"ଫର୍ମୁଲା ୱାନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
ଟିକେ ba with wa
୫୭ କ ଧାଡ଼ି:
 
[[File:2011 Brazil GP - Lotus pitstop.jpg|thumb|right|୨୦୧୧ ମସିହାର ବ୍ରାଜିଲ୍ ଗ୍ରାଁ-ପ୍ରିରେ ଲୋଟସ୍ ଦଳର ଚାଳକ ଜାର୍ଣ୍ଣୋ ଟ୍ରୁଲି ବିରତି (pit-stop) ନେବା ବେଳର ଦୃଶ୍ୟ]]
୨୦୦୬ ମସିହାରେ ଯୋଗ୍ୟତା ଲାଭ ପାଇଁ ଲାଗୁ ହୋଇଥିବା ନିୟମ ବର୍ତ୍ତମାନ ପ୍ରଚଳନରେ ରହିଛି । ଏହାକୁ "ନକ୍ ଆଉଟ୍ କ୍ୱାଲିଫାଇଂ" ବୋଲି କୁହାଯାଏ । ଏହା ଅନୁସାରେ ତିନୋଟି ପର୍ଯ୍ୟାୟରେ (Q୧, Q୨ ଓ Q୩) ଯୋଗ୍ୟତା ଲାଭ କରିବାର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ (Q୧) ସମସ୍ତ ଚାଳକ ଗୋଟିଏ ଲେଖାଏଁ ପରିକ୍ରମା କରନ୍ତି ଓ ଯେତେ କମ୍ ସମୟରେ ହୋଇପାରିବ ନିଜ ପରିକ୍ରମଣ ସାରିବାକୁ ଚେଷ୍ଟା କରନ୍ତି । ସବୁଠାରୁ ଅଧିକ ସମୟ ନେଇଥିବା ୫ଟି ଗାଡ଼ି Q୧ ପର୍ଯ୍ୟାୟରେ ନକ୍-ଆଉଟ୍ ହୋଇଥାନ୍ତି । ନେଇଥିବା ସମୟ ଅନୁସାରେ ସେମାନେ ମୁଖ୍ୟ ଦୌଡ଼ରେ ଶେଷ ୫ଟି ସ୍ଥାନରୁ ଦୌଡ଼ ଆରମ୍ଭ କରିବାର ଯୋଗ୍ୟତା ଲାଭ କରନ୍ତି । ଅନ୍ୟ ସମସ୍ତେ Q୨କୁ ଅଗ୍ରସର ହୁଅନ୍ତି । ଏକ ପର୍ଯ୍ୟାୟରେ ଚାଳକମାନେ ଯେତେ ଥର ଚାହିଁବେ ସେତୋଟି ପରିକ୍ରମା କରିପାରିବେ ଓ ସମସ୍ତ ପରିକ୍ରମା ମଧ୍ୟରୁ ଶ୍ରେଷ୍ଠ ପରିକ୍ରମାଟି ଯୋଗ୍ୟତା ପାଇଁ ଗଣାହୁଏ । ଆଗାମୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ପୂର୍ବ ପର୍ଯ୍ୟାୟର ସମୟ ଆଉ ଗଣା ନଯାଇ ନୂତନ ଭାବେ ଗଣନା ଆରମ୍ଭ ହୁଏ ।<ref name=Qual>{{cite web|title=Sporting regulations: Practice and qualifying|url=http://www.formula1.com/content/fom-website/en/championship/inside-f1/rules-regs/Practice_qualifying_and_race_start_procedure.html|website=Formula1.com|publisher=Formula One World Championship|accessdate=3 January 2016}}</ref> ବର୍ତ୍ତମାନ ସମୟରେ ସମୁଦାୟ ୨୦ଟି ଗାଡ଼ି ଦୌଡ଼ରେ ଭାଗ ନେଉଛନ୍ତି । Q୧ ପର୍ଯ୍ୟାୟ ୧୮ ମିନିଟ୍ ଲମ୍ୱାଲମ୍ବା ଚାଲେ ଓ ଏଥିରେ ଅଧିକ ସମୟ ନେଇଥିବା ୫ଟି ଗାଡ଼ି ଆଗାମୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇପାରନ୍ତି ନାହିଁ । Q୧ର ଦ୍ରୁତତମ ଗାଡ଼ିର ୧୦୭%ରୁ ଅଧିକ ସମୟ ନେଉଥିବା ୫ଟି ଗାଡ଼ି ବାହାରି ଯାଇଥାନ୍ତି । ଆଗାମୀ ପର୍ଯ୍ୟାୟ Q୨ରେ ଅବଶେଷ ୧୫ଟି ଗାଡ଼ି ୧୫ ମିନିଟ୍ ପର୍ଯ୍ୟନ୍ତ ପରିକ୍ରମା କରିପାରିବେ ଓ ସବୁଠାରୁ ଧୀର ୫ଟି ଗାଡ଼ିଙ୍କୁ ଆଗାମୀ ପର୍ଯ୍ୟାୟକୁ ଯିବା ପାଇଁ ଅନୁମତି ମିଳେନାହିଁ । Q୩ ପର୍ଯ୍ୟାୟ ୧୨ ମିନିଟ୍ ଧରି ଚାଲେ ଯେଉଁଥିରେ ବାକି ୧୦ଟି ଗାଡ଼ି ନିଜର ସର୍ବୋତ୍କୃଷ୍ଟ ସମୟ ହାସଲ କରିବାକୁ ଚେଷ୍ଟା କରନ୍ତି ଓ ମୁଖ୍ୟ ଦୌଡ଼ର ପ୍ରଥମ ୧୦ଟି ସ୍ଥାନ ଏହି ପର୍ଯ୍ୟାୟରେ ନିର୍ଣ୍ଣିତ ହୋଇଥାଏ ।
 
===ମୁଖ୍ୟ ଦୌଡ଼===