"ବଜ୍ରକାପ୍ତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ ba with wa
୧୬ କ ଧାଡ଼ି:
ଭାରତୀୟ '''ବଜ୍ରକାପ୍ତା''' (ଇଂରାଜୀ ନାମ '''Indian pangolin''' ବା '''thick-tailed pangolin''' ବା '''scaly anteater''', ଜୀବବିଜ୍ଞାନ ନାମ ''Manis crassicaudata'') ମୁଖ୍ୟତଃ ଭାରତୀୟ ଉପମହାଦ୍ୱୀପରେ ପରିଲକ୍ଷିତ ଏକ ସ୍ତନ୍ୟପାୟୀ ପ୍ରାଣୀ ।<ref>{{Cite web |url=http://www.arkive.org/thick-tailed-pangolin/manis-crassicaudata/ |title=Archived copy |access-date=2017-08-05 |archive-url=https://web.archive.org/web/20170805105107/http://www.arkive.org/thick-tailed-pangolin/manis-crassicaudata/ |archive-date=2017-08-05 |dead-url=yes |df= }}</ref><ref name="LatafatSadhu2016">{{cite journal |author1=Latafat, K. |author2=Sadhu, A. |title=First Photographic Evidence of Indian Pangolin (Manis crassicaudata, E. Geoffroy, 1803) in Mukundara Hills Tiger Reserve (MHTR), Rajasthan, India |work=Journal of the Bombay Natural History Society |volume=113 |issue=21–22 |year=2016 |doi=10.17087/jbnhs/2016/v113/119677}}</ref><ref name=msw3>{{MSW3 Pholidota | id = 13900009 | page = 530}}</ref> ନିଜ ପରିବାସରେ ମଧ୍ୟ ଏମାନେ ଖୁବ୍ ବିରଳ ଓ ସାଧାରଣରେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ବଜ୍ରକାପ୍ତାର ଅନ୍ୟ ଉପପ୍ରଜାତିମାନଙ୍କ ପରି ଏହାର ଶରୀର ମଧ୍ୟ ବଡ଼ ବଡ଼ କାତିଯୁକ୍ତ ଯାହା ଏହାର ଶରୀର ପାଇଁ ଏକ ସୁରକ୍ଷା କବଚ ସଦୃଶ କାମ କରେ । [[ମହାବଳ ବାଘ]] ପରି ଶିକାରୀ ଜୀବ ବଜ୍ରକାପ୍ତାକୁ ଆକ୍ରମଣ କଲେ ସେ ମୋଡ଼ିମାଡ଼ି ହୋଇ ଏକ କାତିଯୁକ୍ତ ବର୍ତ୍ତୁଳ ପରି ହୋଇଯାଏ । ବଜ୍ରକାପ୍ତାର କାତିର ରଙ୍ଗ ସେ ରହୁଥିବା ସ୍ଥାନର ମାଟିର ରଙ୍ଗ ସଦୃଶ ହୋଇଥାଏ ।<ref>"Pangolins And Porcupines" by Jayantha Jayawardene, "Daily News", 21 August 2006. http://www.angelfire.com/planet/wildlifesl/articles/dn_pangolins_porcupines.htm (Retrieved on 4-6-2011).</ref>
 
ବଜ୍ରକାପ୍ତା ଏକ କୀଟଭକ୍ଷୀ ଓ ନିଶାଚର ଜୀବ । ମାଟି, ଊଈହୁଙ୍କା, ପଚିସଢ଼ି ଫମ୍ପା ହୋଇଯାଉଥିବା କାଠଗଣ୍ଡି ପ୍ରଭୃତି ତାଡ଼ି ସେଥିରେ ଥିବା ପିମ୍ପୁଡ଼ି, ଊଈମାନଙ୍କୁ ଖାଇଯାଏ । ଏହାର ନଖ ବା ପଞ୍ଝା ତାହାର ଆଗଗୋଡ଼ ପରି ଲମ୍ୱାଲମ୍ବା ଓ ଏସବୁ ତାଡ଼ି କୀଟ ଖାଇବାରେ ସହାୟକ ହୋଇଥାନ୍ତି । ଦିନ ବେଳା ଏମାନେ ନିଜ ଗାତ ବା ବସାରେ ବିଶ୍ରାମ କରୁଥାନ୍ତି ।
 
