"ବଣକାପ୍ତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ ba with wa
୨୫ କ ଧାଡ଼ି:
'''ବଣକାପ୍ତା''' ବା '''ବନ୍ୟ କପୋତ''' (ଇଂରାଜୀରେ '''spotted dove''', ଜୀବବିଜ୍ଞାନ ନାମ ''Spilopelia chinensis'') ଏକ ପାରା ଜାତୀୟ ଚଢ଼େଇ । ଏମାନେ ଭାରତୀୟ ଉପମହାଦ୍ୱୀପ ଓ ଦକ୍ଷିଣ-ପୂର୍ବ [[ଏସିଆ]]ର ମୂଳ ନିବାସୀ ପକ୍ଷୀ । ଏହି ପକ୍ଷୀକୁ ବିଶ୍ୱର ଅନ୍ୟ ସ୍ଥାନମାନଙ୍କୁ ନିଆଯାଇ ସେଠାରେ ମଧ୍ୟ ଅବସ୍ଥାପିତ କରାଯାଇପାରିଛି ।
 
ପୂର୍ବେ ଏହି ପକ୍ଷୀକୁ ''ଷ୍ଟ୍ରେପ୍ଟୋପିଲିଆ (Streptopelia)'' ପ୍ରଜାତିରେ ସ୍ଥାନିତ କରାଯାଇଥିଲା ଯେଉଁଥିରେ ଆଉ ତିନି ପ୍ରକାରର କପୋତ ଚଢ଼େଇ ମଧ୍ୟ ରହିଥିଲେ । କିନ୍ତୁ ପରେ ବଣକାପ୍ତା ଅନ୍ୟ ପ୍ରଜାତିଙ୍କଠାରୁ ଅଲଗା ବୋଲି ଗବେଷଣାରୁ ଜଣା ପଡ଼ିଲା । ଏହି କପୋତର ଲାଞ୍ଜଟି ଲମ୍ୱାଲମ୍ବା, ଦେହ ମାଟିଆ ରଙ୍ଗର ଏବଂ ଏହାର ବେକର ପଛ ଓ ପାର୍ଶ୍ୱ ପଟକୁ କଳାରେ ଧଳା ଟୋପଦାଗ ଥିବା ବେକପଟି ରହିଛି । ଲାଞ୍ଜର ଅଗଟି ଧଳା ଓ ଡେଣା ଉପରେ ଫିକା ମାଟିଆ ରଙ୍ଗର ଦାଗ ରହିଥାଏ ।
 
ବିଭିନ୍ନ ଅଞ୍ଚଳରେ ଏହି ପକ୍ଷୀର ଶରୀରର ରଙ୍ଗରେ ବହୁ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅଘଞ୍ଚ ଜଙ୍ଗଲ, ଗାଁଗଣ୍ଡା ଓ ଏପରିକି ସହର ପାଖରେ ମଧ୍ୟ ଏହି ପକ୍ଷୀ ରହିବା ଦେଖାଯାଏ । ଏହି ପକ୍ଷୀ ତଡ଼ିତ୍ ବେଗରେ ବସିବା ସ୍ଥାନରୁ ଉଡ଼ିଯିବା ଓ ସମୟେ ସମୟେ ଡେଣା ସ୍ଥିର ରଖି ଉଡ଼ାଜାହାଜ ପରି ଗତି କରି ଓହ୍ଲାଏ । ଇଂରାଜୀ ଭାଷାରେ ଏହି ପକ୍ଷୀର ଅନ୍ୟ କେତେକ ସାଧାରଣ ନାମ ହେଲା - '''mountain dove''' (ପର୍ବତିଆ କପୋତ), '''pearl-necked dove''' (ମୁକ୍ତାମାଳଯୁକ୍ତ କପୋତ), '''lace-necked dove''' (ବେକପଟିଯୁକ୍ତ କପୋତ), ବା '''spotted turtle-dove''' (ଛାପଦାଗଯୁକ୍ତ କପୋତ) । ଓଡ଼ିଆ ଭାଷାରେ ଏହି ଚଢ଼େଇକୁ ଘୁଘୁ ବା କାପ୍ତା ଚଢ଼େଇ ବୋଲି ମଧ୍ୟ କୁହାଯାଏ ।<ref>{{ cite book|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ}}</ref>
"https://or.wikipedia.org/wiki/ବଣକାପ୍ତା"ରୁ ଅଣାଯାଇଅଛି