"ହିମାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ ba with wa
୫୬ କ ଧାଡ଼ି:
 
==ଭୂବୈଜ୍ଞାନିକ ତଥ୍ୟ==
[[File:Himalaya-formation.gif|thumb|upright|୪୦୦-୫୦୦ ଲକ୍ଷ ବର୍ଷ ପୂର୍ବେ ୟୁରେସୀୟ ପ୍ଲେଟ୍ ସହ ଧକ୍କା ହେବା ପୂର୍ବରୁ ଭାରତୀୟ ପ୍ଲେଟ୍‍ର ୬୦୦୦ କିଲେମିଟର୍ ଲମ୍ୱାଲମ୍ବା ଯାତ୍ରା<ref name=USGS/>]]
 
ବୟସ ଦେଖିଲେ ହିମାଳୟ ବିଶ୍ୱର ନୂତନତମ ପର୍ବତମାଳାମାନଙ୍କ ମଧ୍ୟରେ ପରିଗଣିତ ହୋଇଥାଏ । ଆଧୁନିକ ପ୍ଲେଟ୍ ତଥ୍ୟ ଅନୁସାରେ ୟୁରେସୀୟ ଓ ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍‍ର ଧକ୍କା ଫଳରେ ଉଭୟଙ୍କ ସୀମା ନିକଟରେ ଭୂପୃଷ୍ଠ ଉପରକୁ ଉଠି ହିମାଳୟ ସୃଷ୍ଟି ହୋଇଛି । [[ବ୍ରହ୍ମଦେଶ]]<nowiki/>ର [[ଆରାକାନ୍ ୟୋମା]] ଉଚ୍ଚଭୂମି ଓ [[ବଙ୍ଗୋପସାଗର]]ରେ ସ୍ଥିତ [[ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ|ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ]] ମଧ୍ୟ ଏହି ମହାଦେଶୀୟ ସଞ୍ଚାଳନ ଯୋଗୁଁ ସୃଷ୍ଟି ହୋଇଛନ୍ତି ।
୧୩୩ କ ଧାଡ଼ି:
ହିମାଳୟ ନିବାସୀ ଜନ ସମୁଦାୟକୁ ୪ଟି ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀରେ ବିଭକ୍ତ କରିହେବ । ବିଭିନ୍ନ ଦେଶରୁ ଆସିଥିବା ଓ ହିମାଳୟରେ ସ୍ଥାୟୀ ଭାବେ ରହିଯାଇଥିବା ହିନ୍ଦୁ (ଭାରତ), ବୌଦ୍ଧ (ତିବ୍ବତ), ଇସଲାମୀୟ (ଆଫଗାନିସ୍ତାନ-ଇରାନ) ଓ ପ୍ରକୃତି ଉପାସକ (ବ୍ରହ୍ମଦେଶ) ସଂସ୍କୃତିର ଛାପ ଏଠାରେ ଦେଖିବାକୁ ମିଳେ ।<ref name="books.google.pl" /> ବର୍ତ୍ତମାନ ସମୟରେ ଅଳ୍ପ ବ୍ୟତିକ୍ରମ ସହିତ ଏହି ଗୋଷ୍ଠୀମାନେ ନିଜର ସ୍ୱତନ୍ତ୍ର ଅଞ୍ଚଳରେ ରହୁଥିବାର ଦେଖିବାକୁ ମିଳେ ।
 
ହିମାଳୟରେ ଅନେକ ସାଂସ୍କୃତିକ ଦୃଷ୍ଟିକୋଣ ଦେଖିବାକୁ ମିଳେ । ଜୈନ ଧର୍ମାନୁଯାୟୀ ହିମାଳୟରେ ରହିଥିବା ଅଷ୍ଟପଦ ପର୍ବତରେ ପ୍ରଥମ ଜୈନ ତୀର୍ଥଙ୍କର [[ଋଷଭନାଥ]] ମୋକ୍ଷ ପ୍ରାପ୍ତ କରିଥିଲେ । ଋଷଭନାଥଙ୍କ ନିର୍ବାଣ ପ୍ରାପ୍ତି ପରେ ତାଙ୍କ ପୁତ୍ର [[ଚକ୍ରବର୍ତ୍ତୀ]] ଭରତ ୩ଟି ସ୍ତୁପ ଓ ୨୪ ଜଣ ତୀର୍ଥଙ୍କରଙ୍କ ଉଦ୍ଦେଶ୍ୟରେ ୨୪ଟି ପୂଜାସ୍ଥଳ ନିର୍ମାଣ କରାଇଥିଲେ । ତୀର୍ଥଙ୍କରମାନଙ୍କ ମୂର୍ତ୍ତି ବହୁ ମୂଲ୍ୟବାନ ପଥରରୁ ନିର୍ମିତ ହୋଇଥିଲା ।