ଭାରତୀୟ ବଜ୍ରକାପ୍ତାକୁ ସଙ୍କଟାପନ୍ନ (“endangered” ବା “threatened”) ଜୀବଙ୍କ ଶ୍ରେଣୀରେ ରଖାଯାଇଛି । ଲୋକେ ଏମାନଙ୍କୁ ମାରି ମାଂସ ଓ ଶରୀରର ବିଭିନ୍ନ ଅଂଶକୁ ପାରମ୍ପରିକ ଔଷଧରେ ବ୍ୟବହାର କରିଥାନ୍ତି ।<ref name=iucn/>
୨୨ କ ଧାଡ଼ି:
==ବିବରଣୀ==
[[File:Pangolin (Gir Forest, Gujarat, India).jpg|thumb|left|[[ଭାରତ]]ର [[ଗୁଜରାଟ]]ର ଏକ ବଜ୍ରକାପ୍ତା]]
ବଜ୍ରକାପ୍ତା ଏକାକୀ ରୁହନ୍ତି, ଧୀର ବେଗରେ ଗତି କରନ୍ତି ଓ ସ୍ୱଭାବରେ ଲାଜକୁଳା ହୋଇଥାନ୍ତି ।<ref name="ReferenceA">{{cite journal|author=Mahmood, Jabeen|author2=Hussain, Kayani|title=Plant Species Association, Burrow Characteristics and the Diet of the Indian Pangolin|journal=Pakistan Journal of Zoology|date=2013|volume=45|issue=6|pages=1533–1539}}</ref> ମୁଣ୍ଡର ଆରମ୍ଭରୁ ଲାଞ୍ଜର ଶେଷ ପର୍ଯ୍ୟନ୍ତ ଏହାର ଶରୀରର ଦୈର୍ଘ୍ୟ ପ୍ରାୟ ୮୪-୧୨୨ ସେଣ୍ଟିମିଟର୍ (୩୩-୪୮ ଇଞ୍ଚ୍) । ଏହାର ଲାଞ୍ଜଟି ପ୍ରାୟ ୩୪ରୁ ୪୭ ସେଣ୍ଟିମିଟର୍ ଲମ୍ୱାଲମ୍ବା ଓ ଏହାର ଓଜନ ୧୦ରୁ ୧୬ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ମାଈମାନଙ୍କର ଦୁଇଟି ପହ୍ନା (ବା ସ୍ତନ) ରହିଥାଏ ଓ ଏମାନେ ଆକାରରେ ଅଣ୍ଡିରାମାନଙ୍କଠାରୁ ଛୋଟ ହୋଇଥାନ୍ତି । ବଜ୍ରକାପ୍ତାର ମୁଣ୍ଡଟି କୋନ୍ ଆକୃତିର ହୋଇଥାଏ । ଏମାନଙ୍କ ଆଖି କଳା ଓ ଛୋଟ । ଗୋଜିଆ ମୁହଁର ଅଗ୍ରଭାଗରେ ନାକ ରହିଥାଏ ଯାହାର ରଙ୍ଗ ଦେହର ରଙ୍ଗଠାରୁ ଅଳ୍ପ ଗାଢ଼ । ବଜ୍ରକାପ୍ତାର ଅବୟବଗୁଡ଼ିକ ଶକ୍ତିଶାଳୀ ଏବଂ ଗୋଡ଼ର ପଞ୍ଝାରେ ମୁନିଆ ନଖ ରହିଥାଏ ।<ref name="ReferenceA"/> ବଜ୍ରକାପ୍ତା ପ୍ରାୟତଃ କେବଳ ପିମ୍ପୁଡ଼ି ଓ ଊଈ ପରି କୀଟ ହିଁ ଖାଏ । ଗାତ ଓ ହୁଙ୍କାରୁ ପିମ୍ପୁଡ଼ି, ଊଈ ଖାଇବା ପାଇଁ ବଜ୍ରକାପ୍ତାର ଜିଭ ଲମ୍ୱାଲମ୍ବା ଓ ଅଠାଯୁକ୍ତ ହୋଇଥାଏ ।<ref name="ReferenceA"/> ବଜ୍ରକାପ୍ତାର ଦାନ୍ତ ନାହିଁ ଓ ଏହାର ପେଟରେ ଥିବା ସ୍ୱତନ୍ତ୍ର ମାଂସପେଶୀ ଖାଦ୍ୟ ଜୀର୍ଣ୍ଣ କରିବାରେ ସାହାଯ୍ୟ କରିଥାନ୍ତି ।<ref name="ReferenceA"/> ବଜ୍ରକାପ୍ତା ଶରୀରର ବିଶେଷ ଆକର୍ଷଣ ହେଲା ଚାରିପଟେ କବଚ ପରି ରହିଥିବା ଏହାର କାତି । ଗୋଡ଼ ଓ ପେଟକୁ ଛାଡ଼ିଦେଲେ ମୁହଁର ଉପର ଓ ପୁରା ଶରୀର କାତିରେ ଆଚ୍ଛାଦିତ । କେରାଟିନ୍‍ରୁ (ନଖ ପରି ରୂପାନ୍ତରିତ ଚର୍ମ) ତିଆରି ଏହି କାତି ଖୁବ୍ ଟାଣ । ପୁରା ଶରୀରରେ ୧୬୦ରୁ ୨୦୦ କାତି ଥାଏ ଯାହାର ୪୦-୪୬ ଶତକଡ଼ା ଭାଗ ଲାଞ୍ଜରେ ରହିଥାଏ । କେତେକ କାତି ୬.