"ଅକ୍ଷୟ ନାରାୟଣ ପ୍ରହରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅକ୍ଷୟ ନାରାୟଣ ପ୍ରହରାଜ ଆରମ୍ଭ କରାଗଲା
 
ଟିକେ ଅଧିକ ତଥ୍ୟ
୩୨ କ ଧାଡ଼ି:
 
'''ଅକ୍ଷୟ ନାରାୟଣ ପ୍ରହରାଜ''' (୧୨ ଅକ୍ଟୋବର ୧୯୧୫ - ୨୮ ଅଗଷ୍ଟ ୧୯୭୮) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । [[ଓଡ଼ିଶା ବିଧାନ ସଭା]]<nowiki/>ରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୨ୟ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Akshaya Narayana Praharaja">{{cite web|url=http://odishaassembly.nic.in/memberprofile.aspx?img=1100 |title=Late Akshaya Narayana Praharaja |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=16 June 2019}}</ref>
 
== ଜନ୍ମ, ଶିକ୍ଷା ଓ ପରିବାର ==
ଅକ୍ଷୟ ନାରାୟଣ ପ୍ରହରାଜ ୧୯୧୫ ମସିହାର ଅକ୍ଟୋବର ମାସ ୧୨ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚୋଧୁରୀ ଗୋଲକ ନାରାୟଣ ପ୍ରହରାଜ ମାନ୍ଧତା । ଅକ୍ଷୟଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ । ତାଙ୍କ ପତ୍ନୀଙ୍କ ନାମ ଦେବଲବାଳା ପ୍ରହରାଜ । ଅକ୍ଷୟଙ୍କର ୩ ଝିଅ ଓ ୭ ପୁଅଙ୍କ ସମେତ ସମୁଦାୟ ସନ୍ତାନ ସଂଖ୍ୟା ୧୦ ।
 
== ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ==
ଅକ୍ଷୟ ନାରାୟଣ ଛାତ୍ର ଜୀବନରୁ [[ହରେକୃଷ୍ଣ ମହତାବ]]<nowiki/>ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ଆନ୍ଦୋଳରେ ସେ ଗିରଫ ହୋଇ କାରାବରଣ ମଧ୍ୟ କରିଛନ୍ତି ।
 
== ରାଜନୈତିକ ଜୀବନ ==
ଅକ୍ଷୟ ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
 
୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅକ୍ଷୟ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ [[ବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୨ୟ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
 
== ମୃତ୍ୟୁ ==
ଅକ୍ଷୟ ୧୯୭୮ ମସିହାର ଅଗଷ୍ଟ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
 
== ଆଧାର ==