"ଭୀମବେଟ୍‍କା ଶୈଳାଶ୍ରୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
୩୮ କ ଧାଡ଼ି:
== ସଭାଗୃହ (ଅଡିଟୋରିୟମ୍) ଗୁମ୍ଫା ==
{{double image|right|Entrance of bhimbetka.jpg|160|Entry to "Auditorium Cave".jpg|160|ଭୀମବେଟ୍‍କାର କ୍ୱାର୍ଜାଇଟ୍ ଶିଳାସ୍ତମ୍ଭ|ସଭାଗୃହ (Auditorium) ଗୁମ୍ଫା}}
ସମସ୍ତ ଶୈଳାଶ୍ରୟ ମଧ୍ୟରୁ ବିରାଟ ସଭାଗୃହ (Auditorium cave ଭାବେ ମଧ୍ୟ ପରିଚିତ) ଗୁମ୍ଫାଟି ଉଲ୍ଲେଖଯୋଗ୍ୟ । ଅନେକ କ୍ୱାର୍ଜାଇଟ୍ ସ୍ତମ୍ଭଦ୍ୱାରା ଘେରା ହୋଇ ରହିଥିବା ଏହି ସଭାଗୃହ ଗୁମ୍ଫା ବହୁ ଦୂରରୁ ଦେଖିହେବ । ଏହା ଭୀମବେଟ୍‍କାର ସମସ୍ତ ଶୈଳାଶ୍ରୟ ମଧ୍ୟରେ ବୃହତ୍ତମ । ରବର୍ଟ୍ ବେଡ୍‍ନାରିକ୍‍ଙ୍କ ଭାଷାରେ ଏହି ପ୍ରାଗୈତିହାସିକ ସଭାଗୃହର ଅଭ୍ୟନ୍ତର କେତେକାଂଶରେ ଏକ ଗୀର୍ଜାଘର ପରି ଓ ଏହାର ଛାତ ଗୋଥିକ୍ ତୋରଣ ପରି ଦେଖାଯାଏ ।<ref name=bednarik63/> ଅଭ୍ୟନ୍ତର ଗଠନ ଦେଖିଲେ ଏଥିରେ ଏକ ସମକୋଣିଆ ଛକ ପରି ପଥ ରହିଛି ଏବଂ ଏହା ଚାରି ମୁଖ୍ୟ ଦିଗକୁ ସୂଚାଇଥାନ୍ତି । ଗୁମ୍ଫାର ମୁଖ୍ୟ ପ୍ରବେଶ ଦ୍ୱାରଟି ପୂର୍ବ ପଟକୁ ରହିଛି । ପୂର୍ବ ପଟର ପଥର ଶେଷ ଆଡ଼କୁ ଏକ ବିଶାଳ ପ୍ରସ୍ତର ଚଟ୍ଟାଣ ରହିଛି । ଏହି ଚଟ୍ଟାଣ ଭୂମି ସହିତ ପ୍ରାୟ ସମକୋଣରେ ଦଣ୍ଡାୟମାନ ଓ ସବୁ ପଟରୁ ଦେଖାଯାଏ । ପ୍ରତ୍ନତାତ୍ତ୍ୱିକ ଲେଖାମାନଙ୍କରେ ଏହାକୁ "ମୁଖିଆ ପଥର (Chief's Rock)" ବା "ରାଜା ପଥର (King's Rock)" ବୋଲି ମଧ୍ୟ କୁହାଯାଇଛି । ତେବେ ଏହି ପଥରର ପ୍ରାଚୀନ ପରମ୍ପରାରେ ମୁଖିଆ ବା ରାଜା ସମ୍ୱନ୍ଧୀୟସମ୍ବନ୍ଧୀୟ କିଛି ଭୂମିକା ଥିଲା ନା ନାହିଁ ତାହା ଜଣାପଡ଼ିନାହିଁ ।<ref name=bednarik63/><ref>Robert Bednarik (1993), Palaeolithic Art in India, ''Man and Environment'', Volume 18, Number 2, pages 33–40</ref><ref>{{cite book | last=Singh | first=Manoj Kumar | title=Encyclopedia of Global Archaeology | chapter=Bhimbetka Rockshelters | publisher=Springer New York | year=2014 | isbn=978-1-4419-0426-3 | doi=10.1007/978-1-4419-0465-2_2286 | pages=867–870}}</ref> ସଭାଗୃହ ଗୁମ୍ଫା ଭୀମବେଟ୍‍କାରେ ଇତଃସ୍ତତଃ ହୋଇ ବିଛେଇ ରହିଥିବା ଗୁମ୍ଫାମାନଙ୍କ କେନ୍ଦ୍ରସ୍ଥଳ ତଥା ପ୍ରମୁଖ । ଏହାର ଉଭୟ ପାର୍ଶ୍ୱରେ ପ୍ରାୟ ୭୫୪ଟି ଶୈଳାଶ୍ରୟ ରହିଛି ଯାହା ମଧ୍ୟରୁ ୫୦୦ଟିରେ ଶିଳାଚିତ୍ରମାନ ଦେଖିବାକୁ ମିଳେ ।<ref name=bednarik63>Robert G Bednarik (1996), The cupules on Chief's Rock, Auditorium Cave, Bhimbetka, The Artifact: Journal of the Archaeological and Anthropological Society of Victoria, Volume 19, pages 63–71</ref>
 
== ପ୍ରସ୍ତର କଳା ଓ ଶିଳା ଚିତ୍ର ==