<ref>{{Cite book | url=https://books.google.com/?id=y4aVRLGhf-8C&pg=RA1-PA273&dq=mount+Kailash+jainism#v=onepage&q=mount%20Kailash%20jainism&f=false | title=Faith & Philosophy of Jainism| isbn=978-81-7835-723-2| last1=Jain| first1=Arun Kumar| year=2009}}</ref><ref>{{cite web|url=http://articles.timesofindia.indiatimes.com/2011-09-21/spiritual-destinations/29739255_1_manasarovar-water-moon |title=To heaven and back |publisher=Articles.timesofindia.indiatimes.com |date=2012-01-11 |accessdate=2012-03-02}}</ref><ref>{{Cite book| url=https://books.google.com/?id=y4aVRLGhf-8C&pg=PA20&dq=ashtapad+jainism#v=onepage&q=ashtapad%20jainism&f=false | title=Faith & Philosophy of Jainism| isbn=978-81-7835-723-2| last1=Jain| first1=Arun Kumar| year=2009}}</ref> ହିନ୍ଦୁ ଧର୍ମାବଲମ୍ୱୀମାନେଧର୍ମାବଲମ୍ବୀମାନେ ହିମାଳୟଙ୍କୁ “ହିମାବତ” ବୋଲି ସମ୍ୱୋଧିତ କରିଥାନ୍ତି ଓ ସେ ଦେବୀ [[ପାର୍ବତୀ]]<nowiki/>ଙ୍କର ପିତା ବୋଲି ଉଲ୍ଲେଖ ରହିଛି ।<ref name=":1" /> ହିମାଳୟକୁ ଗଙ୍ଗାଙ୍କ ଜନକ ବୋଲି ମଧ୍ୟ କୁହାଯାଇଥାଏ । ହିମାଳୟରେ ହିନ୍ଦୁମାନଙ୍କର ଆଉ ଦୁଇଟି ପ୍ରମୁଖ ତୀର୍ଥସ୍ଥଳୀ ହେଲା [[ପଶୁପତିନାଥ ମନ୍ଦିର|ପଶୁପତିନାଥ]] ଓ [[ମୁକ୍ତିନାଥ]] । ମୁକ୍ତିନାଥଙ୍କୁ ଶାଳିଗ୍ରାମ ବୋଲି ମଧ୍ୟ କୁହାଯାଏ କାରଣ ଏଠାରେ ବହୁମାତ୍ରାରେ “[[ଶାଳଗ୍ରାମ ଶିଳା]]” ରହିଛି ।<ref name=JEE/>
 
ବୌଦ୍ଧ ଧର୍ମାବଲମ୍ୱୀମାନେଧର୍ମାବଲମ୍ବୀମାନେ ମଧ୍ୟ ହିମାଳୟକୁ ଖୁବ୍ ମହତ୍ତ୍ୱ ଦେଇଆସିଛନ୍ତି । [[ପାରୋ ତକତ୍ସଂଗ]] ନାମକ ସ୍ଥାନରୁ ଭୁଟାନରେ ବୌଦ୍ଧ ଧର୍ମ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା ; ତେଣୁ ଏହାକୁ ଏକ ପବିତ୍ର ସ୍ଥଳର ମାନ୍ୟତା ଦିଆଯାଇଛି ।