ୍ଧା ତଥା ସାଧ୍ୱୀ ଦେଶ୍ନୋକ୍‍ନିବାସିନୀ ଶ୍ରୀ କର୍ଣ୍ଣୀ ମାତାଙ୍କ ସାହାଯ୍ୟ ଲୋଡ଼ିଲେ । ରାଜାଙ୍କ ଇଚ୍ଛାନୁସାରେ କର୍ଣ୍ଣୀ ମାତା ଆସି ଚିଡ଼ିଆନାଥଜୀଙ୍କୁ ତୁରନ୍ତ ପାହାଡ଼ ଛାଡ଼ି ଚାଲିଯିବାକୁ କହିଥିଲେ । କର୍ଣ୍ଣୀ ମାତା ଜଣେ ମହିୟସୀ ଓ ଅଧିକ ପ୍ରଭାବଶାଳିନୀ ତପସ୍ୱିନୀ ହୋଇଥିବାର ଦେଖି ଚିଡ଼ିଆନାଥଜୀ ପାହାଡ଼ ଛାଡ଼ି ଅବିଳମ୍ୱେଅବିଳମ୍ବେ ଚାଲିଯିବାକୁ ବସିଲେ । କିନ୍ତୁ ଗଲାବେଳେ ସେ ରାଓ ଯୋଧାଙ୍କୁ ଅଭିଶାପ ଦେଇ କହିଲେ, “ଯୋଧା ! ତୁମ ଦୁର୍ଗରେ ସର୍ବଦା ଜଳାଭାବ ଲାଗି ରହୁ !” ଏହା ଶୁଣି ରାଓ ଯୋଧା ସାଧୁଙ୍କ ପାଇଁ ଦୁର୍ଗ ମଧ୍ୟରେ ଏକ ମନ୍ଦିର ଓ ଏକ ଘର ନିର୍ମାଣ କରାଇବାର ପ୍ରତିଜ୍ଞା କରି ତାଙ୍କ ରାଗ ଶାନ୍ତ କରିଥିଲେ । କର୍ଣ୍ଣୀ ମାତାଙ୍କ ପ୍ରଭାବ ଦେଖି ରାଓ ଯୋଧା ମାତାଙ୍କ ହାତରେ ମେହେରାନଗଡ଼ର ଆଧାର ଶିଳା ସ୍ଥାପନ କରାଇଥିଲେ । ବର୍ତ୍ତମାନ ସମୟରେ ରାଠୋର୍ ବଂଶୀୟ ରାଜାମାନେ କେବଳ ଯୋଧପୁର ଓ ବିକାନେର୍ ଅଞ୍ଚଳରେ ସୀମିତ । ଉଭୟ ଦୁର୍ଗର ଭିତ୍ତି ପ୍ରସ୍ତର କର୍ଣ୍ଣୀ ମାତାଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ରାଜସ୍ଥାନର ଅନ୍ୟ ସମସ୍ତ ଦୁର୍ଗ କୌଣସି ନା କୌଣସି କାରଣରୁ ରାଜପୁତ ଶାସକମାନେ ପରିତ୍ୟାଗ କରିଥିଲେ । କେବଳ ରାଠୋର୍‍ମାନେ ନିଜର ଦୁର୍ଗର ଉପଯୋଗ କରୁଛନ୍ତି । ଏହାକୁ ସ୍ଥାନୀୟ ଲୋକେ କର୍ଣ୍ଣୀ ମାତାଙ୍କ ଚମତ୍କାର ବୋଲି ବିଶ୍ୱାସ କରନ୍ତି । କର୍ଣ୍ଣୀ ମାତାଙ୍କ ନିକଟକୁ ଆଗମନର ନିମନ୍ତ୍ରଣ ନେଇ ଯାଇଥିବା ଦୁଇ ଚରଣ ଯୋଦ୍ଧାଙ୍କୁ ରାଜା ରାଓ ଯୋଧା ମଥାନିଆ ଓ ଚୋପାସନି ଗ୍ରାମ ଦୁଇଟି ଦାନ କରିଥିଲେ ।
 
ମେହେରାନଗଡ଼ ସର୍ବଦା ମଙ୍ଗଳମୟ ସ୍ଥାନ ରହୁ ବୋଲି ମେଘୱାଲ୍ ଗୋଷ୍ଠୀର ରାଜା ରାମ ମେଘୱାଲଙ୍କୁ ଜୀବିତାବସ୍ଥାରେ ମେହେରାନଗଡ଼ରେ ସମାଧି ଦିଆଯାଇଥିଲା । ରାଜା ରାମ ସ୍ୱଇଚ୍ଛାରେ ସମାଧି ଗ୍ରହଣ କରିଥିଲେ ଓ ଏହି ପ୍ରକାର ବଳିଦାନ ସେତେବେଳେ ପବିତ୍ର ବୋଲି ବିଶ୍ୱାସ କରାଯାଉଥିଲା । ରାଠୋର୍ ରାଜାମାନେ ରାଜା ରାମ ମେଘୱାଲଙ୍କ ପରିବାରର ଚିର ଦାୟିତ୍ତ୍ୱ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ରାଜା ରାମ ମେଘୱାଲଙ୍କ ପରପୁରୁଷ ଓ ଦାୟାଦମାନେ ଏବେ ମଧ୍ୟ “ରାଜ ବାଗ୍”ରେ ରହି ଆସୁଛନ୍ତି । ରାଜା ରାମ ମେଘୱାଲଙ୍କ ବଗିଚ଼ାକୁ “ରାଜ ବାଗ୍” ବୋଲି କୁହାଯାଉଛି ।
୯୭ କ ଧାଡ଼ି:
 
==୨୦୦୮ ମସିହାର ଦଳାଚକଟା ଦୁର୍ଘଟଣା==
୨୦୦୮ ମସିହା ସେପ୍ଟେମ୍ୱରସେପ୍ଟେମ୍ବର ୩୦ ତାରିଖ ଦିନ ମେହେରାନଗଡ଼ ଦୁର୍ଗ ପରିସରରେ ଥିବା ଚାମୁଣ୍ଡା ଦେବୀ ମନ୍ଦିରରେ ଦଳାଚକଟା ଘଟି ୨୪୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।<ref>[http://articles.economictimes.indiatimes.com/2008-09-30/news/27722458_1_temple-stampede-chamunda-devi-temple-mahatma-gandhi-hospital 2008 Stampede at Chanmunda Devi Temple in Mehrangarh Fort Sep 30, 2008]</ref>
 
== ସଂସ୍କୃତି ଓ ଜନଜୀବନରେ ମେହେରାନଗଡ଼ ==