୫-୭ ସେ.ମି. ପର୍ଯ୍ୟନ୍ତ ଲମ୍ୱାଲମ୍ବା, ୮.୫ ସେ.ମି. ପର୍ଯ୍ୟନ୍ତ ଓସାରିଆ ଏବଂ ୭-୧୦ ଗ୍ରାମ୍ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି । ଏହି କାତିମାନଙ୍କ ଓଜନ ବଜ୍ରକାପ୍ତାର ସମଗ୍ର ଶରୀରର ଓଜନର ଏକ-ଚତୁର୍ଥାଂଶରୁ ଏକ-ତୃତୀୟାଂଶ ଭାଗ ପର୍ଯ୍ୟନ୍ତ ହୋଇପାରେ ।<ref name=illegal>{{cite journal|author=Mahmood, Hussain|author2=Irshad, Akrim|author3= Nadeem|title=Illegal Mass Killing of Indian Pangolin|journal=Pakistan Journal of Zoology|date=2012|volume=44|issue=5|pages=1457–1461}}</ref>
 
==ପରିବାସ==
୩୭ କ ଧାଡ଼ି:
==ପ୍ରଜନନ==
[[File:Pangolin behaviour (Manis crassicaudata).png|thumb|ବଜ୍ରକାପ୍ତାର ବିଭିନ୍ନ ବ୍ୟାବହାରିକ ଭଙ୍ଗୀ]]
ବଜ୍ରକାପ୍ତାମାନଙ୍କ ପ୍ରଜନନ ବିଷୟରେ ସବିଶେଷ ତଥ୍ୟ ଅଦ୍ୟାବଧି ଉନ୍ମୋଚିତ ହୋଇନାହିଁ । ସହବାସ ଋତୁରେ ଅଣ୍ଡିରା ଓ ମାଈ ମିଶି ଏକ ଗାତରେ ରହିପାରନ୍ତି ଏବଂ କିଛି କାମ ଦିନବେଳା ମଧ୍ୟ କରିଥାଆନ୍ତି । ଅଣ୍ଡିରାଙ୍କ ଶୁକ୍ରଗ୍ରନ୍ଥି ପଛ ଗୋଡ଼ ନିକଟରେ ଚର୍ମର ଏକ ପରସ୍ତ ମଧ୍ୟରେ ରହିଥାଏ । ମାଈର ରେଚକ ନଳୀ ନିକଟରେ ହିଁ ଭୃଣର ଗଠନ ଓ ବୃଦ୍ଧି ହୁଏ । ଏମାନଙ୍କ ଗର୍ଭଧାରଣ ସମୟ ୬୫ରୁ ୭୦ ଦିନ । ଅଧିକାଂଶରେ ମାଈ ବଜ୍ରକାପ୍ତା ଗୋଟିଏ ଓ ସମୟେ ସମୟେ ଯମଜ ଶାବକଙ୍କୁ ଜନ୍ମ ଦିଏ ।<ref>{{Cite journal|url = http://www.pangolin.org.za/publications/Husbandry,%20behaviour%20and%20conservation%20breeding%20of%20Indian%20pangolin.pdf|title = Husbandry, behaviour and conservation breeding of Indian pangolin|last = |first = |date = |journal = Folia Zoologica|doi = |pmid = |access-date = }}</ref> ଜନ୍ମ ସମୟରେ ଶାବକର ଓଜନ ୨୩୫ରୁ ୪୦୦ ଗ୍ରାମ୍ ଓ ଲମ୍ୱଲମ୍ବ ୩୦ ସେ.ମି. ଯାଏଁ ହୋଇଥାଏ । ନବଜାତ ଶାବକର ଆଖି ଖୋଲାଥାଏ ଓ ତା’ ଶରୀରରେ କୋମଳ କାତି ରହିଥାଏ । ମା’ ଲାଞ୍ଜ ଉପରେ ନିଜ ଶାବକକୁ ଧରି ରଖି ବୁଲାବୁଲି କରେ ।<ref name=":3">{{cite journal|first1=R. K.|last1=Mohapatra|first2=S.|last2=Panda|title=Behavioural Descriptions of Indian Pangolins (Manis crassicaudata) in Captivity|journal=International Journal of Zoology|volume=2014|year=2014|doi=10.1155/2014/795062}}</ref> କୌଣସି ଅସୁବିଧା ପଡ଼ିଲେ ଶାବକ ବଜ୍ରକାପ୍ତା ମା’ର ପେଟ ଓ ଲାଞ୍ଜଦ୍ୱାରା ଘୋଡ଼େଇ ହୋଇ ରହିଥାଏ । <ref name=":3" />
 
