"ଗୋପବନ୍ଧୁ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୧ କ ଧାଡ଼ି:
ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ଭକ୍ତକବି, [[ମଧୁସୂଦନ ରାଓ]]ଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ [[ସାକ୍ଷୀଗୋପାଳ]]ର ବକୁଳ ଓ ଛୁରିଆନା କୁଞ୍ଜରେ [[ସତ୍ୟବାଦୀ ବନ ବିଦ୍ୟାଳୟ]] ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।<ref>{{cite web |url= http://independent.academia.edu/KrishanShri/Papers/623017/An_experiment_in_nationalist_education_Satyavadi_school_in_Orissa_1909-1926_ |title=An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu |work=academia.edu |year=2012|quote=Satyavadi was a uniqueexperimental school in the history of modern Orissa. Establishedby Gopabandhu Das (1877-1928), |accessdate=20 June 2012}}</ref>
୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।
== ସମାଜ ସଂବାଦପତ୍ରସମ୍ବାଦପତ୍ର , ଓଡ଼ିଆ ଜାତି ପାଇଁ ଏକ ଅନୁଷ୍ଠାନ ==
 
ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, [[ମୋହନଦାସ କରମଚାନ୍ଦ ଗାନ୍ଧୀ|ମହାତ୍ମା ଗାନ୍ଧୀ]]ଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ 'ସାପ୍ତାହିକ ସମାଜ' ।<ref>{{cite web |url= http://www.publishyourarticles.org/knowledge-hub/biography/biography-of-utkalmani-gopabandhu-das.html |title=Biography of Utkalmani Gopabandhu Das &#124; Biography &#124; Knowledge Hub|work=publishyourarticles.org |year=2012 |quote= He started the newspaper Samaja |accessdate=23 May 2012}}</ref> ପ୍ରଥମେ ଏହା ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । 'ସମାଜ'ର ପ୍ରଥମ ସମ୍ପାଦକୀୟରେ, ମାନବବାଦୀ ଗୋପବନ୍ଧୁ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନା କରିଥିଲେ । ୧୯୩୦ରେ 'ସାପ୍ତାହିକ ସମାଜ', 'ଦୈନିକ ସମାଜ'ରେ ପରିଣତ ହୋଇଥିଲା । 'ସମାଜ'ରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା' ଓ 'ବନ୍ଦୀର ଆତ୍ମକଥା' । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ 'ଉତ୍କଳମଣି' ବୋଲି ସମ୍ବୋଧନ କରିଥିଲେ ।<ref>{{cite web |url= http://www.talentodisha.com/component/k2/item/126-utkalamani-pandit-gopabandhu-das.html |title=UTKALAMANI PANDIT GOPABANDHU DAS |first= Chandra Sekhar |last=Biswal|work=talentodisha.com |quote=Acharya Prafulla Chandra Ray on 28.6.1924 the veteran scientist and patriot of Bengal assigned the title of Utkalamani, (Jewel of Utakala) to his name. |accessdate=9 October 2012}}</ref>