<ref>{{Cite web|url=https://www.huffingtonpost.com/kimberly-cantor/paro-bhutan-the-tigers-ne_b_10982104.html|title=Paro, Bhutan: The Tiger's Nest|last=Cantor|first=Kimberly|date=2016-07-14|website=Huffington Post|language=en-US|access-date=2018-06-09}}</ref> ତିବ୍ବତୀୟ ବୌଦ୍ଧମାନଙ୍କ ପାଇଁ ମୁକ୍ତିନାଥ ମଧ୍ୟ ଏକ ତୀର୍ଥସ୍ଥଳୀ । ୮୪ ଜଣ ମହାସିଦ୍ଧଙ୍କ (ପ୍ରାଚୀନ ବୌଦ୍ଧ ଜାଦୁଗର) ଆଶାବାଡ଼ିରୁ ଏଠାକାର ଏକ ଉଦ୍ୟାନର ଗଛ ସମସ୍ତ ସୃଷ୍ଟି ହୋଇଛନ୍ତି ବୋଲି ଉପାସକମାନେ ବିଶ୍ୱାସ କରନ୍ତି । ଶାଳଗ୍ରାମ ଶିଳା ତିବ୍ବତୀୟ ସର୍ପ ଦେବତା “[[ଗାୱୋ ଜାଗ୍‍ପା]]”ଙ୍କ ପ୍ରତିନିଧି ବୋଲି ମଧ୍ୟ ବିଶ୍ୱାସ ରହିଛି ।<ref name=":4">{{cite book|last1=Zurick|first1=David|last2=Julsun|first2=Pacheco|last3=Basanta|first3=Raj Shrestha|last4=Birendra|first4=Bajracharya|title=Illustrated Atlas of the Himalaya|location=Lexington|publisher=U of Kentucky|year=2006}}</ref>
[[File:Shravanabelagola2007 - 23.jpg|thumb|upright|left|ଜୈନ ପୁରାଣ କଥା ଅନୁଯାୟୀ ଋଷଭନାଥଙ୍କ ପୁତ୍ର ଚକ୍ରବର୍ତ୍ତୀ ସମ୍ରାଟ ଭରତ (ଯାହାଙ୍କ ନାମରୁ “ଭାରତବର୍ଷ” ନାମର ସୃଷ୍ଟି) କୈଳାସ ପର୍ବତରେ ନିର୍ବାଣ ଲାଭ କରିଥିଲେ<ref>{{Cite book | url=https://books.google.com/?id=Kn0N0DDhTOEC&pg=PA279&dq=Bharata+Chakravartin+Kailash#v=onepage&q=Bharata%20Chakravartin%20Kailash&f=false | title=Jain Pooja-Kavya: Ek Chintan| isbn=978-81-263-0818-7}}</ref>]]
ହିମାଳୟ ନିବାସୀଙ୍କ ବିବିଧତା ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୁଏ । ସ୍ଥାପତ୍ୟ, ଭାଷା, କଥିତ ଭାଷା, ବିଶ୍ୱାସ, ବେଶଭୂଷା ଓ ଦୈନନ୍ଦିନ ବିଧିରେ ଏହା ପ୍ରସ୍ଫୁଟିତ ହୋଇଥାଏ ।<ref name=":4" /> ଗୃହ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଓ ପଦାର୍ଥ ଲୋକଙ୍କ ଆବଶ୍ୟକତା ଓ ବିଶ୍ୱାସର ପ୍ରତିଫଳନ । ହାତବୁଣା ଲୁଗାରେ ଅନେକ ରଙ୍ଗର ପ୍ରୟୋଗ ଓ ସେଥିରେ ରହିଥିବା ଚିତ୍ରଶୈଳୀରେ ଏହି ବିବିଧତାର କିଛି ଝଲକ ଦେଖିବାକୁ ମିଳେ । କିଛି ସମ୍ପ୍ରଦାୟ ଅଳଙ୍କାରକୁ ବହୁତ ମହତ୍ତ୍ୱ ଦିଅନ୍ତି । ରାଏ ଓ ଲିମ୍ୱୁ ମହିଳାମାନେ ସୁନାର ବଡ଼ ବଡ଼ କାନଫୁଲ ଓ ନାକଗୁଣା ପିନ୍ଧି ନିଜ ସମ୍ପତ୍ତି ବିଷୟରେ ଜଣାଇଥାନ୍ତି ।<ref name=":4" />
"https://or.wikipedia.org/wiki/ହିମାଳୟ"ରୁ ଅଣାଯାଇଅଛି