କୋଲକାତାର ଅଲିପୁର ଚିଡ଼ିଆଘର,<ref>{{cite journal|last=Jarvis|first=C.|year=1965|title=Mammals breed in captivity|journal=International Zoological Yearbook|volume=5|pages=330–349}}</ref> ଓକ୍ଲାହାମା ଚିଡ଼ିଆଘର<ref name=":1">{{cite journal|last1=Ogelvie|first1=P.W.|last2=Bridgwater |first2=D.D.|year=1967|title=Notes on breeding of an Indian pangolin at Oklahoma Zoo|journal=International Zoological Yearbook|volume=7|pages=116–118}}</ref> ଓ [[ନନ୍ଦନକାନନ ଜୀବ ଉଦ୍ୟାନ]]<ref name=":0" /><ref name=":2">{{cite journal|last1=Acharjyo|first1=L.N.|last2=Misra|first2=R.|year=1972|title=Birth of Indian pangolin (Manis crassicaudata) in captivity|journal=Journal of the Bombay Natural History Society|volume=69|pages=174–175}}</ref><ref>{{cite journal|last1=Acharjyo|first1=L.N.|last2=Mohapatra|first2=S.|year=1978|title=A note on breeding and longevity of Indian pangolin (Manis crassicaudata) in captivity|journal=Journal of the Bombay Natural History Society|volume=75|pages=921–922}}</ref> ଆଦିରେ ସଫଳ ଭାବେ ବଜ୍ରକାପ୍ତାଙ୍କ ମିଳନ ଓ ପ୍ରଜନନ କରାଯାଇପାରିଛି ।
 
ଗର୍ଭବତୀ ଥିବା ସମୟରେ ମାଈ ବଜ୍ରକାପ୍ତାର ଶରୀରରେ ସେପରି କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ । ବନ୍ଦୀ ହୋଇ ରହିଥିବା ବଜ୍ରକାପ୍ତା ମଇ ଓ ଜୁନ୍‍ ମାସ ଛଡ଼ା ଅନ୍ୟ ସବୁ ମାସରେ ପ୍ରଜନନ କରିବାର ଦେଖାଯାଇଛି ।<ref name=":0">{{cite journal|last1=Mohapatra|first1=R. K.|last2=Panda|first2=S.|year=2014|title=Husbandry, behaviour and conservation breeding of Indian pangolin|journal=Folia Zoologica|volume=63|issue=2|pages=73–80}}</ref> ଜନ୍ମ ସମୟରେ ଓକ୍ଲାହାମା ଚିଡ଼ିଆଖାନାର ଏକ ଭାରତୀୟ ବଜ୍ରକାପ୍ତା ଶାବକର ଓଜନ ୨୩୫ ଗ୍ରାମ୍, ୧୨.୫ ସେ.ମି. ଲମ୍ୱାଲମ୍ବା ଲାଞ୍ଜ ସହିତ ସମଗ୍ର ଶରୀରର ଦୈର୍ଘ୍ୟ ପ୍ରାୟ ୩୦ ସେ.ମି. ରହିଥିଲା ।<ref name=":2" /> ଓକ୍ଲାହାମା ଚିଡ଼ିଆଘରର ଆଉ ଏକ ବଜ୍ରକାପ୍ତା ଜନ୍ମ ସମୟରେ ୩୧୦ ମିମି ଲମ୍ୱରଲମ୍ବର ଓ ୧୨୫ ମିମି ଲାଙ୍ଗୁଡ଼ବିଶିଷ୍ଟ ଥିଲା ।<ref name=":1" />
 
==ବ୍ୟବହାର==